ଭାରତ ସରକାର ଶନିବାର କହିଛନ୍ତି ଯେ, କୋରୋନା ଭୂତାଣୁରେ ଜିନୋମ ସହ ଜଡିତ ଦୁଇଟି ଅଧ୍ୟୟନରୁ ଜଣାପଡିଛି ଯେ ଏହା ଆନୁବଂଶିକ ରୂପେ ସ୍ଥିର ରହିଛି ଏବଂ ଏହାର ଆକାରରେ କୌଣସି ବଡ଼ ପରିବର୍ତ୍ତନ ଆସିନାହିଁ ।
Trending Photos
ନୂଆଦିଲ୍ଲୀ: ଭାରତରେ କୋରୋନା ଭୂତାଣୁ (Coronavirus) ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ରହିଛି । ଏହି ସମୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଭାରତରେ ରୂପ ବଦଳାଉ ନାହିଁ କୋରୋନା ଭାଇରସ । କୋଭିଡ-19 (COVID-19) ସହ ଜଡିତ ଏହି ଖବର ଟାଇମ୍ସ ଅଫ୍ ଇଣ୍ଡିଆରୁ ସାମ୍ନାକୁ ଆସିଛି ।
ଭାରତ ସରକାର ଶନିବାର କହିଛନ୍ତି ଯେ, କୋରୋନା ଭୂତାଣୁରେ ଜିନୋମ ସହ ଜଡିତ ଦୁଇଟି ଅଧ୍ୟୟନରୁ ଜଣାପଡିଛି ଯେ ଏହା ଆନୁବଂଶିକ ରୂପେ ସ୍ଥିର ରହିଛି ଏବଂ ଏହାର ଆକାରରେ କୌଣସି ବଡ଼ ପରିବର୍ତ୍ତନ ଆସିନାହିଁ । ଏହା ଭାରତ ପାଇଁ ଏକ ଖୁସି ଖବର କାରଣ ବୈଜ୍ଞାନିକମାନେ ଆଶା କରୁଥିଲେ ଯେ ଯଦି କୋରୋନା ଭୂତାଣୁ ଏହାର ରୂପ ପରିବର୍ତ୍ତନ କରନ୍ତି, ତେବେ ଟୀକାକରଣର ପ୍ରଭାବ ହ୍ରାସ ହୋଇପାରେ ।
ଅଧିକ ପଢ଼ନ୍ତୁ:-ସେନାର ଖର୍ଚ୍ଚ ହ୍ରାସ କରିବାକୁ ଯୋଜନା କରୁଛନ୍ତି ମୋଦି ସରକାର, ନୂଆ ପ୍ରସ୍ତାବକୁ ନେଇ ସୃଷ୍ଟି ହେଲା ଆଲୋଡ଼ନ
ଅନ୍ୟପକ୍ଷେ କୋଭିଡ-19ର ମୋଟ ମାମଲାରେ ଭାରତ ପୁଣି ଥରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଏପରି ଆମେରିକାରେ ସଂକ୍ରମଣ ମାମଲା ବୃଦ୍ଧି କାରଣରୁ ଘଟିଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଆମେରିକାରେ ମୋଟ ୮୧,୦୦,୬୬୨ ମାମଲା ରହିଛି ଏବଂ ଭାରତରେ ସମୁଦାୟ ୭୪,୩୨,୬୮୦ ମାମଲା ରହିଛି ।