କୋରୋନାକୁ ନେଇ ସତ ଲୁଚାଉଛି ଭାରତ !
Advertisement
Article Detail0/zeeodisha/odisha747154

କୋରୋନାକୁ ନେଇ ସତ ଲୁଚାଉଛି ଭାରତ !

ଦେଶରେ କୋରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । କୋରୋନା ଭାଇରସ (Coronavirus) ର ସଂକ୍ରମଣ ଗତି ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୭ ଲକ୍ଷ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିସାରିଛି । ଦେଶରେ ପ୍ରତିଦିନ ପ୍ରାୟ ୯୫ ହଜାର ନୂଆ ସଂକ୍ରମିତ ମାମଲା ଚିହ୍ନଟ ହେଉଛି । ଏହି ସଂକ୍ରମିତଙ୍କ ସଂଖ୍ୟ

କୋରୋନାକୁ ନେଇ ସତ ଲୁଚାଉଛି ଭାରତ !

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । କୋରୋନା ଭାଇରସ (Coronavirus) ର ସଂକ୍ରମଣ ଗତି ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୭ ଲକ୍ଷ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିସାରିଛି । ଦେଶରେ ପ୍ରତିଦିନ ପ୍ରାୟ ୯୫ ହଜାର ନୂଆ ସଂକ୍ରମିତ ମାମଲା ଚିହ୍ନଟ ହେଉଛି । ଏହି ସଂକ୍ରମିତଙ୍କ ସଂଖ୍ୟା ଦୁନିଆରେ ସର୍ବାଧିକ । ଏଥି ସହିତ ଦେଶରେ କୋରୋନା ଭୂତାଣୁ (Coronavirus In India) ସଂକ୍ରମଣ ସହ ଜଡିତ କିଛି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ ବୋଲି ଏକ ଗଣମାଧ୍ୟମ ରିପୋର୍ଟରୁ ସାମ୍ନାକୁ ଆସିଛି । ଏହି ମିଡିଆ ରିପୋର୍ଟ ଅନୁସାରେ, ଯଦି ଆପଣ ଏହି ଅଣ-ସାର୍ବଜନୀନ ତଥ୍ୟକୁ ଦେଖିବେ, ତେବେ ଭାରତରେ ଦୈନିକ ୯୫ ହଜାର ପରିବର୍ତ୍ତେ ୨ ରୁ ୨.୫ ଲକ୍ଷ ସଂକ୍ରମିତ ମାମଲା ସାମ୍ନାକୁ ଆସିବାର ଥିଲା । ଯାହା ଭୟାବହ ପରିସ୍ଥିତିକୁ ସୂଚାଉଛି ।

ଅଧିକ ପଢ଼ନ୍ତୁ:-ଗ୍ରାହକଙ୍କୁ ବଡ଼ ଝଟକା ଦେଲା SBI !

NDTV ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, କୋରୋନା ଭୂତାଣୁ (COVID-19) ସହ ଜଡିତ ଦେଶର କିଛି ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ । ଯଦି ଆପଣ ଏହି ତଥ୍ୟକୁ ବିଶ୍ଳେଷଣ କରନ୍ତି, ତେବେ ଆପଣ ଦେଖିବେ ଯେ ଦେଶରେ ପ୍ରତିଦିନ କୋରୋନା ସଂକ୍ରମିତଙ୍କ ଯେଉଁ ସଂଖ୍ୟା କୁହାଯାଉଛି,  ଏହାଠାରୁ ୨ ରୁ ୨.୫ ଗୁଣ ଅଧିକ ହୋଇପାରେ । ରିପୋର୍ଟରେ କୁହାଯାଇଛି ଯେ ଦେଶରେ କୋରୋନା  ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ହେଉଛି ରାପିଡ ଆଣ୍ଟିଜେନ୍ ଟେଷ୍ଟ ଉପରେ ନିର୍ଭରଶୀଳତା । ତଥାପି ଏହା ପୂର୍ବରୁ ପ୍ରମାଣିତ ହୋଇଛି ଯେ ରାପିଡ ଆଣ୍ଟିଜେନ୍ ପରୀକ୍ଷା ଅନେକ ସମୟରେ ଭୁଲ ଫଳାଫଳ ଦେଇଥାଏ । ଏହି ଟେଷ୍ଟ ବହୁ ସଂଖ୍ୟାରେ ପଜିଟିଭକୁ ନେଗେଟିଭ କହିଥାଏ । 

ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ପାକିସ୍ତାନ, ଭୁରି ଭୁରି ପ୍ରଶଂସା କଲା WHO

ଏହା ମଧ୍ୟ ଦେଖାଯାଇଛି ଯେ ଯଦି ଆରଟି-ପିସିଆର (RT-PCR) ଟେଷ୍ଟକୁ ସଠିକ୍ ଭାବରେ କରାଯାଏ, ତେବେ ଏହା ବହୁ ସଂଖ୍ୟକ କୋଭିଡ-19 ରୋଗୀଙ୍କୁ ଚିହ୍ନଟ କରିବ । ଏହା ରାପିଡ ଆଣ୍ଟିଜେନ୍ ଟେଷ୍ଟ ଠାରୁ ୨ ରୁ ୨.୫ ଗୁଣ ଅଧିକ ରୋଗୀଙ୍କୁ ଚିହ୍ନଟ କରେ । ମହାରାଷ୍ଟ୍ର ଓ ଦିଲ୍ଲୀରେ ଏହା ଦେଖିବାକୁ ମିଳିଛି । ଦିଲ୍ଲୀରେ ଆରଟିଓ-ପିସିଆରର ପଜିଟିଭ ହାର ୧୪ ପ୍ରତିଶତ ରହିଛି । ଅନ୍ୟପକ୍ଷେ ଆଣ୍ଟିଜେନ୍ ପରୀକ୍ଷଣର ପଜିଟିଭ ହାର ୫ ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ଆରଟି ପିସିଆରର ପଜିଟିଭ ହାର ୨୪ ପ୍ରତିଶତ ରହିଛି । ଅନ୍ୟପଟେ ଆଣ୍ଟିଜେନ୍ ପରୀକ୍ଷଣରେ ପଜିଟିଭିଟି ହାର ୧୦ ପ୍ରତିଶତ ରହିଛି ।

ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ୨୪ ପରେ କୋରୋନା ଯୋଗୁଁ ହରାଇଛନ୍ତି ଚାକିରୀ, ଏବେ ମୋଦି ସରକାର ଦେବେ ଅଧା ଦରମା !

ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାରତରେ ଉଭୟ ପରୀକ୍ଷା ପଦ୍ଧତିରେ ପଜିଟିଭ ହାର ପ୍ରାୟ ସମାନ । ଦେଶରେ ଆରଟି-ପିସିଆରରେ ପଜିଟିଭ ହାର ୯ ପ୍ରତିଶତ ରହିଥିବା ବେଳେ ରାପିଡ ଆଣ୍ଟିଜେନ୍ ପରୀକ୍ଷଣରେ ପଜିଟିଭ ହାର ୭ ପ୍ରତିଶତ ରହିଛି । ଯେତେବେଳେ କି ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଏହା ସମ୍ଭବ ନୁହେଁ । ଏଭଳି ପରିସ୍ଥିତିରେ ଭାରତରେ ଆରଟି-ପିସିଆର ଟେଷ୍ଟ ସଠିକ୍ ଭାବେ କରାଯାଉନାହିଁ ବୋଲି ସ୍ପଷ୍ଟ ହୋଇଛି । ସେମାନଙ୍କ କହିବାନୁସାରେ, ଯଦି ଦେଶରେ ରାପିଡ ଆଣ୍ଟିଜେନ୍ ଟେଷ୍ଟର ପଜିଟିଭିଟି ହାର ୭ ପ୍ରତିଶତ ଥାଏ, ତେବେ ଆରଟି-ପିସିଆର ଟେଷ୍ଟରେ ଦୁଇରୁ ତିନି ଗୁଣ ହେବା ଉଚିତ । ଏହାର ଅର୍ଥ ହେଉଛି ଯଦି ପ୍ରତିଦିନ ୧ ଲକ୍ଷ ସଂକ୍ରମିତ ମାମଲା ଆସୁଛି । ତେବେ ସଠିକ୍ ଆକଳନ ପ୍ରତିଦିନ ୨ ରୁ ୨.୫ ଲକ୍ଷ ମାମଲା ହେବା ଉଚିତ ।