କୋରୋନାର ସବୁଠାରୁ ବଡ଼ ଆଟାକ୍: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ପ୍ରାୟ ୧୨ ଶହ ସଂକ୍ରମିତଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha885143

କୋରୋନାର ସବୁଠାରୁ ବଡ଼ ଆଟାକ୍: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ପ୍ରାୟ ୧୨ ଶହ ସଂକ୍ରମିତଙ୍କ ମୃତ୍ୟୁ

Coronavirus in India: ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୪୨ ଲକ୍ଷ ୯୧ ହଜାର ୯୧୭ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେହିପରି ଏପର୍ଯ୍ୟନ୍ତ ଦେଶରେ ୧ କୋଟି ୨୫ ଲକ୍ଷ ୪୭ ହଜାର ୮୬୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୫ ଲକ୍ଷ ୬୯ ହଜାର ୭୪୩ ସକ୍ରିୟ ମାମଲା ରହିଛି । 

କୋରୋନାର ସବୁଠାରୁ ବଡ଼ ଆଟାକ୍: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ପ୍ରାୟ ୧୨ ଶହ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: ଦେଶରେ ନୂଆ କୋରୋନା ମାମଲା ଦିନକୁ ଦିନ ରେକର୍ଡ ଭାଙ୍ଗୁଛି । ଆଜି ଦେଶରେ ପ୍ରଥମ ଥର ପାଇଁ ସର୍ବାଧିକ ସଂଖ୍ୟକ କୋରୋନା ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨,୧୭,୩୫୩ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୧୧୮୫ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୧,୧୮,୩୦୨ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି  । ଏହାପୂର୍ବରୁ ବୁଧବାର ୨,୦୦,୭୩୯ ନୂଆ ମାମଲା ଚିହ୍ନଟ ହୋଇଥିଲା । ଏଥି ସହିତ ଗତ ବର୍ଷ ସେପ୍ଟେମ୍ବର ୩୦ରେ ଦେଶରେ ୧୧ ଶହରୁ ଅଧିକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ ମଧ୍ୟରେ ରେଲୱେର ବଡ଼ ନିଷ୍ପତ୍ତି, ୯ ହଜାରରୁ ଅଧିକ ସ୍ୱତନ୍ତ୍ର ଟ୍ରେନର ଦେଲା ମଞ୍ଜୁରୀ

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୪୨ ଲକ୍ଷ ୯୧ ହଜାର ୯୧୭ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେହିପରି ଏପର୍ଯ୍ୟନ୍ତ ଦେଶରେ ୧ କୋଟି ୨୫ ଲକ୍ଷ ୪୭ ହଜାର ୮୬୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୫ ଲକ୍ଷ ୬୯ ହଜାର ୭୪୩ ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୭୪ ହଜାର ୩୦୮ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୧ କୋଟି ୭୨ ଲକ୍ଷ ୨୩ ହଜାର ୫୯ କୋରୋନା ଟିକାର ଡୋଜ ଲଗାଯାଇଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ବେତନରେ ହେବ ବମ୍ପର ବୃଦ୍ଧି, ୧୧ ପ୍ରତିଶତରୁ ଅଧିକ ମିଳିବ ମହଙ୍ଗା ଭତ୍ତା!

ବର୍ତ୍ତମାନ ସମୟରେ ଦେଶରେ କୋରୋନାର ମୃତ୍ୟୁ ହାର ୧.୨୩ ପ୍ରତିଶତ ରହିଥିବାବେଳେ ସୁସ୍ଥ ହାର ପ୍ରାୟ ୮୮ ପ୍ରତିଶତ ରହିଛି । ଚିନ୍ତାର ବିଷୟ ଏହା ଯେ ସକ୍ରିୟ ମାମଲା ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ସଂକ୍ରମିତ ମୋଟ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।