ଆଉ ଏକ ମହାମାରୀକୁ ନେଇ ଚେତାବନୀ ଦେଲା WHO
Advertisement
Article Detail0/zeeodisha/odisha780975

ଆଉ ଏକ ମହାମାରୀକୁ ନେଇ ଚେତାବନୀ ଦେଲା WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ବୟାନରେ କହିଛି ଯେ ଆମେ ବର୍ତ୍ତମାନ ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ହେବା ଉଚିତ୍ । ଆମେ ଏହି ବର୍ଷ ଦେଖିଛୁ ଯେ ଶକ୍ତିଶାଳୀ ସ୍ୱାସ୍ଥ୍ୟ ଜରୁରୀକାଳୀନ ଭିତ୍ତିଭୂମି ଥିବା ଦେଶଗୁଡିକ କୋରୋନା ଭୂତାଣୁ ବିସ୍ତାରକୁ ରୋକିବା ଏବଂ ଦୂର କରିବାରେ ଶୀଘ୍ର କାର୍ଯ୍ୟ କରିବାକୁ ସକ୍ଷମ ଅଟନ୍ତି ।

ଆଉ ଏକ ମହାମାରୀକୁ ନେଇ ଚେତାବନୀ ଦେଲା WHO

ନୂଆଦିଲ୍ଲୀ: କୋରୋନା ମହାମାରୀ (Coronavirus Pandemic) ସମଗ୍ର ବିଶ୍ୱର ରୂପ ବଦଳାଇ ଦେଇଛି । କୋରୋନା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି । ସାରା ବିଶ୍ୱରେ ଅର୍ଥନୀତିକୁ ପ୍ରଭାବିତ କରିଛି । ପରବର୍ତ୍ତୀ ମହାମାରୀ କେବେ ଆସିବ ତାହା କେହି ଜାଣି ନାହାଁନ୍ତି, କିନ୍ତୁ ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଗାମୀ ମହାମାରୀ ବିଷୟରେ ବିଶ୍ୱ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି । ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ନିଜର ୭୩ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା (WHA) ରେ ବିଶ୍ୱ ନେତାମାନଙ୍କୁ ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ହେବାକୁ କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଭାର ଏହି ବୈଠକ ଭର୍ଚୁଆଲ୍ ହୋଇଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ବୟାନରେ କହିଛି ଯେ ଆମେ ବର୍ତ୍ତମାନ ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ହେବା ଉଚିତ୍ । ଆମେ ଏହି ବର୍ଷ ଦେଖିଛୁ ଯେ ଶକ୍ତିଶାଳୀ ସ୍ୱାସ୍ଥ୍ୟ ଜରୁରୀକାଳୀନ ଭିତ୍ତିଭୂମି ଥିବା ଦେଶଗୁଡିକ କୋରୋନା ଭୂତାଣୁ ବିସ୍ତାରକୁ ରୋକିବା ଏବଂ ଦୂର କରିବାରେ ଶୀଘ୍ର କାର୍ଯ୍ୟ କରିବାକୁ ସକ୍ଷମ ଅଟନ୍ତି । WHO ଆହୁରି ମଧ୍ୟ ହାଇଲାଇଟ୍ କରିଛି ଯେ ଯେତେବେଳେ ଦେଶ ସ୍ୱାସ୍ଥ୍ୟ ସେବା ପ୍ରତି ପର୍ଯ୍ୟାପ୍ତ ଧ୍ୟାନ ଦେବ ସେତେବେଳେ ଏକ ସ୍ଥିର ଦୁନିଆର ମୂଳଦୁଆ ସମ୍ଭବ ।  କୋରୋନା ମହାମାରୀ ଏକ ଉପାୟରେ ସ୍ମରଣ କରାଇ ଦେଇଛି ଯେ ସ୍ୱାସ୍ଥ୍ୟ ହେଉଛି ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସ୍ଥିରତାର ମୂଳଦୁଆ ।

ଅଧିକ ପଢ଼ନ୍ତୁ:-ଋଷ ପାକିସ୍ତାନ ସହ ମିଶି ଭାରତକୁ ଦେଲା ଏହି ଝଟକା!

କୋରୋନା ଭୂତାଣୁ ବିସ୍ତାରକୁ ସଫଳତାର ସହ ରୋକି ଥିବା ଦେଶଗୁଡିକୁ ପ୍ରଶଂସା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଯଦିଓ ଏହା ଏକ ବିଶ୍ୱ ସଙ୍କଟ, ତଥାପି ଅନେକ ଦେଶ ଏବଂ ସହର ସଫଳତାର ସହ ଏକ ବ୍ୟାପକ ପ୍ରମାଣ-ଆଧାରିତ ଆଭିମୁଖ୍ୟ ସହିତ ଏହି ଭୂତାଣୁ ବିସ୍ତାରକୁ ରୋକିଛନ୍ତି କିମ୍ବା ନିୟନ୍ତ୍ରିତ କରିଛନ୍ତି । ତେବେ WHO ଏହା ମଧ୍ୟ କହିଛି ଯେ, ବିଜ୍ଞାନ, ସମାଧାନ ଏବଂ ଏକତାର ସହଯୋଗରେ କୋଭିଡ-19ର କେବଳ ମୁକାବିଲା କରାଯାଇପାରିବ ।