ଆଶ୍ୱସ୍ତିକର ଖବର: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ହ୍ରାସ, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ
Advertisement

ଆଶ୍ୱସ୍ତିକର ଖବର: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ହ୍ରାସ, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୭୩ ଲକ୍ଷ ୮୦ ହଜାର ୨୫୩ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । 

ଆଶ୍ୱସ୍ତିକର ଖବର: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ହ୍ରାସ, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନାର ବେଗ ନିୟନ୍ତ୍ରଣ ବାହାର ହେବାକୁ ଲାଗିଛି । ପ୍ରତିଦିନ ୨ ଲକ୍ଷରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସୁଛି । ସେହିପରି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୮,୨୦୯ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୮ ହଜାର ୮୯ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୫ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୧,୭୪୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧,୦୫,୯୬୪ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । 

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୭୩ ଲକ୍ଷ ୮୦ ହଜାର ୨୫୩ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୫୨ ଲକ୍ଷ ୩୭ ହଜାର ୪୬୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୬ ଲକ୍ଷ ୫୬ ହଜାର ୩୪୧ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୬ ହଜାର ୪୫୧ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜାନୁଆରୀ ୧୬ ପର୍ଯ୍ୟନ୍ତ ସାରା ଦେଶରେ ୧୫୭ କୋଟି ୨୦ ଲକ୍ଷ ୪୧ ହଜାର ୮୨୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ଲକ୍ଷ ୪୬ ହଜାର ୩୪୮ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୦ କୋଟି ୩୭ ଲକ୍ଷ ୬୨ ହଜାର ୨୮୨ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଲକ୍ଷ ୧୩ ହଜାର ୪୪୪ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୩ ପ୍ରତିଶତରୁ ଅଧିକ ରହିଛି ।

ରବିବାର ମହାରାଷ୍ଟ୍ରରେ ୪୧,୩୨୭ ନୂତନ କୋରୋନା ଭାଇରସ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୨୯ ଜଣ ରୋଗରେ ପ୍ରାଣ ହରାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଶନିବାର ରାଜ୍ୟରେ ୪୨,୪୬୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ବିଭାଗର ବୁଲେଟିନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରର ୪୦,୩୮୬ ରୋଗୀ ସଂକ୍ରମଣମୁକ୍ତ ହୋଇଥିଲେ, ଯାହା ପରେ ରାଜ୍ୟରେ ୬୮,୦୦,୯୦୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ହେଉଛି ୨,୬୫,୩୪୬ । ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୭୨,୧୧,୮୧୦ ଓ ମୃତକଙ୍କ ସଂଖ୍ୟା ୧,୪୧,୮୦୮କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଓମିକ୍ରନ୍ ଭାରିଆଣ୍ଟର ୮ଟି ନୂଆ ମାମଲା ରିପୋର୍ଟ ହେବା ପରେ ଏହିପରି ମାମଲା ସଂଖ୍ୟା ୯୩୨କୁ ବୃଦ୍ଧି ପାଇଛି । ରାଜ୍ୟରେ କୋଭିଡ-19 ସହ ଜଡିତ ମୃତ୍ୟୁ ହାର ୧.୯୬ ପ୍ରତିଶତ ଥିବାବେଳେ ସଂକ୍ରମଣରୁ ସୁସ୍ଥ ହାର ୯୪.୩ ପ୍ରତିଶତ ରହିଛି ।

ରବିବାର ଦିଲ୍ଲୀରେ ୧୮,୨୮୬ କୋରୋନା ମାମଲା ସାମ୍ନାକୁ ଆସିଥିବା ଥିବାବେଳେ ୨୮ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ସଂକ୍ରମଣ ହାର ୨୭.୮୭ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଗୋଟିଏ ଦିନ ପୂର୍ବରୁ ୩୦.୬୪ ପ୍ରତିଶତ ଥିଲା । ଶନିବାର ଦିଲ୍ଲୀରେ ୨୦,୭୧୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶନିବାର ଦିଲ୍ଲୀର କୋଭିଡ-19 ପାଇଁ କେବଳ ୬୫,୬୨୧ ନମୁନା ପରୀକ୍ଷା କରାଯାଇଥିଲା ।