ଆସନ୍ତା ୩ ମାସ ପାଇଁ ଅମ୍ଳଜାନ ଓ କୋରୋନା ଟିକା ଉପରେ ଟିକସ ଛାଡ କଲେ ମୋଦି ସରକାର
Advertisement
Article Detail0/zeeodisha/odisha889687

ଆସନ୍ତା ୩ ମାସ ପାଇଁ ଅମ୍ଳଜାନ ଓ କୋରୋନା ଟିକା ଉପରେ ଟିକସ ଛାଡ କଲେ ମୋଦି ସରକାର

ସରକାରୀ ବୟାନ ଅନୁଯାୟୀ, ଏହି ନିଷ୍ପତ୍ତି କେବଳ ଅମ୍ଳଜାନ ଏବଂ ଏହା ସହିତ ଜଡ଼ିତ ଉପକରଣ ନା କେବଳ ଶସ୍ତା ହେବ ବରଂ ଏହାକୁ ଦେଶକୁ ଆଣିବା ମଧ୍ୟ ସହଜ ହେବ । 

ଆସନ୍ତା ୩ ମାସ ପାଇଁ ଅମ୍ଳଜାନ ଓ କୋରୋନା ଟିକା ଉପରେ ଟିକସ ଛାଡ କଲେ ମୋଦି ସରକାର

ନୂଆଦିଲ୍ଲୀ: Coronavirus in India: ଆସନ୍ତା ୩ ମାସ ପାଇଁ ଅମ୍ଳଜାନ ତଥା ଏହା ସହ ଜଡ଼ିତ ଉପକରଣ ଆମଦାନୀ ଉପରେ କଷ୍ଟମ୍ସ ଡ୍ୟୁଟି ଓ ସ୍ୱାସ୍ଥ୍ୟ ସେସ୍ ଉପରେ କେନ୍ଦ୍ର ସରକାର ରିହାତି ପ୍ରଦାନ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଦେଶରେ ଡାକ୍ତରୀ ଅମ୍ଳଜାନର ଅଭାବ ଓ କୋରୋନା ସଂକ୍ରମଣର ବୃଦ୍ଧି ଘଟୁଥିବା ସମୟରେ ଆସିଛି । ଏହାସହ କଡ଼ା ସମାଲୋଚନାର ସମ୍ମୁଖୀନ ହେଉଥିବା କେନ୍ଦ୍ର ସରକାର ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ତିନିମାସ ପାଇଁ କୋଭିଡ-19 ଟିକା ଉପରେ ବେସିକ କଷ୍ଟମ ଡ୍ୟୁଟି ହଟାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ:-ଟିକା ପାଇଁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନେ କିପରି କରିବେ ପଞ୍ଜିକରଣ? ଜାଣନ୍ତୁ...

ସରକାରୀ ବୟାନ ଅନୁଯାୟୀ, ଏହି ନିଷ୍ପତ୍ତି କେବଳ ଅମ୍ଳଜାନ ଏବଂ ଏହା ସହିତ ଜଡ଼ିତ ଉପକରଣ ନା କେବଳ ଶସ୍ତା ହେବ ବରଂ ଏହାକୁ ଦେଶକୁ ଆଣିବା ମଧ୍ୟ ସହଜ ହେବ । ବୟାନ କୁହାଯାଇଛି ଯେ, ଆଗାମୀ ଦିନରେ ଅମ୍ଳଜାନ ଓ ଚିକିତ୍ସା ଆବଶ୍ୟକତା ସହ ଜଡିତ ଅନ୍ୟାନ୍ୟ ସାମଗ୍ରୀ ନିଶ୍ଚିତ କରିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।

ଅଧିକ ପଢ଼ନ୍ତୁ:-ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କଲେ ଫାଶିରେ ଝୁଲାଇ ଦିଆଯିବ: ଦିଲ୍ଲୀ ହାଇକୋର୍ଟ

ଏହି କ୍ରମରେ ଭାରତୀୟ ବାୟୁସେନା ବିମାନ ସିଙ୍ଗାପୁରରୁ ମେଡିକାଲ ଅମ୍ଳଜାନ ଆଣୁଛି । ଏହା ସହିତ ବାୟୁସେନା ବିମାନ ଅଳ୍ପ ସମୟ ମଧ୍ୟରେ ଅମ୍ଳଜାନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସାରା ଦେଶରେ ଅମ୍ଳଜାନ ଟାଙ୍କି ପହଞ୍ଚାଉଛି ।