Chhota Rajan: ଦତ୍ତ ସାମନ୍ତ ହତ୍ୟାକାଣ୍ଡ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଗ୍ୟାଙ୍ଗଷ୍ଟାର ଛୋଟା ରାଜନ
Advertisement
Article Detail0/zeeodisha/odisha1800591

Chhota Rajan: ଦତ୍ତ ସାମନ୍ତ ହତ୍ୟାକାଣ୍ଡ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଗ୍ୟାଙ୍ଗଷ୍ଟାର ଛୋଟା ରାଜନ

ନୂଆଦିଲ୍ଲୀ: ଟ୍ରେଡ ୟୁନିଅନ ନେତା ଦତ୍ତ ସାମନ୍ତଙ୍କ ହତ୍ୟା ମାମଲାରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଗ୍ୟାଙ୍ଗଷ୍ଟାର ଛୋଟା ରାଜନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ସିବିଆଇ ଜଷ୍ଟିସ୍ ଏ.ଏମ.

Chhota Rajan: ଦତ୍ତ ସାମନ୍ତ ହତ୍ୟାକାଣ୍ଡ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଗ୍ୟାଙ୍ଗଷ୍ଟାର ଛୋଟା ରାଜନ

Chhota Rajan: ନୂଆଦିଲ୍ଲୀ: ଟ୍ରେଡ ୟୁନିଅନ ନେତା ଦତ୍ତ ସାମନ୍ତଙ୍କ ହତ୍ୟା ମାମଲାରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଗ୍ୟାଙ୍ଗଷ୍ଟାର ଛୋଟା ରାଜନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ସିବିଆଇ ଜଷ୍ଟିସ୍ ଏ.ଏମ. ପାଟିଲ ଠୋସ୍ ପ୍ରମାଣ ଅଭାବରୁ ଛୋଟା ରାଜନଙ୍କୁ ସମସ୍ତ ଦୋଷରୁ ମୁକ୍ତ କରିଛନ୍ତି। ଅଦାଲତ କହିଛନ୍ତି ଯେ ରାଜନ ଏହି ହତ୍ୟାକାଣ୍ଡ ପାଇଁ ଷଡଯନ୍ତ୍ର ରଚିଥିବା ନେଇ ସେଭଳି ଠୋସ ପ୍ରମାଣ ମିଳିନାହିଁ। ଛୋଟା ରାଜନଙ୍କ ପ୍ରକୃତ ନାମ ହେଉଛି ରାଜେନ୍ଦ୍ର ସାଦାଶିଭ ନିକଲଜେ। ତେବେ କ୍ଲିନ ଚିଟ ମିଳିବା ସତ୍ତ୍ୱେ ରାଜନ ବର୍ତ୍ତମାନ ଜେଲରେ ରହିବେ। ରାଜନ ନାଁରେ ବିଭିନ୍ନ ସହରର ବିଭିନ୍ନ ଥାନାରେ ମାମଲା ରହିଛି। ଯାହା ବିଚରାଧିନ ରହିଛି। 

ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ୨୦୦୦ ମସିହାରେ ଏହି ହତ୍ୟାକାଣ୍ଡରେ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲାରେ ଓ୍ୱାଣ୍ଟେଡ଼ ଥିବା ଅଭିଯୁକ୍ତଙ୍କ ମଧ୍ୟରେ ରାଜନର ନାଁ ରହିଥିଲା। ଇଣ୍ଡୋନେସିଆରେ ଗିରଫ ହେବା ପରେ ତାଙ୍କୁ ୨୦୧୫ରେ ମୁମ୍ବାଇ ଅଣାଯାଇଥିଲା। ଏହା ପରେ ତାଙ୍କ ବିରୋଧରେ ଥିବା ସମସ୍ତ ବିଚାରାଧୀନ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏଥିରେ ଦତ୍ତା ସାମନ୍ତଙ୍କ ହତ୍ୟା ମାମଲା ମଧ୍ୟ ରହିଥିଲା। 

ଅଗଷ୍ଟ ୨୦୨୧ରେ ହତ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ସିବିଆଇ କହିଛି ଯେ ତଦନ୍ତ ସମୟରେ ଏହି ମାମଲାରେ କୌଣସି ନୂତନ ପ୍ରମାଣ ସାମ୍ନାକୁ ଆସିନାହିଁ। ଶୁଣାଣି ସମୟରେ ଅନେକ ସାକ୍ଷୀଙ୍କୁ ପରୀକ୍ଷା କରାଯାଇଥିଲା। ଏଥିରେ ଦତ୍ତ ସାମନ୍ତଙ୍କ ପୁଅ ଭୂଷଣ ମଧ୍ୟ ସାମିଲ ହୋଇଥିଲେ, ଯିଏ ଆକ୍ରମଣ ପରେ ତାଙ୍କ ପିତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା ବୋଲି ସୂଚନା ପ୍ରଦାନ କରିଥିଲେ। ଏହି ମାମଲାରେ ମୋଟ ୨୨ ଜଣ ସାକ୍ଷୀ ଯାଞ୍ଚ କରାଯାଇଥିଲା, ସେଥିମଧ୍ୟରୁ ଆଠ ଜଣ ଓହରି ଯାଇଥିଲେ।  କୋର୍ଟ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀମାନେ ଏହି ମାମଲାରୁ ଓହରି ଯାଇଛନ୍ତି।  ରାଜନଙ୍କ ବିରୋଧରେ ମାମଲା ପ୍ରମାଣ କରିବା ପାଇଁ ଅନ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ପର୍ଯ୍ୟାପ୍ତ ନୁହେଁ ସିବିଆଇ କୋର୍ଟ କହିଥିଲେ।

ଦତ୍ତ ସାମନ୍ତ ହତ୍ୟାକାଣ୍ଡ
ସାମନ୍ତ ମୁମ୍ବାଇରେ ଶ୍ରମିକମାନଙ୍କର ଜଣେ ପ୍ରଭାବଶାଳୀ ନେତା ଭାବରେ ଜଣାଯାଉଥିଲେ। ତାଙ୍କ ଡାକରେ ୧୯୮୨ ମସିହାରେ ମୁମ୍ବାଇର ଟେକ୍ସଟାଇଲ୍ ମିଲ୍ କର୍ମଚାରୀମାନେ ଦୁଇ ବର୍ଷ ଧରି ଧର୍ମଘଟ ଚଳାଇଥିଲେ। ଜାନୁଆରୀ ୧୬, ୧୯୯୭ରେ ସାମନ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେହି ସମୟରେ ସେ ନିଜ ଜିପରେ ପୋୱାଇରୁ ମୁମ୍ବାଇର ପନ୍ତନଗର ଅଞ୍ଚଳରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। ତାଙ୍କ ଉପରକୁ ୧୭ଟି ଗୁଳି ବାଜିଥିଲା।

ହତ୍ୟା ସମୟରେ ସାୱନ୍ତଙ୍କ ଡ୍ରାଇଭର ମଧ୍ୟ କାରରେ ଥିଲେ। ଶୁଣାଣି ସମୟରେ ତାଙ୍କୁ ପଚରାଉଚରା କରାଯାଇଥିଲା। ସେ କହିଥିଲେ ଯେ ଦତ୍ତଙ୍କ ଉପରେ ଚାରି ଜଣ ଲୋକ ଗୁଳି ଚଳାଇଛନ୍ତି। ଡ୍ରାଇଭର ଆହତ ଅବସ୍ଥାରେ ଗାଡିରୁ ବାହାରି ଆସିଥିଲେ। କିନ୍ତୁ ଦତ୍ତଙ୍କୁ ଡାକ୍ତରଖାନା ନିଆଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

Also Read: PM Kisan 14th Instalment: ସମସ୍ତ ଚାଷୀଙ୍କୁ ମିଳି ସାରିଛି ୨୦୦୦ ଲେଖାଁଏ ଟଙ୍କା, ଆପଣ ପାଇ ନାହାଁନ୍ତି କି? ଏପରି ଅନଲାଇନରେ କରନ୍ତୁ ଯାଞ୍ଚ