DDC (ଜିଲ୍ଲା ବିକାଶ କମିଶନର୍) ଅନୁଯାୟୀ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, DDO ଟ୍ରେଜେରୀରେ ଟିକା ଟିକା ସାର୍ଟିଫିକେଟ୍ ପ୍ରଦାନ କରିବାକୁ ପଡିବ ।
Trending Photos
ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଟିକାକରଣ (Coronavirus Vaccination) ଅଭିଯାନ ଜୋରସରରେ ଚାଲିଛି । ମହାମାରୀକୁ ମାତ୍ ଦେବାରେ ଟିକା (COVID-19 Vaccine) ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ କେନ୍ଦ୍ର, ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ ସ୍ଥାନୀୟ ପ୍ରଶାସନ ଟିକାକରଣ (Corona Vaccination) ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ଜୋରସରରେ ଚାଲିଛି । ବର୍ତ୍ତମାନ କର୍ମଚାରୀମାନଙ୍କୁ ଦରମା ପାଇବା ପାଇଁ ଜୁନ୍ ୩୦ ପୂର୍ବରୁ ଟିକା ଲଗାଇବା ଅନିବାର୍ଯ୍ୟ ହେବ । ଜିଲ୍ଲା ବିକାଶ କମିଶନର୍ ରାହୁଲ ଯାଦବ ଏନେଇ ନିର୍ଦ୍ଦେଶ ଜାରି କରିଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ତିନିମାସ ପରେ ଦେଶରେ ଆସିପାରେ କୋରୋନାର ତୃତୀୟ ଲହର, ଚେତାବନୀ ଦେଲେ ବିଶେଷଜ୍ଞ
ଆଦେଶ ଅନୁଯାୟୀ, ସେହି କର୍ମଚାରୀଙ୍କ ଦରମା ପ୍ରଦାନ କରାଯିବ ଯେଉଁମାନଙ୍କ ଟିକାକରଣ (Vaccination) ହୋଇଯାଇଛି । ଟ୍ରେଜେରୀରେ ବେତନ ବିଲ୍ ପ୍ରସ୍ତୁତ କରୁଥିବାବେଳେ ଏହି ସାର୍ଟିଫିକେଟ୍ ମଧ୍ୟ ଦେବାକୁ ପଡ଼ିବ ଯେ ବେତନ ସେହିମାନଙ୍କୁ ଦିଆଯାଇଛି, ଯେଉଁମାନେ ଟିକା ଲଗାଇଛନ୍ତି । ଟ୍ରେଜରୀକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ସାର୍ଟିଫିକେଟରେ ଲାଗିଥିବା ବିଲ ହିଁ ମଞ୍ଜୁର କରାଯାଉ ।
ଅଧିକ ପଢ଼ନ୍ତୁ:-ଭାରତରେ ମିଳିଲା କୋରୋନାର ୧୨୦ରୁ ଅଧିକ ମ୍ୟୁଟେସନ୍, ୮ଟି ସବୁଠାରୁ ମାରାତ୍ମକ; ଅଧ୍ୟୟନରେ ହେଲା ଖୁଲାସା
ଅଫିସକୁ ଆସୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ
ଜିଲ୍ଲା ବିକାଶ କମିଶନଙ୍କ ଆଦେଶରେ ସ୍ପଷ୍ଟ କରାଯାଇଛି ଯେ ସରକାରୀ କାର୍ଯ୍ୟାଳୟରେ ଆଗାମୀ ଦିନରେ କର୍ମଚାରୀଙ୍କ ସଂଖ୍ୟା ବଢ଼ାଯାଇପାରେ, ଏପରି ସ୍ଥିତିରେ କର୍ମଚାରୀ ଓ ଆସୁଥିବା ଲୋକମାନଙ୍କ ସହ ଅନ୍ୟ ସହଯୋଗୀ କର୍ମଚାରୀଙ୍କ କୋରୋନାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ବାଧ୍ୟତାମୂଳକ ଜୁନ ୩୦ ସୁଦ୍ଧା ଟିକାକରଣ କରିବାକୁ ହେବ ।