ମାସ୍କ ନ ପିନ୍ଧିବାରୁ ଏହି ଦେଶର ରାଷ୍ଟ୍ରପତିଙ୍କ ଉପରେ ଲାଗିଲା ୨.୫୭ କୋଟି ଟଙ୍କାର ଜରିମାନା
Advertisement

ମାସ୍କ ନ ପିନ୍ଧିବାରୁ ଏହି ଦେଶର ରାଷ୍ଟ୍ରପତିଙ୍କ ଉପରେ ଲାଗିଲା ୨.୫୭ କୋଟି ଟଙ୍କାର ଜରିମାନା

ତାଙ୍କର ବିନା ମାସ୍କ ଫଟୋ ଭାଇରାଲ ହେବା ପରେ ରାଷ୍ଟ୍ରପତି ପିନେରା ମଧ୍ୟ ସାର୍ବଜନିକ ରୂପ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ସତ୍ତ୍ୱେ ଲୋକଙ୍କୁ ବାର୍ତ୍ତା ପହଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ରାଷ୍ଟ୍ରପତିଙ୍କ ଉପରେ ଜୋରିମାନା ଲାଗୁ କରିଛି ।

ମାସ୍କ ନ ପିନ୍ଧିବାରୁ ଏହି ଦେଶର ରାଷ୍ଟ୍ରପତିଙ୍କ ଉପରେ ଲାଗିଲା ୨.୫୭ କୋଟି ଟଙ୍କାର ଜରିମାନା

ସାଣ୍ଟିଆଗୋ: ଚିଲିର ରାଷ୍ଟ୍ରପତି ସେବାଷ୍ଟିଆନ ପିନେରା (Chilean President Sebastian Pinera) ଙ୍କ ଉପରେ ୩,୫୦୦ ଡଲାର ଅର୍ଥାତ୍ ୨.୫୭ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । କୋରୋନା ଭାଇରସ (Coronavirus) ନିୟମ ଉଲ୍ଲଂଘନ କରିବାରୁ ତାଙ୍କ ଉପରେ ଏହି ଜରିମାନା ଲାଗୁ କରାଯାଇଛି । ରାଷ୍ଟ୍ରପତିଙ୍କ ଦୋଷ ହେଉଛି ଯେ ସେ ଜଣେ ମହିଳାଙ୍କ ସହ ସମୁଦ୍ର କୂଳରେ ମାସ୍କ (Mask) ବିନା ଫଟୋ ଉଠାଇଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଚିଲିର ସ୍ୱାସ୍ଥ୍ୟ ବିଭାଗ ରାଷ୍ଟ୍ରପତିଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରି ତାଙ୍କ ଉପରେ ଜରିମାନା ଲଗାଇଥିଲା ।

ଅଧିକ ପଢ଼ନ୍ତୁ:-ସାମ୍ନାକୁ ଆସିଲା କୋରୋନାର ଆଉ ଏକ ସାଂଘାତିକ ରୂପ, ପୂର୍ବ ଅପେକ୍ଷା ଆହୁରି ଦ୍ରୁତ ଗତିରେ କରୁଛି ଆକ୍ରମଣ

ତାଙ୍କର ବିନା ମାସ୍କ ଫଟୋ ଭାଇରାଲ ହେବା ପରେ ରାଷ୍ଟ୍ରପତି ପିନେରା ମଧ୍ୟ ସାର୍ବଜନିକ ରୂପ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ସତ୍ତ୍ୱେ ଲୋକଙ୍କୁ ବାର୍ତ୍ତା ପହଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ରାଷ୍ଟ୍ରପତିଙ୍କ ଉପରେ ଜୋରିମାନା ଲାଗୁ କରିଛି । ଚିଲିରେ କୋରୋନା ଭାଇରସ୍ ନିୟମର ଉଲ୍ଲଂଘନ ପାଇଁ ଜୋରିମାନା ସହିତ ଜେଲ୍ ବ୍ୟବସ୍ଥା ରହିଛି ।

ଅଧିକ ପଢ଼ନ୍ତୁ:-ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖିଛି ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?

ରାଷ୍ଟ୍ରପତି ମାସ୍କ ନ ପିନ୍ଧିବାରୁ ତାଙ୍କୁ ସୋସିଆଲ ମିଡିଆ ଏବଂ ପାରମ୍ପାରିକ ଗଣମାଧ୍ୟମ  ସମାଲୋଚନା କରିଛନ୍ତି । ରାଷ୍ଟ୍ରପତି ଏହା ସ୍ପଷ୍ଟ କରି କହିଛନ୍ତି ଯେ ସେ ତାଙ୍କ ଘର ନିକଟ ସମୁଦ୍ର କୂଳରେ ଏକୁଟିଆ ବୁଲୁଥିଲେ ଏବଂ ତା’ପରେ ଜଣେ ମହିଳା ତାଙ୍କ ନିକଟକୁ ଆସି ସେଲ୍ଫି ନେବାକୁ ଅନୁରୋଧ କରିବା ଆରମ୍ଭ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁଯାୟୀ ସେ ମହିଳାଙ୍କ ଅନୁରୋଧକୁ ଅସ୍ୱୀକାର କରି ପାରି ନଥିଲେ ।