ନୂଆ ବିପଦ! ପାଣିରେ ମିଳିଲା କୋରୋନା ଭୂତାଣୁ, SGPGI ର ଟେଷ୍ଟରେ ଖୁଲାସା
Advertisement
Article Detail0/zeeodisha/odisha907396

ନୂଆ ବିପଦ! ପାଣିରେ ମିଳିଲା କୋରୋନା ଭୂତାଣୁ, SGPGI ର ଟେଷ୍ଟରେ ଖୁଲାସା

SGPGI ର ମାଇକ୍ରୋବିଓଲୋଜି ବିଭାଗର ଚେୟାରମ୍ୟାନ୍ ଡକ୍ଟର ଉଜ୍ୱଳା ଘୋଷାଲ ଏହା ନିଶ୍ଚିତ କରିଛନ୍ତି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନାର ଦ୍ୱିତୀୟ ଲହର (Second Wave of Coronavirus) ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ଲକ୍ଷ ଲକ୍ଷ କୋରୋନା ମାମଲା ଚିହ୍ନଟ ହେବାସହ ବର୍ତ୍ତମାନ ସମୟରେ ୩ ହଜାରରୁ ଉର୍ଦ୍ଧ୍ୱ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି । ସେପଟେ କୋରୋନା ମହାମାରୀର ବିସ୍ତାର ସମ୍ବନ୍ଧରେ ଏପର୍ଯ୍ୟନ୍ତ ଅନେକ ତଥ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ଲକ୍ଷ୍ନୌର ସ୍ୱେରେଜ୍ ପାଣିରେ କୋରୋନା ସଂକ୍ରମଣ ସମସ୍ତଙ୍କୁ ଚକିତ କରିଛି । SGPGI ର ମାଇକ୍ରୋବିଓଲୋଜି ବିଭାଗ ୩ଟି ସ୍ଥାନରୁ ସ୍ୱେରେଜ୍ ପାଣିର ନମୁନା ସଂଗ୍ରହ କରିଥିଲା । ଏହି ସ୍ଥାନଗୁଡିକ ମଧ୍ୟରୁ ଗୋଟିଏର ପାଣିରେ କୋରୋନା ଭୂତାଣୁ ମିଳିଥିଲା ​।

ଅଧିକ ପଢ଼ନ୍ତୁ:-ଧାମରାରୁ ୭୦ କିମି ଦୂରରେ ବାତ୍ୟା ୟାସ୍, ଲ୍ୟାଣ୍ଡଫଲରେ ହୋଇପାରେ ବିଲମ୍ୱ

SGPGI ର ମାଇକ୍ରୋବିଓଲୋଜି ବିଭାଗର ଚେୟାରମ୍ୟାନ୍ ଡକ୍ଟର ଉଜ୍ୱଳା ଘୋଷାଲ ଏହା ନିଶ୍ଚିତ କରିଛନ୍ତି । ICMR ଓ WHO କୋରୋନାର ଦ୍ୱିତୀୟ ଲହର ପରେ ଗବେଷଣା ଆରମ୍ଭ କରିଥିଲେ । ପାଣିରେ କୋରୋନା ଭୂତାଣୁ ଚିହ୍ନଟ କରିବା ପାଇଁ ଦେଶର ବିଭିନ୍ନ ସହରରୁ ସ୍ୱେରେଜ୍ ନମୁନା ସଂଗ୍ରହ କରାଯାଉଛି । ସ୍ୱେରେଜ୍ ନମୁନା ପରୀକ୍ଷା ପାଇଁ ଦେଶରେ ୮ଟି କେନ୍ଦ୍ର ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଲକ୍ଷ୍ନୌ SGPGI । ଲକ୍ଷ୍ନୌରେ ରୁଦ୍ରପୁର ଖଦରା, ଘଣ୍ଟାଘର, ମଛଲି ମୋହାଲରୁ ନମୁନା ସଂଗ୍ରହ କରାଯାଇଥିଲା । ମେ ୧୯ ସ୍ୱେରେଜ୍ ନମୁନାରେ ଭୂତାଣୁ ନିଶ୍ଚିତ ହେବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଏହି ରିପୋର୍ଟ NIV କୁ ପଠାଯାଇଛି, ସେଠାରୁ ଏହି ରିପୋର୍ଟକୁ ICMR କୁ ପଠାଇଯିବ ।

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ଅତିରିକ୍ତ ଦରମା! ଜାଣନ୍ତୁ କାହିଁକି...

ପାଣିରେ ମହଜୁଦ ଭୂତାଣୁରୁ ସଂକ୍ରମଣ ବିସ୍ତାର ହେବ କି ନାହିଁ, ଏହା ଏକ ଅନୁସନ୍ଧାନର ବିଷୟ । ବର୍ତ୍ତମାନ ୟୁପିର ଅନ୍ୟ ସହରରୁ ନମୁନା ସଂଗ୍ରହ କରାଯିବ । ସମ୍ପ୍ରତି, ସ୍ୱେରେଜ ପାଣିରେ କୋରୋନା ଭୂତାଣୁ ମିଳିବାର କାରଣ ଷ୍ଟୁଲ୍ ବା ପାଇଖାନାକୁ ମନେ କରାଯାଉଛି । ଡାକ୍ତର ଘୋଷାଲଙ୍କ ଅନୁଯାୟୀ, ସମସ୍ତ କୋରୋନା ସଂକ୍ରମିତ ହୋମ୍ ଆଇସୋଲେଶନରେ ଅଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କର ଷ୍ଟୁଲ ସ୍ୱେରେ ପାଣିରେ ଆସି ମିଶୁଛି । ହୋଇପାରେ ଏହି କାରଣରୁ ଏହା ଭୂତାଣୁ ସ୍ୱେରେଜ ପାଣିରେ ମିଳିଛି ।