ଦେଶରେ ଖସୁଛି କୋରୋନା ଗ୍ରାଫ୍: ଦିନକରେ ସାମ୍ନାକୁ ଆସିଲା ୧.୫୨ ଲକ୍ଷ ମାମଲା, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ
Advertisement

ଦେଶରେ ଖସୁଛି କୋରୋନା ଗ୍ରାଫ୍: ଦିନକରେ ସାମ୍ନାକୁ ଆସିଲା ୧.୫୨ ଲକ୍ଷ ମାମଲା, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

Coronavirus in India: ଦେଶରେ ଲଗାତର କୋରୋନା ମାମଲାରେ ହ୍ରାସ ରେକର୍ଡ କରାଯାଉଛି । ପରିସଂଖ୍ୟାନ କହୁଛି ଯେ ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ଧୀରେ ଧୀରେ କମିବାରେ ଲାଗିଛି । ଯଦିଓ ମୃତ୍ୟୁ ସଂଖ୍ୟା ବହୁତ ଅଧିକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୨ ହଜାର ୭୩୪ ନୂତନ କୋ

ଦେଶରେ ଖସୁଛି କୋରୋନା ଗ୍ରାଫ୍: ଦିନକରେ ସାମ୍ନାକୁ ଆସିଲା ୧.୫୨ ଲକ୍ଷ ମାମଲା, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ ଲଗାତର କୋରୋନା ମାମଲାରେ ହ୍ରାସ ରେକର୍ଡ କରାଯାଉଛି । ପରିସଂଖ୍ୟାନ କହୁଛି ଯେ ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ଧୀରେ ଧୀରେ କମିବାରେ ଲାଗିଛି । ଯଦିଓ ମୃତ୍ୟୁ ସଂଖ୍ୟା ବହୁତ ଅଧିକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୨ ହଜାର ୭୩୪ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୩୧୨୮ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ଏଥିସହ ଭଲ ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ  କୋରୋନାରୁ ୨ ଲକ୍ଷ ୩୮ ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଅର୍ଥାତ୍ ଦିନକରେ ୮୮,୪୧୬ ସକ୍ରିୟ ମାମଲା ହ୍ରାସ ଘଟିଛି । ଏହାପୂର୍ବରୁ ଶନିବାର ୧,୬୫,୫୫୩ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ଦଶମ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଭାରତୀୟ ରେଲୱେରେ ୩୫୯୧ ପଦ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ବିନା ପରୀକ୍ଷାରେ ମିଳିବ ଚାକିରି, ଶୀଘ୍ର କରନ୍ତୁ ଅପ୍ଲାଇ

ଆଜି ଦେଶରେ କ୍ରମାଗତ ୧୮ ତମ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ହାର ଅଧିକ ରହିଛି । ମେ ୩୦ ପର୍ଯ୍ୟନ୍ତ ସାରା ଦେଶରେ ୨୧ କୋଟି ୩୧ ଲକ୍ଷ ୫୪ ହଜାର ୧୨୯ କୋରୋନା ଟିକାର ଡୋଜ ଲାଗିସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ଲକ୍ଷ ୧୮ ହଜାର ଟିକା ଲଗାଯାଇଥିଲା । ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୪ କୋଟି ୪୮ ଲକ୍ଷରୁ ଅଧିକ କୋରୋନା ଟେଷ୍ଟ୍ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬.୮୩ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭ ହାର ୮ ପ୍ରତିଶତରୁ ଅଧିକ ରହିଛି ।

ଅଧିକ ପଢ଼ନ୍ତୁ:-ବନ୍ଦ ହୋଇଯିବ କି ୨ ହଜାର ଟଙ୍କିଆ ନୋଟ? ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୮୦ ଲକ୍ଷ ୪୭ ହଜାର ୫୩୪ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୫୬ ଲକ୍ଷ ୯୨ ହଜାର ୩୪୨ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।
ବର୍ତ୍ତମାନ ସମୟରେ ଦେଶରେ ମୋଟ ୨୦ ଲକ୍ଷ ୨୬ ହଜାର କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୨୯ ହଜାର ୧୦୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ:-ରାଜଧାନୀରେ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍

ଦେଶରେ କୋରୋନା ମୃତ୍ୟୁ ହାର ୧.୧୭ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୧ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୮ ପ୍ରତିଶତରୁ କମ୍ ରହିଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସର୍ବାଧିକ ହୋଇଛି ।