ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ୧୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ମିଳିବ ୩ ମାସର ବକେୟା ରାଶି
Advertisement
Article Detail0/zeeodisha/odisha1181746

ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ୧୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ମିଳିବ ୩ ମାସର ବକେୟା ରାଶି

6th Pay Commission, Central Government Employees, DA Hike: ବିଗତ ଦିନରେ କେନ୍ଦ୍ର ସରକାର ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ବୃଦ୍ଧି କରିଥିଲେ । ବର୍ତ୍ତମାନ ପଞ୍ଚମ (5th Pay Commission) ଓ ଷଷ୍ଠ ବେତନ ଆୟୋଗ (6th Pay Commission) ଅଧୀନରେ ଆସୁଥିବା କେ

ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ୧୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ମିଳିବ ୩ ମାସର ବକେୟା ରାଶି

ନୂଆଦିଲ୍ଲୀ: 6th Pay Commission, Central Government Employees, DA Hike: ବିଗତ ଦିନରେ କେନ୍ଦ୍ର ସରକାର ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ବୃଦ୍ଧି କରିଥିଲେ । ବର୍ତ୍ତମାନ ପଞ୍ଚମ (5th Pay Commission) ଓ ଷଷ୍ଠ ବେତନ ଆୟୋଗ (6th Pay Commission) ଅଧୀନରେ ଆସୁଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସ ଖବର ରହିଛି । ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୧୩ ପ୍ରତିଶତ ବୃଦ୍ଧି କରାଯାଇଛି । ଅର୍ଥାତ ବର୍ତ୍ତମାନ ଏହି କର୍ମଚାରୀମାନଙ୍କୁ ଅନ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ପରି ମହଙ୍ଗା ଭତ୍ତା ମଧ୍ୟ ଦିଆଯିବ । କେନ୍ଦ୍ର କର୍ମଚାରୀଙ୍କ ମଧ୍ୟରେ ଏପରି ଅନେକ କର୍ମଚାରୀ ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସପ୍ତମ ବେତନ ଆୟୋଗ (7th Pay Commission) ର ସୁବିଧା ପାଇନାହାଁନ୍ତି ।

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ପଞ୍ଚମ ବେତନ ଆୟୋଗ ଅଧୀନରେ ଦରମା ପାଇଥିବା କର୍ମଚାରୀଙ୍କ ଡିଏ ବୃଦ୍ଧି ଘଟି ୩୮୧ ପ୍ରତିଶତକୁ ପହଞ୍ଚିଛି ଓ ଷଷ୍ଠ ବେତନ ଆୟୋଗ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଡିଏ ୧୯୬ ପ୍ରତିଶତରୁ ୨୦୩ ପ୍ରତିଶତକୁ ବୃଦ୍ଧି ପାଇଛି । ଅର୍ଥାତ୍ ଏଥିରେ ୭ ପ୍ରତିଶତ ବୃଦ୍ଧି ହେବ । ବର୍ଦ୍ଧିତ ଡିଏର ଲାଭ ଜାନୁଆରୀ, ୨୦୨୨ରୁ ଲାଗୁ ହେବ । ଏହି କର୍ମଚାରୀମାନଙ୍କୁ ୩ ମାସର ବକେୟା ମଧ୍ୟ ଦିଆଯିବ ।

ସୂଚନାଯୋଗ୍ୟ, ଏହି କର୍ମଚାରୀମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସପ୍ତମ ବେତନ ଆୟୋଗର ସୁବିଧା ମିଳିନାହିଁ । କେନ୍ଦ୍ରୀୟ ବିଭାଗ କିମ୍ବା ସ୍ୱୟଂଶାସିତ ସଂସ୍ଥାରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ଏପର୍ଯ୍ୟନ୍ତ ସପ୍ତମ ବେତନ ଆୟୋଗରେ ସାମିଲ ହୋଇନାହାଁନ୍ତି । କିନ୍ତୁ ଅର୍ଥ ମନ୍ତ୍ରଣାଳୟର ଏହି ଘୋଷଣା ପରେ ପଞ୍ଚମ ଓ ଷଷ୍ଠ ବେତନ ଆୟୋଗର ସୁପାରିଶ ଅନୁଯାୟୀ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନଙ୍କୁ ୭ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାର ଲାଭ ମିଳିବ । ଏହି ଘୋଷଣା ସହିତ କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ଘଟିବ ।

ଏହା ବି ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି ୫ଟି କାମ, ନଚେତ୍ ଜୀବନରେ ଆସିବ ଅନେକ ସମସ୍ୟା!

ଏହା ବି ପଢ଼ନ୍ତୁ:-ମଦ୍ୟପଙ୍କ ପାଇଁ ଖୁସି ଖବର! ପୁଣି ଶସ୍ତା ହେବ ମଦ

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ଯିବେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା! ଅମିତ ଶାହଙ୍କ ସହ ସାକ୍ଷାତ ପରେ ଜୋର ଧରିଲା ଚର୍ଚ୍ଚା

 

ସୂଚନାଯୋଗ୍ୟ, ବିଗତ ଦିନରେ କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର ବଡ଼ ରିହାତି ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାନୁଆରୀ ୧, ୨୦୨୨ରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ DA ଓ DR ରେ ୩ ପ୍ରତିଶତ ବୃଦ୍ଧି ଅନୁମୋଦନ କରିଥିଲେ । ଏହାପୂର୍ବରୁ ଅକ୍ଟୋବର ୨୦୨୧ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA କୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୃଦ୍ଧି ପରେ DA ୩୪ ପ୍ରତିଶତକୁ ପହଞ୍ଚିଥିଲା ।