ବର୍ତ୍ତମାନ ସମୟରେ ଦେଶରେ ୨୯ ଲକ୍ଷ ୨୦ ହଜାର ୨୧ ସକ୍ରିୟ କୋରୋନା ମାମଲା ରହିଛି ।
Trending Photos
ନୂଆଦିଲ୍ଲୀ: Coronavirus in India: କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave Of COVID-19) ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହା ମଧ୍ୟରେ ଦେଶରେ କୋରୋନାର ନୂଆ ମାମଲା (Coronavirus Cases) ରେ ପୂର୍ବାପେକ୍ଷା ହ୍ରାସ ଦେଖାଦେଉଛି କିନ୍ତୁ ଲଗାତାର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ଏକ ଚିନ୍ତାର ବିଷୟ ପାଲଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୨ ଲକ୍ଷ ୫୭ ହଜାର ୨୯୯ କୋରୋନା ସଂକ୍ରମିତ (Corona Positives) ଚିହ୍ନଟ ହୋଇଛନ୍ତି । ଯାହା ଗତ ୩୫ ଦିନ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ ଅଟେ । ଏହାପୂର୍ବରୁ, ଏପ୍ରିଲ ୧୫ରେ ୨.୩୪ ଲକ୍ଷ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ଏହାସହ ଏକ ଆଶ୍ୱସ୍ତିକର ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୫୭ ହଜାର ୬୩୦ ସଂକ୍ରମିତ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ତେବେ ଦୈନିକ ମୃତ୍ୟୁ ସଂଖ୍ୟା ୪ ହଜାରରୁ ଅଧିକ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୯୪ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଅଧିକ ପଢ଼ନ୍ତୁ:-କୋରୋନାର କରୁଣ ଦୃଶ୍ୟ: ଶେଷ ହୋଇଗଲା ଗୋଟିଏ ପରିବାର, ୧୩ ଘଣ୍ଟାରେ ଆଖି ବୁଜିଲେ ବାପା-ମା' ଓ ପୁଅ
ବର୍ତ୍ତମାନ ସମୟରେ ଦେଶରେ ୨୯ ଲକ୍ଷ ୨୩ ହଜାର ୪୦୦ ସକ୍ରିୟ କୋରୋନା ମାମଲା ରହିଛି । ଗତ ୨୪ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ସକ୍ରିୟ ମାମଲା ସଂଖ୍ୟା ୩୦ ଲକ୍ଷ ତଳକୁ ଖସି ଆସିଛି । ଏହାପୂର୍ବରୁ ୨୭ ଏପ୍ରିଲରେ ୨୯.୭୨ ଲକ୍ଷ ସକ୍ରିୟ ମାମଲା ରହିଥିଲା । ସେପଟେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟି ୬୨ ଲକ୍ଷ ୮୯ ହଜାର ୨୯୦ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେଥିରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟି ୩୦ ଲକ୍ଷ ୭୦ ହଜାର ୩୬୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୯୫ ହଜାର ୫୨୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଚିକିତ୍ସିତ ହେଉଥିବା ମୋଟ ରୋଗୀଙ୍କ ୨୯ ଲକ୍ଷ ୨୩ ହଜାର ୪୦୦ ରହିଛି ।
ଅଧିକ ପଢ଼ନ୍ତୁ:-କେଉଁମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ସମ୍ଭାବନା ଅଧିକ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ମେ ୨୧ ପର୍ଯ୍ୟନ୍ତ ସାରା ଦେଶରେ ୧୯ କୋଟି ପର୍ଯ୍ୟନ୍ତ ୩୩ ଲକ୍ଷ ୭୨ ହଜାର ୮୧୯ କୋରୋନା ଟିକାର ଡୋଜ ଲାଗିସାରିଛି । ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୫୮ ହଜାର ୮୯୫ ଟିକା ଦିଆଯାଇଥିଲା । ଅନ୍ୟପକ୍ଷେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ କୋଟି ୬୪ ଲକ୍ଷ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୦ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭ ହାର ୧୨ ପ୍ରତିଶତରୁ ଅଧିକ ରହିଛି ।
ସୂଚନାଯୋଗ୍ୟ, ଦେଶରେ କୋରୋନା ମୃତ୍ୟୁ ହାର ୧.୧୨ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୮୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧୨ ପ୍ରତିଶତରୁ କମ୍ ହୋଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ଏବଂ ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।
ସେପଟେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୧୦୮ କୋରୋନା ମାମଲା ଚିହ୍ନଟ ହୋଇଛି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୬,୭୯,୫୩୦ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏଥିରୁ ୫,୬୭,୩୮୨ ସଂକ୍ରମିତ ସୁସ୍ଥ ହୋଇ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪୫୬ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି ।
ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୪୪ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥି ସହ ୪୪,୪୯୩ ଲୋକ ସୁସ୍ଥ ହୋଇଛନ୍ତି ଏବଂ ୧,୨୬୩ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୫.୨୭ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୫୦.୭୦ ଲକ୍ଷ ଲୋକ ଆରୋଗ୍ୟ ହୋଇଥିବାବେଳେ ୮୬,୬୧୮ ଜଣଙ୍କର ମୃତ୍ୟୁ ହୋଇଛି । ୩,୬୭ ଲକ୍ଷ ସଂକ୍ରମିତ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୭,୬୮୨ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିସହ ୧୭,୬୬୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୧୭୨ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬.୫୯ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୧୫.୩୪ ଲକ୍ଷ ଆରୋଗ୍ୟ ହୋଇଥିବାବେଳେ ୧୮,୭୬୦ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ ୧.୦୬ ଲକ୍ଷ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩,୦୦୯ କୋରୋନା ମାମଲା ମିଳିଛି । ଏହାସହ ୭,୨୮୮ ଲୋକ ସୁସ୍ଥ ହୋଇଛନ୍ତି । ୨୫୨ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଏପର୍ଯ୍ୟନ୍ତ ୧୪.୧୨ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୧୩.୫୪ ଲକ୍ଷ ଲୋକ ଆରୋଗ୍ୟ ହୋଇଥିବାବେଳେ ୨୨,୮୩୧ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଠାରେ ବର୍ତ୍ତମାନ ସମୟରେ ୩୫,୬୮୩ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।