CBSE Board Exams 2021: ବୋର୍ଡ ପରୀକ୍ଷାକୁ ନେଇ CBSE ର ବଡ଼ ଘୋଷଣା, ପରୀକ୍ଷା ପ୍ୟାଟର୍ନରେ ହେଲା ଏହି ପରିବର୍ତ୍ତନ
Advertisement

CBSE Board Exams 2021: ବୋର୍ଡ ପରୀକ୍ଷାକୁ ନେଇ CBSE ର ବଡ଼ ଘୋଷଣା, ପରୀକ୍ଷା ପ୍ୟାଟର୍ନରେ ହେଲା ଏହି ପରିବର୍ତ୍ତନ

ସିବିଏସଇ (CBSE) ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ପର୍ଯ୍ୟାୟ ବୋର୍ଡ ପରୀକ୍ଷା ଅଫଲାଇନରେ କରାଯିବ । 

CBSE Board Exams 2021: ବୋର୍ଡ ପରୀକ୍ଷାକୁ ନେଇ CBSE ର ବଡ଼ ଘୋଷଣା, ପରୀକ୍ଷା ପ୍ୟାଟର୍ନରେ ହେଲା ଏହି ପରିବର୍ତ୍ତନ

ନୂଆଦିଲ୍ଲୀ: CBSE Board Exams 2021: ଚଳିତ ବର୍ଷ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା (CBSE 10th 12th Exam) ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହା ସହିତ ପରୀକ୍ଷାର ଫର୍ମାଟ୍ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଥର ଦଶମ ଓ ଦ୍ୱାଦଶ ପରୀକ୍ଷାରେ କୌଣସି ସବଜେକ୍ଟିଭ୍ ପ୍ରଶ୍ନ ରହିବ ନାହିଁ, ୯୦ ମିନିଟର ଅବଜେକ୍ଟିଭ୍ ପରୀକ୍ଷା ହେବ । ଆହୁରି ମଧ୍ୟ ବର୍ତ୍ତମାନ ପରୀକ୍ଷା ଅଫଲାଇନ୍ ହେବ ।

ଅଫଲାଇନ୍ ହେବ ପରୀକ୍ଷା 

ସିବିଏସଇ (CBSE) ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ପର୍ଯ୍ୟାୟ ବୋର୍ଡ ପରୀକ୍ଷା ଅଫଲାଇନରେ କରାଯିବ ।  ଅକ୍ଟୋବର ୧୮ରେ ପରୀକ୍ଷା ତାରିଖ ଘୋଷଣା କରାଯିବ । ଦଶମ ଓ ଦ୍ୱାଦଶର ପ୍ରଥମ ଟର୍ମ -1 ବୋର୍ଡ ପରୀକ୍ଷାରେ ଅବଜେକ୍ଟିଭ୍ ପ୍ରଶ୍ନ ପଚରାଯିବ, ଏଥିପାଇଁ ୯୦ ମିନିଟ୍ ଦିଆଯିବ ।

ଖୁବ୍ ଶୀଘ୍ର ଘୋଷଣା କରାଯିବ ଡେଟଶୀଟ

ସିବିଏସଇ (CBSE) ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ଡେଟଶୀଟ୍ ପ୍ରସ୍ତୁତ କରୁଛି, ଯାହା ଶୀଘ୍ର ଘୋଷଣା କରାଯିବ । ଛାତ୍ରଛାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସାରା ଦେଶରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ସିବିଏସଇ ଏକ ନମନୀୟ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବ । ପ୍ରଥମ ଟର୍ମ ବୋର୍ଡ ପରୀକ୍ଷା ୮ ସପ୍ତାହର ଏକ ଲମ୍ବା କାର୍ଯ୍ୟସୂଚୀରେ ନିଆଯାଇପାରେ । ଖୁବ୍ ଶୀଘ୍ର ସିବିଏସଇ ବୋର୍ଡ ମଧ୍ୟ ପ୍ରଥମ ଟର୍ମ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିବାକୁ ଯାଉଛି ।

ଜାରି ହୋଇସାରିଛି ମାର୍କିଂ ସ୍କିମ୍   

ଦୁଇଟି ପର୍ଯ୍ୟାୟରେ ବୋର୍ଡ ପରୀକ୍ଷା ସହିତ ଏଥର ଦଶମ ଓ ଦ୍ୱାଦଶର ଇଣ୍ଟରନାଲ ମାର୍କିଂ ଏବଂ ପ୍ର୍ୟାକ୍ଟିକାଲ ମଧ୍ୟ ଦୁଇ ଭାଗରେ ନିଆଯିବ । ବୋର୍ଡ ମାର୍କିଂ ସ୍କିମ୍ ଓ କାର୍ଯ୍ୟସୂଚୀ ପ୍ରକାଶ କରିସାରିଛି । ଦଶମର ୨୦ ନମ୍ବରର ଇଣ୍ଟରନାଲ ମାର୍କିଂକୁ ୧୦-୧୦ ନମ୍ୱରରେ ବିଭକ୍ତ କରାଯିବ । ସେପଟେ ଦ୍ୱାଦଶ ଶ୍ରେଣୀ ପାଇଁ ଏହାକୁ ୧୫-୧୫ ମାର୍କର ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ଦ୍ୱାଦଶ ପାଇଁ ସମୁଦାୟ ୩୦ ମାର୍କର ପ୍ର୍ୟାକ୍ଟିକାଲ ୧୫-୧୫ ଅଙ୍କର ଦୁଇଟି ପର୍ଯ୍ୟାୟରେ ନିଆଯିବ ।

ଏହା ବି ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା, ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍

ଏହା ବି ପଢ଼ନ୍ତୁ:-ପାକିସ୍ତାନ ସରକାର ଉପରେ ଭାରି ସେନା: ଆର୍ମି ମୁଖ୍ୟ ବାଜୱାଙ୍କ ଆଗରେ ଅସହାୟ ପିଏମ ଇମ୍ରାନ

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ୧୫ ଟଙ୍କା ଯାଏ ଶସ୍ତା ହେବ ଖାଇବା ତେଲ

ଏହା ବି ପଢ଼ନ୍ତୁ:-ଦେଶରେ ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ