୪୪ ଦିନ ପରେ ଦେଶରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
Advertisement
Article Detail0/zeeodisha/odisha908827

୪୪ ଦିନ ପରେ ଦେଶରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

Coronavirus in India: କେନ୍ଦ୍ର କହିଛି ଯେ, ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହର ମନ୍ଥର ହେବାରେ ଲାଗିଛି । ଆଶା କରାଯାଉଛି ଆଗାମୀ ଦିନରେ ପ୍ରତିବନ୍ଧକରେ ରିହାତି ଦେବା ପରେ ମଧ୍ୟ ଏହି ମାମଲା ହ୍ରାସ ପାଇବ । ଏଥିସହ କୁହାଯାଇଛି ଯେ ବର୍ତ୍ତମାନ ସମୟରେ ସକ୍ରିୟ ମାମଲା ଅଧିକ ରହିଛି ।

୪୪ ଦିନ ପରେ ଦେଶରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ସାରା ଦେଶରେ କୋରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ବିଗତ କିଛି ଦିନ ଧରି ଦେଶରେ କୋରୋନା ମାମଲାରେ ଲଗାତର ହ୍ରାସ ରେକର୍ଡ କରାଯାଉଛି । ୪୪ ଦିନ ପରେ ଦେଶରେ ସର୍ବନିମ୍ନ ସଂଖ୍ୟକ କୋରୋନା ମାମଲା ରିପୋର୍ଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୮୬ ହଜାର ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି ଓ ୩୫୫୮ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ଏଥିସହିତ ଭଲ ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୯ ହଜାର ୪୫୯ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । ଅର୍ଥାତ୍ ଗୋଟିଏ ଦିନରେ ୭୬,୭୫୫ ସକ୍ରିୟ ମାମଲା ହ୍ରାସ ପାଇଛି । ଏହାପୂର୍ବରୁ ବୁଧବାର  ୨,୧୧,୨୯୮ ନୂତନ ମାମଲା ଚିହ୍ନଟ ହୋଇଥିଲା ଓ ୩୮୪୭ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ଫାଇଜର ଚଳିତ ବର୍ଷ ଭାରତକୁ ୫ କୋଟି ଭ୍ୟାକ୍ସିନ ଦେବାକୁ ପ୍ରସ୍ତୁତ, କିନ୍ତୁ ରଖିଲା ଏହି ସର୍ତ୍ତ

ମେ ୨୭ ପର୍ଯ୍ୟନ୍ତ ସାରା ଦେଶରେ ୨୦ କୋଟି ୪୬ ଲକ୍ଷ କୋରୋନା ଟିକା ଲଗାଯାଇଛି । ଗତ ୨୪ ଘଣ୍ଟାରେ ୧୮ ଲକ୍ଷ ୮୫ ହଜାର ୮୦୫ ଟିକା ଲଗାଯାଇଥିଲା । ସେପଟେ ୩୩ କୋଟି ୯୦ ଲକ୍ଷରୁ ଅଧିକ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦.୭୦ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭ ହାର ୮ ପ୍ରତିଶତରୁ ଅଧିକ ରହିଛି ।

ସେପଟେ ଦେଶରେ ବର୍ତ୍ତମାନ ଯାଏ ମୋଟ ୨ କୋଟି ୭୫ ଲକ୍ଷ ୫୫ ହଜାର ୪୫୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୪୮ ଲକ୍ଷ ୯୩ ​​ହଜାର ୪୧୦ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୨୩ ଲକ୍ଷ ୪୩ ହଜାର ୧୫୨ ମାମଲା ରହିଛି । ଦେଶରେ ବର୍ତ୍ତମାନ ଯାଏ ମୋଟ ୩ ଲକ୍ଷ ୧୮ ହଜାର ୮୯୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କୁ କୋରୋନା ହେବାର ଆଶଙ୍କା ଅଧିକ! ଏହା ହେଉଛି କାରଣ...

କେନ୍ଦ୍ର କହିଛି ଯେ, ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହର ମନ୍ଥର ହେବାରେ ଲାଗିଛି । ଆଶା କରାଯାଉଛି ଆଗାମୀ ଦିନରେ ପ୍ରତିବନ୍ଧକରେ ରିହାତି ଦେବା ପରେ ମଧ୍ୟ ଏହି ମାମଲା ହ୍ରାସ ପାଇବ । ଏଥିସହ କୁହାଯାଇଛି ଯେ ବର୍ତ୍ତମାନ ସମୟରେ ସକ୍ରିୟ ମାମଲା ଅଧିକ ରହିଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଜୁନରେ ମିଳିବ ଖୁସି ଖବର! ଦରମାରେ ହେବ ବୃଦ୍ଧି

ସୂଚନାଯୋଗ୍ୟ, ଦେଶରେ କୋରୋନା ଜନିତ ମୃତ୍ୟୁ ହାର ୧.୧୫ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୦ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୯ ପ୍ରତିଶତରୁ କମ୍ ହୋଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ଓ ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।