Coronavirus in India: ଦେଶରେ କୋରୋନା ଭୂତାଣୁ ମାମଲାରେ ଲଗାତର ହ୍ରାସ ବୃଦ୍ଧି ଲାଗି ରହିଛି ।
Trending Photos
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ ମାମଲାରେ ଲଗାତର ହ୍ରାସ ବୃଦ୍ଧି ଲାଗି ରହିଛି । ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ହଜାର ୮୨୩ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୬ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨,୮୪୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ମଙ୍ଗଳବାର ୭,୮୨୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୪୮ ଲକ୍ଷ ୯ ହଜାର ୬୧୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୬ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୬,୪୪୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ରାଜ୍ୟରେ ୯୬ ହଜାର ୬୪୬ ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ହଜାର ୪୯୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୬ ଲକ୍ଷ ୮୫ ହଜାର ୯୩୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅଧିକ ପଢ଼ନ୍ତୁ:-ମର୍ମନ୍ତୁଦ ଦୁର୍ଘଟଣା; ନଦୀରେ ବସ୍ ଖସି ପଡ଼ିବାରୁ ୨୮ ମୃତ, ୧୪ ଆହତ
ଅଧିକ ପଢ଼ନ୍ତୁ:-ଆର୍ୟନଙ୍କ ଜାମିନ କରାଇପାରିଲେନି ସତୀଶ ମାନଶିନ୍ଦେ, ବର୍ତ୍ତମାନ ଶାହରୁଖ ନେଲେ ଏହି ବଡ଼ ନିଷ୍ପତ୍ତି
ଅଧିକ ପଢ଼ନ୍ତୁ:-ତାଲିବାନ ହାତରେ ଆସିବନି କାଣିଚାଏ, ଆଫଗାନବାସୀଙ୍କ ଉପରେ 'ଆକାଶ'ରୁ ବର୍ଷିବ ଟଙ୍କା!
ଅଧିକ ପଢ଼ନ୍ତୁ:-ବୟଫ୍ରେଣ୍ଡଙ୍କ ବାପାଙ୍କୁ ବିବାହ କଲେ ଗର୍ଲଫ୍ରେଣ୍ଡ, ନିଜେ କହିଲେ ଏପରି କରିବାର କାରଣ
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୦ ଲକ୍ଷ ୧ ହଜାର ୭୪୩ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୩୩ ଲକ୍ଷ ୪୨ ହଜାର ୯୦୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୨ ଲକ୍ଷ ୭ ହଜାର ୬୫୩ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୫୧ ହଜାର ୧୮୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଅକ୍ଟୋବର ୧୨ ପର୍ଯ୍ୟନ୍ତ ସାରା ଦେଶରେ ୯୬ କୋଟି ୪୩ ଲକ୍ଷ ୭୯ ହଜାର ୨୧୨ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ଲକ୍ଷ ୬୩ ହଜାର ୮୪୫ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୫୮ କୋଟି ୬୩ ଲକ୍ଷ ୬୩ ହଜାର ୪୪୨ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଲକ୍ଷ ୨୫ ହଜାର ୩୯୯ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।