କୋରୋନା ସଙ୍କଟ ମଧ୍ୟରେ ଆଉ ଏକ ବିପଦର ସଙ୍କେତ, ମଣିଷ ଶରୀରରେ ମିଳିଲା ସ୍ୱାଇନ ଫ୍ଲୁର ବିରଳ ଷ୍ଟ୍ରେନ୍
Advertisement

କୋରୋନା ସଙ୍କଟ ମଧ୍ୟରେ ଆଉ ଏକ ବିପଦର ସଙ୍କେତ, ମଣିଷ ଶରୀରରେ ମିଳିଲା ସ୍ୱାଇନ ଫ୍ଲୁର ବିରଳ ଷ୍ଟ୍ରେନ୍

ମୋଣ୍ଟ୍ରିଆଲ୍ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଅକ୍ଟୋବର ମଧ୍ୟଭାଗରେ ଅଲବର୍ଟାରେ ଏହି ମାମଲା ମିଳିଥିଲା । ଯଦିଓ ଗୋଷ୍ଠୀରେ ସେପରି କୌଣସି ମାମଲା ମିଳିନାହିଁ । ଅଲବର୍ଟାର ଲୋକଙ୍କ ମଧ୍ୟରେ ଏହାର ବ୍ୟାପକ ବିପଦ ହେବାର ସମ୍ଭାବନା କମ୍ ରହିଛି ।

କୋରୋନା ସଙ୍କଟ ମଧ୍ୟରେ ଆଉ ଏକ ବିପଦର ସଙ୍କେତ, ମଣିଷ ଶରୀରରେ ମିଳିଲା ସ୍ୱାଇନ ଫ୍ଲୁର ବିରଳ ଷ୍ଟ୍ରେନ୍

ନୂଆଦିଲ୍ଲୀ: ସାରା ଦୁନିଆରେ ଶୀତ ଆସିବା ସହ କୋରୋନା ଭାଇରସର ପ୍ରକୋପ ବୃଦ୍ଧି ପାଇଛି । ଏହା ମଧ୍ୟରେ ସ୍ୱାଇନ ଫ୍ଲୁର ମଧ୍ୟ ଆଗମନ ହୋଇସାରିଛି । କାନାଡାରେ ଏପରି ସ୍ୱାଇନ୍ ଫ୍ଲୁ ଭୂତାଣୁର ବିରଳ ଷ୍ଟ୍ରେନ୍ (H1N2) ମଣିଷଙ୍କ ନିକଟରେ ପହଞ୍ଚିସାରିଛି । କାନାଡାର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ଦେଶରେ ପ୍ରଥମ ଥର ପାଇଁ H1N2 ଷ୍ଟ୍ରେନରୁ ମଣିଷକୁ ସଂକ୍ରମିତ ହେବାର ପ୍ରଥମ ମାମଲା ମିଳିଛି । ଏହା ସ୍ୱାଇନ୍ ଫ୍ଲୁ ଭୂତାଣୁର ବିରଳ ଷ୍ଟ୍ରେନ୍ । ଦୁନିଆରେ ଏହାର ବହୁତ କମ୍ ମାମଲା ଦେଖାଯାଏ ।

ଅଧିକ ପଢ଼ନ୍ତୁ:-ଆମେରିକାରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ମୋଣ୍ଟ୍ରିଆଲ୍ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଅକ୍ଟୋବର ମଧ୍ୟଭାଗରେ ଅଲବର୍ଟାରେ ଏହି ମାମଲା ମିଳିଥିଲା । ଯଦିଓ ଗୋଷ୍ଠୀରେ ସେପରି କୌଣସି ମାମଲା ମିଳିନାହିଁ । ଅଲବର୍ଟାର ଲୋକଙ୍କ ମଧ୍ୟରେ ଏହାର ବ୍ୟାପକ ବିପଦ ହେବାର ସମ୍ଭାବନା କମ୍ ରହିଛି । ଫ୍ଲୁ ସିଜନରେ ସ୍ୱାଇନ୍ ଫ୍ଲୁର ଆଲବର୍ଟାରେ ଏହାର ଏକମାତ୍ର ମାମଲା ମିଳିଛି । ଅଧିକାରୀଙ୍କ କହିବାନୁସାରେ, ଯେଉଁ ବ୍ୟକ୍ତିଙ୍କର ଇନ୍ଫ୍ଲୁଏଞ୍ଜା ଭଳି ଲକ୍ଷଣ ଥିଲା, ସେମାନଙ୍କ ଯାଞ୍ଚ କରାଯାଇଥିଲା । ଏବଂ ଷ୍ଟ୍ରେନ ବିଷୟରେ ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସାରୁ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । ବର୍ତ୍ତମାନ ଭୂତାଣୁର ବ୍ୟାପିବାର କୌଣସି ପ୍ରମାଣ ମିଳିନାହିଁ । 

ଅଧିକ ପଢ଼ନ୍ତୁ:-ନିର୍ବାଚନ ମଧ୍ୟରେ ଆମେରିକାକୁ ଚେତାବନୀ ଦେଲା ଚୀନ, 'ତାଇୱାନ ସହିତ ଚୁକ୍ତି ଶେଷ କର ନଚେତ୍...'

ଏହି ଭୂତାଣୁ କେଉଁଠୁ ଆସିଲା ଜାଣିବାକୁ କାନାଡାର ଅଧିକାରୀମାନେ ବର୍ତ୍ତମାନ ଚେଷ୍ଟା କରୁଛନ୍ତି । ଆହୁରି ମଧ୍ୟ ଏହା ଏକ ବଡ଼ ଆକାରରେ ଯାଞ୍ଚ କରି ଦେଖାଯିବ ଯେ ଏହା ବିସ୍ତାର ହୋଇଛି କି ନାହିଁ । ୨୦୦୫ ମସିହାରୁ ସାରା ବିଶ୍ୱରେ H1N2 ର ମାତ୍ର ୨୭ଟି ମାମଲା ମିଳିଛି । ସ୍ୱାଇନ ଫ୍ଲୁର H1N1 ଷ୍ଟ୍ରେନ୍ ପ୍ରତିବର୍ଷ ଦୁନିଆର କିଛି କିମ୍ବା ଅନ୍ୟାନ୍ୟ ଅଞ୍ଚଳରେ ମିଳିଥାଏ । କାନାଡାରେ H1N2 ର ଏହା ପ୍ରଥମ ମାମଲା ଥିଲା । ଅଧିକାରୀମାନେ କହିଛନ୍ତି ଯେ, H1N2 ଷ୍ଟ୍ରେନ୍ ଖାଦ୍ୟରୁ ତିଆରି ହୋଇଥିବା ଷ୍ଟ୍ରେନ୍ ନୁହେଁ । ଘୁଷୁରି କିମ୍ବା ଅନ୍ୟ ଘୁଷୁରି ସମ୍ବନ୍ଧୀୟ ଦ୍ରବ୍ୟ ଖାଇବା କାରଣରୁ ଲୋକଙ୍କୁ ଏହି ସଂକ୍ରମଣ ହୁଅନ୍ତି ନାହିଁ ।