ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୧୮ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୨ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୭ ପ୍ରତିଶତରୁ କମ୍ ହୋଇଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ମୋଟ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।
Trending Photos
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ବିଗତ କିଛି ଦିନ ହେବ ଦେଶରେ ୧ ଲକ୍ଷରୁ ଅଧିକ କୋରୋନା ମାମଲା (COVID-19 Cases) ସାମ୍ନାକୁ ଆସୁଛି । ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତାର କାରଣ ପାଲଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩୪ ହଜାର ୧୫୪ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮୮୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୧୧ ହଜାର ୪୯୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-କୋରୋନା ପରେ ଦୁନିଆକୁ ଆଉ ଏକ ଭୟଙ୍କର ରୋଗ ଦେଉଛି ଚୀନ?
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୬୩ ଲକ୍ଷ ୯ ହଜାର ୫୮୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୭ ଲକ୍ଷ ୧୩ ହଜାର ୪୧୩ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୩୭ ହଜାର ୯୮୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨୨ କୋଟି ୧୦ ଲକ୍ଷ ୪୩ ହଜାର ୬୯୩ କୋରୋନା ଟିକାର ଡୋଜ୍ ଲାଗିସାରିଛି ।
ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୧୮ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୨ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୭ ପ୍ରତିଶତରୁ କମ୍ ହୋଇଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ମୋଟ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।
ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଅନେକ ଟ୍ରେନ୍, କିଛି ଟ୍ରେନର ସମୟରେ କରାଗଲା ପରିବର୍ତ୍ତନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ଆଜି ଦେଶରେ କ୍ରମାଗତ ୨୧ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ଅଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜୁନ ୨ ପର୍ଯ୍ୟନ୍ତ ସାରା ଦେଶରେ ୨୨ କୋଟି ୧୦ ଲକ୍ଷ ୪୩ ହଜାର ୬୯୩ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଲକ୍ଷ ୨୬ ହଜାର ଟିକା ଦିଆଯାଇଥିଲା । ଏଥି ସହିତ ଏପର୍ଯ୍ୟନ୍ତ ୩୫ କୋଟି ୩୭ ହଜାରରୁ ଅଧିକ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧.୫୯ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପିଜିଟିଭ ହାର ୬ ପ୍ରତିଶତରୁ ଅଧିକ ଥିଲା ।