ରାଜଧାନୀରେ ଚାଞ୍ଚଲ୍ୟ, ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
Advertisement
Article Detail0/zeeodisha/odisha1159545

ରାଜଧାନୀରେ ଚାଞ୍ଚଲ୍ୟ, ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

BJP Leader Jitu Chaudhary shot dead in Delhi: କୁହାଯାଉଛି ଯେ ଜିତୁ ଚୌଧୁରୀଙ୍କୁ ଅଜ୍ଞାତ ଦୁବୃର୍ତ୍ତମାନେ ଗୁଳି କରି ଆହତ କରିଥିଲେ । ଯାହା ପରେ ଲୋକମାନେ ତାଙ୍କୁ ବ୍ୟକ୍ତିଗତ ଗାଡ଼ିରେ ଡାକ୍ତରଖାନା ନେଇଥିଲେ । ପରେ ଡାକ୍ତରମାନେ ଜିତୁ ଚୌଧୁରୀଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ପୋଲିସ କହିଛି ଯେ ସେମାନଙ୍କ କ୍ରାଇମ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିଛି । କିଛି ଖାଲି କାର୍ଟ୍ରିଜ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ପ୍ରତ୍ୟକ୍ଷଦର୍ଶୀ ଓ ସିସିଟିଭି ଫୁଟେଜ୍ ପାଇଁ ସନ୍ଧାନ ଚାଲିଛି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: BJP Leader Jitu Chaudhary shot dead in Delhi: ଜାତୀୟ ରାଜଧାନୀ ଦିଲ୍ଲୀରେ ଅପରାଧୀମାନେ ନିର୍ଭୟରେ ଖୋଲାଖୋଲି ଭାବେ ଅପରାଧ କରୁଛନ୍ତି । ଏହାର ଅନ୍ଦାଜ ଆପଣ ବିଗତ ଦିନରେ ଜାହାଙ୍ଗୀରପୁରୀରେ ହିଂସା ଓ ପରେ ଗାଜିପୁର ପୋଲିସ ଷ୍ଟେସନ ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡରୁ ଲଗାଇପାରିବେ । କୁହାଯାଉଛି ଯେ ଗାଜୀପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଦୁବୃର୍ତ୍ତମାନେ ବିଜେପି ନେତା ଜିତୁ ଚୌଧୁରୀ (BJP Leader Jitu Chaudhary) ଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଦୁବୃର୍ତ୍ତମାନେ ବିଜେପି ନେତା ଜିତୁ ଚୌଧୁରୀଙ୍କ ଉପରକୁ ୬ଟି ଗୁଳି ଚଳାଇଛନ୍ତି । ବିଜେପି ନେତା ଜିତୁ ଚୌଧୁରୀ ମୟୂର ବିହାର ଜିଲ୍ଲାରୁ ଆସନ୍ତି ।

ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଜିତୁ ଚୌଧୁରୀ (Jitu Chaudhary) ଙ୍କର ଏକ ନିର୍ମାଣ ବ୍ୟବସାୟ ଥିଲା । ଟଙ୍କା ନେଇ କଣ୍ଟ୍ରାକ୍ଟରଙ୍କ ସହ ତାଙ୍କର ବିବାଦ ଲାଗି ରହିଥିଲା । ହତ୍ୟା ପଛରେ ଏକ କାରବାର ବିବାଦ ହୋଇପାରେ ବୋଲି ମନେ କରାଯାଉଛି । ୪୨ ବର୍ଷୀୟ ଜିତୁ ଚୌଧୁରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଅଜ୍ଞାତ ଦୁବୃର୍ତ୍ତମାନେ ଗୁଳି କରିଥିଲେ । ଚିକିତ୍ସା ପାଇଁ ଡାକ୍ତରଖାନାରେ ନେବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ କହିଛି ଯେ, ଉପଯୁକ୍ତ ଧାରା ଅଧୀନରେ ଏକ ମାମଲା ରୁଜୁ ହୋଇଛି ଓ ଦୁବୃର୍ତ୍ତଙ୍କୁ ଧରିବା ପାଇଁ ଅଧିକ ତଦନ୍ତ କରାଯାଉଛି । ପୋଲିସର ସୂଚନାନୁସାରେ, ବୁଧବାର ରାତି ପ୍ରାୟ ୮:୧୫ଟା ସମୟରେ ଗାଜିପୁର ପୋଲିସ ଷ୍ଟେସନର ବିଟ୍ କର୍ମଚାରୀମାନେ ପାଟ୍ରୋଲିଂ ବେଳେ ମୟୂର ବିହାର ଅଞ୍ଚଳରେ ଭିଡ଼ ଦେଖିବାକୁ ପାଇଥିଲେ । ଯେଉଁଥିରେ ୪୨ ବର୍ଷୀୟ ଜିତେନ୍ଦ୍ର ଓରଫ୍ ଜିତୁ ଚୌଧୁରୀ ରାସ୍ତାରେ ପଡ଼ିଥିବାର ଦେଖାଯାଇଥିଲା ।

ଏହା ବି ପଢ଼ନ୍ତୁ:-ଗୁଜୁରାଟର କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଆସାମ ପୋଲିସ, ଜାଣନ୍ତୁ କ'ଣ ରହିଛି କାରଣ

କୁହାଯାଉଛି ଯେ ଜିତୁ ଚୌଧୁରୀଙ୍କୁ ଅଜ୍ଞାତ ଦୁବୃର୍ତ୍ତମାନେ ଗୁଳି କରି ଆହତ କରିଥିଲେ । ଯାହା ପରେ ଲୋକମାନେ ତାଙ୍କୁ ବ୍ୟକ୍ତିଗତ ଗାଡ଼ିରେ ଡାକ୍ତରଖାନା ନେଇଥିଲେ । ପରେ ଡାକ୍ତରମାନେ ଜିତୁ ଚୌଧୁରୀଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ପୋଲିସ କହିଛି ଯେ ସେମାନଙ୍କ କ୍ରାଇମ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିଛି । କିଛି ଖାଲି କାର୍ଟ୍ରିଜ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ପ୍ରତ୍ୟକ୍ଷଦର୍ଶୀ ଓ ସିସିଟିଭି ଫୁଟେଜ୍ ପାଇଁ ସନ୍ଧାନ ଚାଲିଛି ।