କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର, କିନ୍ତୁ ଚିନ୍ତା ବଢ଼ାଇଲା ମୃତ୍ୟୁ ସଂଖ୍ୟା
Advertisement
Article Detail0/zeeodisha/odisha1084565

କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର, କିନ୍ତୁ ଚିନ୍ତା ବଢ଼ାଇଲା ମୃତ୍ୟୁ ସଂଖ୍ୟା

ଗତକାଲି ତୁଳନାରେ ଆଜି ଦେଶରେ ୧୦ ପ୍ରତିଶତ କମ୍ ମାମଲା ସାମ୍ନାକୁ ଆସିଛି ।

କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର, କିନ୍ତୁ ଚିନ୍ତା ବଢ଼ାଇଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ଭଲ ଖବର ଏହା ଯେ, ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ କମି ଦେଖାଦେଇଛି । କିନ୍ତୁ ମୃତ୍ୟୁ ମାମଲାରେ ବୃଦ୍ଧି ରେକର୍ଡ କରାଯାଇଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୯ ହଜାର ୯୧୮ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୫୯ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୨,୬୨୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୫୩,୬୬୯ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧୫.୭୭ ପ୍ରତିଶତ ରହିଛି । ଗତକାଲି ତୁଳନାରେ ଆଜି ଦେଶରେ ୧୦ ପ୍ରତିଶତ କମ୍ ମାମଲା ସାମ୍ନାକୁ ଆସିଛି ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୮ ଲକ୍ଷ ୫୮ ହଜାର ୨୪୧ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୮୯ ଲକ୍ଷ ୭୬ ହଜାର ୧୨୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୮ ଲକ୍ଷ ୩୧ ହଜାର ୨୬୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୯୫ ହଜାର ୦୫୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁ:-ସର୍ଭେ: ୟୁପିରେ ବଦଳୁଛି ରାଜନୈତିକ ହାୱା! ସମାଜବାଦୀ ପାର୍ଟି ପାଇଁ ଭଲ ଖବର, ଜାଣନ୍ତୁ ବିଜେପି ସମେତ ଅନ୍ୟ ଦଳର ସ୍ଥିତି

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଜାନୁଆରୀ ୩୦ ପର୍ଯ୍ୟନ୍ତ ସାରା ଦେଶରେ ୧୬୬ କୋଟି ୩ ଲକ୍ଷ ୯୬ ହଜାର ୨୨୭ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮ ଲକ୍ଷ ୯୦ ହଜାର ୯୮୬ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୨ କୋଟି ୮୯ ଲକ୍ଷ ୯୭ ହଜାର ୮୧୩ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଲକ୍ଷ ୩୧ ହଜାର ୧୯୮କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୫ ପ୍ରତିଶତରୁ ଅଧିକ ରହିଛି ।