Biggest Bank Scam: ସବୁଠୁ ବଡ ବ୍ୟାଙ୍କ ଘୋଟଲା! ୪୬୪ କୋଟି ଟଙ୍କାର ସ୍କାମ, ୨୩୪ ଗିରଫ
Advertisement

Biggest Bank Scam: ସବୁଠୁ ବଡ ବ୍ୟାଙ୍କ ଘୋଟଲା! ୪୬୪ କୋଟି ଟଙ୍କାର ସ୍କାମ, ୨୩୪ ଗିରଫ

China Biggest Bank Scam: ଚିନରେ ସବୁଠାରୁ ବଡ ବ୍ୟାଙ୍କ ଘୋଟଲାର ପର୍ଦ୍ଦାଫାଶ ହୋଇଛି । ଏହି ଘୋଟଲାରେ ଏପର୍ଯ୍ୟନ୍ତ ୨୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ବ୍ଲୁମବର୍ଗ ସର୍ବଶେଷ ରିପୋର୍ଟରେ ଏହା ଖୁଲାସା କରାଯାଇଛି ।

ପ୍ରତୀକାତ୍ମକ ଛବି

China Biggest Bank Scam: ଚିନରେ ସବୁଠାରୁ ବଡ ବ୍ୟାଙ୍କ ଘୋଟଲାର (Bank Scam) ପର୍ଦ୍ଦାଫାଶ ହୋଇଛି । ଏହି ଘୋଟଲାରେ ବର୍ତ୍ତମାନ ସୁଦ୍ଧା ୨୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ବ୍ଲୁମବର୍ଗ ସର୍ବଶେଷ ରିପୋର୍ଟରେ ଏହାର ଖୁଲାସା କରାଯାଇଛି । ରିପୋର୍ଟ ଅନୁଯାୟୀ, ୫୮୦ କୋଟି ଡଲାର (ପ୍ରାୟ ୪୬.୩ ହଜାର କୋଟି ଟଙ୍କା) ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ରୀୟ ଚୀନ୍ କର୍ତ୍ତୃପକ୍ଷ (Central China Authorities) ସୋମବାର ଦିନ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ସ୍କାମ ମାମଲାରେ ଚୀନ୍‌ର ହେନାନ (Henan) ସହରରୁ ଏପର୍ଯ୍ୟନ୍ତ ୨୩୪ ଜଣ ଲୋକଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ ଏହି ଘୋଟାଲାରେ ଆହୁରି ଅଧିକ ଲୋକଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି ।

ଏହି ଘୋଟାଲାର ମାଷ୍ଟରମାଇଣ୍ଡ ଲୁ ୟିୱାଇ ଓ ତାଙ୍କର ସହଯୋଗୀ ବୋଲି ରିପୋର୍ଟରେ କୁହାଯାଇଛି । ସେ ବେଆଇନ ଭାବେ ହେନାନର ଚାରୋଟି ଜାତୀୟ ବ୍ୟାଙ୍କକୁ ନିୟନ୍ତ୍ରଣ କରି ନେଇଥିଲେ ଓ ଅଧିକ ସୁଧ ହାରରେ ଲୋକଙ୍କୁ ଟଙ୍କା ଦେବାକୁ ପ୍ରତିଶୃତି ଦେଇ ଠକିଥିଲେ । ଏହା ସହିତ ସେ ନିବେଶକମାନଙ୍କୁ ୧୮ ପ୍ରତିଶତ ହାରରେ ସୁଧ ଦେବାକୁ ପ୍ରଲୋଭିତ କରିଥିଲେ । ଏହି ବ୍ୟାଙ୍କଗୁଡିକରେ ହଜାର ହଜାର ଚୀନ ଲୋକଙ୍କର ଆକାଉଣ୍ଟ ରହିଛି । ହେନାନର ଏହି ଚାରୋଟି ଗ୍ରାମୀଣ ବ୍ୟାଙ୍କ ଏପ୍ରିଲ ୧୮ ରୁ ସେମାନଙ୍କର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାକୁ ସ୍ଥଗିତ ରଖିଥିଲେ । ଏହା ପରେ ଲୋକମାନେ ଅନଲାଇନ୍ କାରବାର କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ସିଷ୍ଟମ ଅପଗ୍ରେଡ୍ ଦର୍ଶାଇ ବ୍ୟାଙ୍କଗୁଡିକ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାରେ ପ୍ରତିବନ୍ଧକ ଲଗାଇଥିଲେ ।

ଗତ ମାସ ଜୁଲାଇ ୧୦ ତାରିଖରେ ଯେତେବେଳେ ଆକାଉଣ୍ଟଧାରୀମାନେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ । ସେହି ସମୟରେ ଆକାଉଣ୍ଟଧାରୀ ଜାଣିବାକୁ ପାଇଲେ ଯେ ସେ ତାଙ୍କ ଟଙ୍କା ବ୍ୟାଙ୍କ ଫେରସ୍ତ କରିପାରିବ ନାହିଁ । ଏହା ପରେ ବ୍ୟାଙ୍କ ଆଗରେ ଏକ ବିରାଟ ଜନସମାଗମ ହୋଇଥିଲା । ସେଠାରେ ତୀବ୍ର ବିରୋଧ ମଧ୍ୟ କରାଯାଇଥିଲା । ଏହାପରେ ଏହି ବଡ ସ୍କାମର ଖୁଲାସା ହୋଇଥିଲା । ଲୋକମାନେ ଏଠାରେ ହିଂସାତ୍ମକ ବିରୋଧ ମଧ୍ୟ କରିଥିଲେ । ବ୍ୟାଙ୍କ ବାହାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏଠାରେ ତୋପର ନିୟୋଜିତ କରାଯାଇଥିଲା ।

ହେନାନ ଓ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଏହି ବ୍ୟାଙ୍କଗୁଡିକରେ ଆକାଉଣ୍ଟ ଖୋଲିଥିଲେ । ତାଙ୍କୁ ଅନ୍ୟ ବ୍ୟାଙ୍କ ତୁଳନାରେ ଅଧିକ ସୁଧ ହାର ମିଳିବ ବୋଲି ସେ ପ୍ରଲୋଭିତ ହୋଇଥିଲେ । ଲୋଭ ଯୋଗୁଁ ଲୋକମାନେ ତୁରନ୍ତ ଏହି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆରମ୍ଭ କରିଥିଲେ । ତା’ପରେ ସେମାନେ ଜାଣିବାକୁ ପାଇଲେ ଯେ ସେମାନେ ଏହି ବ୍ୟାଙ୍କଗୁଡ଼ିକରୁ ଟଙ୍କା ଉଠାଇ ପାରିବେ ନାହିଁ, ତା’ପରେ ସେଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକମାନେ ଉଗ୍ର ହୋଇଯାଇଥିଲେ ।

ଏହା ବି ପଢ଼ନ୍ତୁ: SBI ଗ୍ରାହକଙ୍କ ପାଇଁ ଖୁସି ଖବର! ବର୍ତ୍ତମାନ Whatsapp ମାଧ୍ୟମରେ କରିପାରିବେ ଏହି ଜରୁରୀ କାମ

ଏହା ବି ପଢ଼ନ୍ତୁ: Anna Hazare Letter: କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଆନ୍ନା ହଜାରେ; ଚିଠି ଲେଖି କହିଲେ ଏସବୁ କଥା