କୋରୋନାର ଦ୍ୱିତୀୟ ଲହରୀ ଭାଙ୍ଗିଲା ସମସ୍ତ ରେକର୍ଡ, ପ୍ରଥମ ଥର ପାଇଁ ଦେଶରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ନୂତନ ସଂକ୍ରମିତ ଚିହ୍ନଟ
Advertisement

କୋରୋନାର ଦ୍ୱିତୀୟ ଲହରୀ ଭାଙ୍ଗିଲା ସମସ୍ତ ରେକର୍ଡ, ପ୍ରଥମ ଥର ପାଇଁ ଦେଶରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ନୂତନ ସଂକ୍ରମିତ ଚିହ୍ନଟ

Coronavirus in India: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୫ ହଜାର ୧୦୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଦିନକୁ ଦିନ ସକ୍ରିୟ ମାମଲା ବୃଦ୍ଧି ପାଉଛି, ଯାହାର ସଂଖ୍ୟା ବର୍ତ୍ତମାନ ୭ ଲକ୍ଷ ୪୧ ହଜାର ୮୩୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାରୁ ୫୨ ହଜାର ୮୪୭ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଯାହା ପରେ ଦେଶରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୨ ହଜାର ୧୩୬କୁ ବୃଦ୍ଧି ଯାଇଛି ।

କୋରୋନାର ଦ୍ୱିତୀୟ ଲହରୀ ଭାଙ୍ଗିଲା ସମସ୍ତ ରେକର୍ଡ, ପ୍ରଥମ ଥର ପାଇଁ ଦେଶରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ନୂତନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: Coronavirus in India: ଭାରତରେ ପୁଣି ଥରେ କୋରୋନା ଭୂତାଣୁର ତାଣ୍ଡବ ଆରମ୍ଭ ହୋଇସାରିଛି । ଦିନକୁ ଦିନ ଏହାର ସଂକ୍ରମିଣର ଗତି ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ମାରାତ୍ମକ କୋରୋନା ଭୂତାଣୁ ସମସ୍ତ ରେକର୍ଡ ଭାଙ୍ଗିଛି । ମହାମାରୀ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୩ ହଜାର ୫୫୮ ନୂତନ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ଶେଷ ଥର ପାଇଁ ଗତ ବର୍ଷ ସେପ୍ଟେମ୍ବର ୧୬ରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ କରାଯାଇଥିଲା । ତାହା ୯୭ ହଜାର ୮୯୪ ଥିଲା । ସେତେବେଳେ ୧୧୩୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ-କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ବିହାର, ଦିଲ୍ଲୀ, ୟୁପି ସମେତ ଏହି ସବୁ ରାଜ୍ୟ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ସମୁଦାୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୫ ହଜାର ୧୦୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଦିନକୁ ଦିନ ସକ୍ରିୟ ମାମଲା ବୃଦ୍ଧି ପାଉଛି, ଯାହାର ସଂଖ୍ୟା ବର୍ତ୍ତମାନ ୭ ଲକ୍ଷ ୪୧ ହଜାର ୮୩୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାରୁ ୫୨ ହଜାର ୮୪୭ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଯାହା ପରେ ଦେଶରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୨ ହଜାର ୧୩୬କୁ ବୃଦ୍ଧି ଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶରେ ୭ କୋଟି ୯୧ ଲକ୍ଷ ୫ ହଜାର ୧୬୩ କୋରୋନା ଟିକାର ଡୋଜ ଲଗାଯାଇଛି । ମୋଟ ଟିକା ମଧ୍ୟରୁ ୬୦.୧୯ ପ୍ରତିଶତ ଟିକା ଆଠଟି ରାଜ୍ୟରେ ଲାଗିଛି । କେବଳ ମହାରାଷ୍ଟ୍ରରେ ୯.୬୮ ପ୍ରତିଶତ ଟିକା ଲାଗିଛି। ଦେଶର ମୋଟ ଟିକା ମଧ୍ୟରୁ ୪୩ ପ୍ରତିଶତ ମହାରାଷ୍ଟ୍ର, ଗୁଜୁରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ  ଲାଗିଛି ।

ଅଧିକ ପଢ଼ନ୍ତୁ:-ଆହୁରି କମିବ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଦାମ! ଧର୍ମେନ୍ଦ୍ର ପ୍ରଧାନ ଦେଲେ ଏହି ବଡ଼ ବୟାନ...

ଦେଶରେ ମହାମାରୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବ ହୋଇଥିବା ରାଜ୍ୟ ମହାରାଷ୍ଟ୍ର (Maharashtra) ରେ ୱିକେଣ୍ଡ ଲକଡାଉନ୍ ଘୋଷଣା କରାଯାଇଛି । ଏହାସହ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ବ୍ୟାଙ୍କିଙ୍ଗ ଏବଂ ବୀମା କ୍ଷେତ୍ରକୁ ବାଦ ଦେଇ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି । କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦିଆଯାଇଛି । ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରତିବନ୍ଧକ ଲଗାଯାଇଛି ।