ଚୀନର 'ବ୍ୟାଟ୍ ୱମେନ' ଦେଲେ ଚେତାବନୀ, 'ଆହୁରି ବିପଜ୍ଜନକ ମହାମାରୀ ପାଇଁ ରୁହନ୍ତୁ ପ୍ରସ୍ତୁତ'
Advertisement

ଚୀନର 'ବ୍ୟାଟ୍ ୱମେନ' ଦେଲେ ଚେତାବନୀ, 'ଆହୁରି ବିପଜ୍ଜନକ ମହାମାରୀ ପାଇଁ ରୁହନ୍ତୁ ପ୍ରସ୍ତୁତ'

ପଶୁମାନଙ୍କର ରୋଗ ଉପରେ ଗବେଷଣା ହେତୁ ଶିଙ୍କୁ 'ବ୍ୟାଟ୍ ୱୁମେନ' (Bat Woman) ମଧ୍ୟ କୁହାଯାଏ । ସେ ଯେତେବେଳେ ଚୀନ୍‌ର ୱୁହାନ ସହରରେ କାମ କରୁଥିଲେ ସେତେବେଳେ କୋରୋନା ଭୂତାଣୁର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା ।

ଚୀନର 'ବ୍ୟାଟ୍ ୱମେନ' ଦେଲେ ଚେତାବନୀ, 'ଆହୁରି ବିପଜ୍ଜନକ ମହାମାରୀ ପାଇଁ ରୁହନ୍ତୁ ପ୍ରସ୍ତୁତ'

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନ ଭୂତାଣୁ (Coronavirus) ତାଣ୍ଡବ କରୁଛି । ଏହି ମହାମାରୀ (coronavirus epidemic) ର ପ୍ରଭାବରେ ବର୍ତ୍ତମାନ ଯାଏ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କୋଟି କୋଟି ଲୋକ ସଂକ୍ରମିତ ହୋଇସାରିଛନ୍ତି । ଅନ୍ୟପକ୍ଷେ ସମଗ୍ର ବିଶ୍ୱବାସୀ କୋରୋନା ଭ୍ୟାକ୍ସିନ ବା ଟୀକା (COVID-19 Vaccine) କୁ ଅପେକ୍ଷା କରିବସିଛନ୍ତି । ଏହି ସମୟରେ ଚୀନର ଭାଇରୋଲୋଜିଷ୍ଟ ଶି ଜେଙ୍ଗଲି (Chinese virologist Shi Zhengli) ଙ୍କ ଦୁନିଆକୁ ବାର୍ତ୍ତା ଦେଇ କହିଛନ୍ତି ଯେ, ସତର୍କତା ଅବଲମ୍ବନ ନକଲେ କୋରୋନା ଠାରୁ ବିପଜ୍ଜନକ ମହାମାରୀର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ପଶୁମାନଙ୍କର ରୋଗ ଉପରେ ଗବେଷଣା ହେତୁ ଶିଙ୍କୁ 'ବ୍ୟାଟ୍ ୱୁମେନ' (Bat Woman) ମଧ୍ୟ କୁହାଯାଏ । ସେ ଯେତେବେଳେ ଚୀନ୍‌ର ୱୁହାନ ସହରରେ କାମ କରୁଥିଲେ ସେତେବେଳେ କୋରୋନା ଭୂତାଣୁର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ଚୀନ୍‌ର ଟିଭି ନେଟୱାର୍କ CHTN ସହିତ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଯେଉଁଠି ଦୁନିଆ କୋରୋନା ମହାମାରୀ ସହ ସଂଘର୍ଷ କରୁଛି ସେପଟେ କୋରୋନା ଠାରୁ ଅଧିକ ନୂଆ ନୂଆ ଭୂତାଣୁ ମଧ୍ୟ ଆବିଷ୍କାର କରାଯାଉଛି ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ 'ଦିଦି'ଙ୍କ ଖେଳ ବିଗାଡ଼ିବ ଓୱେସୀ, ବିଜେପି ପାଇଁ ସହଜ ହେବ ଲଢ଼େଇ!

ଶି ତାଙ୍କ ସାକ୍ଷାତକାରରେ କହିଥିଲେ ଯେ ଯଦି ଆମେ ପରବର୍ତ୍ତୀ ବିପଜ୍ଜନକ ମହାମାରୀରୁ ଲୋକଙ୍କୁ ବଞ୍ଚାଇବାକୁ ଚାହୁଁ, ତେବେ ଆମକୁ ପ୍ରଥମେ ଏହି ଅଜ୍ଞାତ ଭୂତାଣୁ ବିଷୟରେ ସୂଚନା ହାସଲ କରିବାକୁ ପଡିବ । ଯାହା ବନ୍ୟ ଜନ୍ତୁ ଦ୍ୱାରା ବ୍ୟାପିଥାଏ ଏବଂ ଏହି ବିଷୟରେ ଲୋକଙ୍କ ନିକଟରେ ସୂଚନା ଉପଲବ୍ଧ କରାଇବାକୁ ପଡ଼ିବ । ଯଦି ଆମେ ସେମାନଙ୍କ ବିଷୟରେ ସୂଚନା ସଂଗ୍ରହ କରୁନାହୁଁ ଏବଂ ସେଗୁଡିକ ଅଧ୍ୟୟନ କରୁନାହୁଁ, ତେବେ ପରବର୍ତ୍ତୀ ମହାମାରୀର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-୪ ମାସରେ ଭାରତୀୟଙ୍କୁ ମିଳିଯିବ କୋରୋନା ଭ୍ୟାକ୍ସିନ, ଜାଣନ୍ତୁ କେତେ ରହିବ ଏହାର ମୂଲ୍ୟ

ଶି ଆହୁରି ମଧ୍ୟ କହିଛନ୍ତି ଯେ ଦୁନିଆର ଦେଶଗୁଡ଼ିକ ଜୁନୋଟିକ୍ ରୋଗ ଅର୍ଥାତ ସେହି ରୋଗ ଯାହା ପଶୁମାନଙ୍କଠାରୁ ମଣିଷ ପାଖକୁ ଯାଇଥାଏ, ସେଗୁଡ଼ିକ ଉପରେ ଗବେଷଣା ବୃଦ୍ଧି କରିବା ଉଚିତ୍ ଏବଂ ଏହାକୁ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ । ସେ କହିଛନ୍ତି ଯେ ଯଦି ବିଜ୍ଞାନ ରାଜନୀତିକରଣ ହୁଏ ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ମହାମାରୀ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ପାରସ୍ପରିକ ସହଯୋଗର ଆବଶ୍ୟକତା ରହିଛି ।