ଦ୍ୱିତୀୟ ଲହରରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭୂତାଣୁ ବଦଳାଇଲା ରୂପ, 'ଡେଲଟା ପ୍ଲସ୍'କୁ ନେଇ ଏହା ହେଉଛି ବୈଜ୍ଞାନିକଙ୍କ ମତ
Advertisement

ଦ୍ୱିତୀୟ ଲହରରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭୂତାଣୁ ବଦଳାଇଲା ରୂପ, 'ଡେଲଟା ପ୍ଲସ୍'କୁ ନେଇ ଏହା ହେଉଛି ବୈଜ୍ଞାନିକଙ୍କ ମତ

ତେବେ ଭୂତାଣୁର ନୂତନ ଭାରିଏଣ୍ଟ ଯୋଗୁଁ ଏହି ରୋଗ କେତେ ମାରାତ୍ମକ ହୋଇପାରେ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌ ଣସି ସୂଚନା ନାହିଁ । ଡେଲଟା + (Delta Plus)'ମୋନୋକ୍ଲୋନାଲ ଆଣ୍ଟିବଡି କକଟେଲ' ଚିକିତ୍ସା ପାଇଁ ଅବରୋଧକାରୀ ହୋଇଥାଏ ଯାହା ନିକଟ ଅତୀତରେ ଭାରତରେ ମଞ୍ଜୁରୀ ମିଳିଛି ।

ଦ୍ୱିତୀୟ ଲହରରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭୂତାଣୁ ବଦଳାଇଲା ରୂପ, 'ଡେଲଟା ପ୍ଲସ୍'କୁ ନେଇ ଏହା ହେଉଛି ବୈଜ୍ଞାନିକଙ୍କ ମତ

ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) କ୍ରମାଗତ ଭାବରେ ଏହାର ରୂପ ପରିବର୍ତ୍ତନ କରୁଛି । ବର୍ତ୍ତମାନ ଏହି ଭୂତାଣୁର ଏକ ନୂତନ ଭାରିଏଣ୍ଟ ମିଳିଛି । ଯାହାର ନାମ 'ଡେଲଟା ପ୍ଲସ୍' (Delta+) କିମ୍ବା 'AY.1' ଦିଆଯାଇଛି । ଏହା କୋରୋନାର 'ଡେଲଟା' ଭାରିଏଣ୍ଟ (Delta Variant)ରୁ ନିର୍ମିତ । ଏହା ବହୁତ ଅଧିକ ସଂକ୍ରମଣ ବଢାଇଥିଲା । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି କି ଏହି ଭାରିଏଣ୍ଟଟି ପୁଣିଥରେ ଆତଙ୍କ ସୃଷ୍ଟି କରିପାରେ କି? ଯଦିଓ ବୈଜ୍ଞାନିକମାନେ ଏହି ଭୂତାଣୁକୁ ନେଇ ଅଧିକ ଭୟଭୀତ ନୁହଁନ୍ତି । ସେମାନେ ମନେ କରନ୍ତି ଯେ ବର୍ତ୍ତମାନ ଭାରତରେ ଏହାକୁ ନେଇ ଚିନ୍ତା କରିବାର କିଛି ନାହିଁ । କାରଣ ଦେଶରେ ଏବେ ମଧ୍ୟ ଏହାର ବହୁତ କମ୍ ମାମଲା ରହିଛି ।

ଅଧିକ ପଢ଼ନ୍ତୁ:-ପୁଣି ଆନ୍ଧ୍ରର ମନମାନି, ଓଡିଶା ପ୍ରକଳ୍ପକୁ କରୁଛି ମରାମତି

କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ- ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (CSIR-IGIB) ର ନିର୍ଦ୍ଦେଶକ ଡକ୍ଟର ଅନୁରାଗ ଅଗ୍ରୱାଲ କହିଛନ୍ତି ଯେ, ବର୍ତ୍ତମାନ ଭୂତାଣୁର ଏହି ଭାରିଏଣ୍ଟକୁ ନେଇ ଭାରତରେ ଚିନ୍ତା କରିବାର କିଛି ନାହିଁ । ସେ କହିଛନ୍ତି ଯେ ଟିକାକରଣର ଉଭୟ ଡୋଜ୍ ନେଇସାରିଥିବା ଲୋକଙ୍କ ରକ୍ତ ପ୍ଲାଜ୍ମାରୁ ଏହି ପ୍ରକାରର ଭାଇରସ୍ ପରୀକ୍ଷା କରିବାକୁ ପଡ଼ିବ, ଯାହା ଦ୍ୱାରା ଜଣାପଡ଼ିବ ଯେ ଏହା ପ୍ରତିରୋଧକ ଶକ୍ତି ହ୍ରାସ କରିବାରେ ସକ୍ଷମ କି ନୁହେଁ ।

ଦିଲ୍ଲୀ ସ୍ଥିତ CSIR-IGIB ର ବୈଜ୍ଞାନିକ ବିନୋଦ ସ୍କାରିଆ ରବିବାର ଟ୍ୱିଟ୍ କରି କହିଛନ୍ତି, K417N ପରିବର୍ତ୍ତନ ହେତୁ B1.617.2 ଭାରିଏଣ୍ଟ ସୃଷ୍ଟି ହୋଇଛି । ଏହା AY.1 ଭାବରେ ମଧ୍ୟ ଜଣାଶୁଣା । ଏହି ପରିବର୍ତ୍ତନ SARS-CoV-2 ର ସ୍ପାଇକ୍ ପ୍ରୋଟିନରେ ଘଟିଛି, ଯାହା ଭୂତାଣୁ ମାନବ କୋଷ ଭିତରକୁ ଯାଇ ସଂକ୍ରମଣ କରିବାରେ ସାହାଯ୍ୟ କରିଥାଏ । ବିନୋଦ ସ୍କାରିଆ ଟ୍ୱିଟରରେ ଲେଖିଛନ୍ତି, ଭାରତରେ K417N ରୁ ସୃଷ୍ଟି ହୋଇଥିବା ଭାରିଏଣ୍ଟ ଏପର୍ଯ୍ୟନ୍ତ ଅଧିକ ନାହିଁ । ଏହି ସିକ୍ୱେଂସ ମୁଖ୍ୟତଃ ୟୁରୋପ, ଏସିଆ ଏବଂ ଆମେରିକାରେ ସାମ୍ନାକୁ ଆସିଛି ।

ସ୍କାରିଆ ଏହା ମଧ୍ୟ କହିଛନ୍ତି ଯେ, ଏହି ପରିବର୍ତ୍ତନ ଭାଇରସ ବିରୋଧରେ ପ୍ରତିରୋଧକ ଶକ୍ତି ସହିତ ମଧ୍ୟ ଜଡିତ ହୋଇପାରେ । ପ୍ରତିରକ୍ଷା ବିଶେଷଜ୍ଞ ବିନିତା ୱଲ କହିଛନ୍ତି ଯେ, ଭୂତାଣୁର ନୂତନ ଭାରିଏଣ୍ଟ ଯୋଗୁଁ 'ଆଣ୍ଟିବଡି କକଟେଲ'ର ବ୍ୟବହାରକୁ ଝଟକା ଲାଗିଛି । କିନ୍ତୁ, ଏହାର ଅର୍ଥ ନୁହେଁ ଯେ ଭୂତାଣୁ ଅଧିକ ସଂକ୍ରମିତ କିମ୍ବା ଏହି ରୋଗ ଅଧିକ ମାରାତ୍ମକ ହୋଇଯିବ ।

ଅଧିକ ପଢ଼ନ୍ତୁ:-୨ ଟଙ୍କାର ଏହି କଏନରୁ ହୁଅନ୍ତୁ ୫ ଲକ୍ଷ ଟଙ୍କାର ମାଲିକ, ଜାଣନ୍ତୁ କିପର...

'ଡେଲଟା +' ଭାରିଏଣ୍ଟ ବା ପ୍ରକାରଟି କୋରୋନା ଭୂତାଣୁର 'ଡେଲଟା' କିମ୍ବା 'B1.617.2' ପ୍ରକାରର ପରିବର୍ତ୍ତନରୁ ସୃଷ୍ଟି ହୋଇଛି । 'ଡେଲଟା' ପ୍ରକାର ଭାରତରେ ପ୍ରଥମେ ଚିହ୍ନଟ ହୋଇଥିଲା । ଭାରତରେ କୋରୋନା ମହାମାରୀର ଦ୍ୱିତୀୟ ଲହର ପାଇଁ ଏହି ଭାରିଏଣ୍ଟ ଦାୟୀ ବୋଲି ମନେ କରାଯାଏ ।