ପୁଣି ଡରାଇଲାଣି କୋରୋନା, ରାଜଧାନୀରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ
Advertisement
Article Detail0/zeeodisha/odisha782203

ପୁଣି ଡରାଇଲାଣି କୋରୋନା, ରାଜଧାନୀରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀରେ ଦୈନିକ ୬ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେଉଛି ।

ପୁଣି ଡରାଇଲାଣି କୋରୋନା, ରାଜଧାନୀରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: Coronavirus in Delhi: ଶୀତଦିନ ଓ ପାର୍ବଣ ଋତୁରେ ଜାତୀୟ ରାଜଧାନୀ ଦିଲ୍ଲୀରେ କୋରୋନା (Coronavirus) ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । କୋରୋନା ମାମଲାରେ ଦିଲ୍ଲୀରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭,୭୪୫ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ ଏଠାରେ ସର୍ବାଧିକ ସଂଖ୍ୟକ ପଜିଟିଭ ମାମଲା ରେକର୍ଡ ହୋଇଛି ।

ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀରେ ଦୈନିକ ୬ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେଉଛି । କିନ୍ତୁ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୋରୋନାର ୭,୭୪୫ ନୂତନ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଏହି ସମୟ ମଧ୍ୟରେ ୭୭ ସଂକ୍ରମିତ ରୋଗୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬,୦୬୯ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଦିଲ୍ଲୀରେ ସଂକ୍ରମଣ ହାର ୧୫ ପ୍ରତିଶତ ଅତିକ୍ରମ କରିଛି । ଏହିପରି ସକ୍ରିୟ ମାମଲା ସଂଖ୍ୟା ପ୍ରାୟ ୪୨ ହଜାରରେ ପହଞ୍ଚିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସର୍ବାଧିକ । ବର୍ତ୍ତମାନ ଏଠାରେ ସମୁଦାୟ ୪୧,୮୫୭ ସକ୍ରିୟ ରୋଗୀ ଅଛନ୍ତି । ଯଦିଓ ଦିଲ୍ଲୀରେ ପୁନରୁଦ୍ଧାର ହାର ୮୮.୮୬ ପ୍ରତିଶତକୁ ବୃଦ୍ଧି ପାଇଛି, ତଥାପି ସକ୍ରିୟ ରୋଗୀଙ୍କ ସଂଖ୍ୟା ୯.୫୪ ପ୍ରତିଶତରେ ପହଞ୍ଚିଥିବାବେଳେ ମୃତ୍ୟୁ ହାର ୧.୫୯ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ପଜିଟିଭ ହାର ୧୫.୨୬ ପ୍ରତିଶତକୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ଏଲଜେପି ବୁଡ଼ାଇ ଦେଲା ନୀତିଶଙ୍କ ଡଙ୍ଗା, ଘରର 'ଚିରାଗ'ରୁ ଏନଡିଏର ଦୁର୍ଗରେ ଲାଗିଲା ନିଆଁ!

ଗତ ୨୪ ଘଣ୍ଟା ମଧ୍ୟରେ, ଦିଲ୍ଲୀରେ ୫୦,୭୫୪ କୋରୋନା ପରୀକ୍ଷା କରାଯାଇଥିଲା । ଏପର୍ଯ୍ୟନ୍ତ ସମୁଦାୟ ୫୦,୯୯,୭୭୪ ପରୀକ୍ଷା କରାଯାଇଛି । ଏହାପୂର୍ବରୁ ଶନିବାର ଦିନ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୋରୋନା ୬,୯୫୩ ନୂତନ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା । ଏହି ସମୟ ମଧ୍ୟରେ କୋରୋନା ଯୋଗୁଁ ୭୯ ଜଣଙ୍କର ମୃତ୍ୟୁ ହୋଇଥିଲା ।