ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୭୨୫ ସଂକ୍ରମିତ
Advertisement
Article Detail0/zeeodisha/odisha934999

ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୭୨୫ ସଂକ୍ରମିତ

ଆଶ୍ୱସ୍ତିକର ଖବର ଏହା ଯେ ରବିବାର ଦେଶର ୧୯ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ୧୦ରୁ କମ୍ ଲୋକଙ୍କର ମୃତ୍ୟୁ ଘଟିଛି । ଅର୍ଥାତ୍ ଏଠାରେ ମୃତ୍ୟୁ ସଂଖ୍ୟା ଦଶରୁ କମ୍ ଥିଲା । ଏଥି ସହିତ ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋରୋନା ଯୋଗୁଁ ଜଣଙ୍କ ହେଲେ ମୃତ୍ୟୁ ହୋଇ ନଥିଲା ।

ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୭୨୫ ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ସାରା ଦେଶ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ସାମ୍ନା କରୁଛି । ଅବଶ୍ୟ ବର୍ତ୍ତମାନ ସମୟରେ ଲଗାତର କୋରୋନା ମାମଲାରେ ହ୍ରାସ ରେକର୍ଡ କରାଯାଉଛି । ଏହା ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ କମି ଦେଖାଦେଇଛି । ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ୧୧୧ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୨୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୨୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଦିନକରେ ୨,୨୧୧ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି ।  

ଅଧିକ ପଢ଼ନ୍ତୁ:-୧୧୧ ଟଙ୍କା ପାର କଲା ପେଟ୍ରୋଲ, ଜାଣନ୍ତୁ ଆଜି କେଉଁ ମୂଲ୍ୟରେ ବିକ୍ରି ହେଉଛି ଡିଜେଲ

ଆଶ୍ୱସ୍ତିକର ଖବର ଏହା ଯେ ରବିବାର ଦେଶର ୧୯ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ୧୦ରୁ କମ୍ ଲୋକଙ୍କର ମୃତ୍ୟୁ ଘଟିଛି । ଅର୍ଥାତ୍ ଏଠାରେ ମୃତ୍ୟୁ ସଂଖ୍ୟା ଦଶରୁ କମ୍ ଥିଲା । ଏଥି ସହିତ ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋରୋନା ଯୋଗୁଁ ଜଣଙ୍କ ହେଲେ ମୃତ୍ୟୁ ହୋଇ ନଥିଲା ।

ଏଠାରେ ୧୦ରୁ କମ୍ ମୃତ୍ୟୁ 

ଦିଲ୍ଲୀ, ଛତିଶଗଡ, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ବିହାର, ତେଲେଙ୍ଗାନା, ପଞ୍ଜାବ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଗୋଆ, ପୁଡୁଚେରୀ, ମଣିପୁର, ତ୍ରିପୁରା, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ ।

ଅଧିକ ପଢ଼ନ୍ତୁ:-କୋରୋନା ଓ ଭ୍ୟାକ୍ସିନକୁ ନେଇ ଏ କ'ଣ କହିଗଲେ WHO ମୁଖ୍ୟ

ଏଠାରେ ଜଣଙ୍କ ବି ମୃତ୍ୟୁ ହୋଇନାହିଁ

ଚଣ୍ଡିଗଡ଼, ନାଗାଲାଣ୍ଡ, ମିଜୋରାମ, ସିକ୍କିମ୍, ଦାଦ୍ରା-ନାଗର ହାଭେଲି ଏବଂ ଦାମନ-ଡିୟୁ, ଲକ୍ଷ୍ମୀଦୀପ ଏବଂ ଆଣ୍ଡାମାନ ଏବଂ ନିକୋବର ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୫ ଲକ୍ଷ ୮୫ ହଜାର ୨୨୯ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୯୭ ଲକ୍ଷ ୪୩୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୮୨ ହଜାର ୭୧ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୨ ହଜାର ୭୨୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଦେଶରେ ଲଗାତର ୫୩ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଜୁଲାଇ ୪ ପର୍ଯ୍ୟନ୍ତ ସାରା ଦେଶରେ ୩୫ କୋଟି ୨୮ ଲକ୍ଷ ୯୨ ହଜାର ୪୬ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୮୧ ହଜାର ୫୮୩ କୋରୋନା ଟିକାର ଡୋଜ୍ ଲାଗିସାରିଛି । ଏଥି ସହିତ ଏପର୍ଯ୍ୟନ୍ତ ୪୧ କୋଟି ୯୭ ଲକ୍ଷ ୭୭ ହଜାର ୪୫୭ କୋଟି କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଲକ୍ଷ ୨୨ ହଜାର ୫୦୪ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତରୁ ଅଧିକ ରହିଛି ।