ତାଣ୍ଡବ କରୁଛି କୋରୋନାର ଦ୍ୱିତୀୟ ତରଙ୍ଗ, ଭୟଙ୍କର ଚେତାବନୀ ଜାରି କଲା WHO
Advertisement
Article Detail0/zeeodisha/odisha776823

ତାଣ୍ଡବ କରୁଛି କୋରୋନାର ଦ୍ୱିତୀୟ ତରଙ୍ଗ, ଭୟଙ୍କର ଚେତାବନୀ ଜାରି କଲା WHO

ବର୍ତ୍ତମାନ ୟୁରୋପରେ ସମୁଦାୟ କୋରୋନା ସଂକ୍ରମଣ ମାମଲା ୨.୫ କୋଟିରୁ ଅଧିକ ହୋଇସାରିଛି । ଆମେରିକାନ ଦେଶଗୁଡ଼ିକରେ ଏହା ୨ କୋଟି ଅତିକ୍ରମ କରିସାରିଛି, ସେଥିମଧ୍ୟରୁ କେବଳ ୯୦ ଲକ୍ଷରୁ ଅଧିକ କୋରୋନା ମାମଲା ଆମେରିକାରେ ରହିଛି ।

ତାଣ୍ଡବ କରୁଛି କୋରୋନାର ଦ୍ୱିତୀୟ ତରଙ୍ଗ, ଭୟଙ୍କର ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) ର ତାଣ୍ଡବ ଥମିବାର ନାଁ ନେଉନାହିଁ । ସମଗ୍ର ବିଶ୍ୱରେ କୋରୋନା ସଙ୍କଟ (Coronavirus Crisis) ଜାରି ରହିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ, କୋରୋନା ଭୂତାଣୁର ଦ୍ୱିତୀୟ ୱେଭ୍ ବା ତରଙ୍ଗ (Second Wave) ପୂର୍ବ ଅପେକ୍ଷା ଆହୁରି ଭୟାବହ ହୋଇଯାଇଛି । WHO ଅନୁଯାୟୀ, ମହାମାରୀ ଆରମ୍ଭ ହେବା ପରେ ଏତେ କମ୍ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ଅନେକ ମାମଲା ସାମ୍ନାକୁ ଆସିଛି । WHO କହିଛି ଯେ ଲଗାତାର ଚାରି ସପ୍ତାହ ଧରି ସମଗ୍ର ବିଶ୍ୱରେ ୨୨ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଏବଂ ଅକ୍ଟୋବର  ୧୯ରେ ଶେଷ ହେବାକୁ ଥିବା ସପ୍ତାହରେ ସମଗ୍ର ବିଶ୍ୱରେ ୨୯ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି  । ଅକ୍ଟୋବର ୩୦ରେ ଶେଷ ହେଉଥିବା ସପ୍ତାହ ବିଷୟ ଆଲୋଚନା କରିବା ତେବେ ସମଗ୍ର ବିଶ୍ୱରେ ୩୨ ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହୋଇଥିବାବେଳେ ୟୁରୋପରେ କେବଳ ଅକ୍ଟୋବର ୩୦ରେ ଶେଷ ହୋଇଥିବା ସପ୍ତାହରେ ୧୫ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ବର୍ତ୍ତମାନ ୟୁରୋପରେ ସମୁଦାୟ କୋରୋନା ସଂକ୍ରମଣ ମାମଲା ୨.୫ କୋଟିରୁ ଅଧିକ ହୋଇସାରିଛି । ଆମେରିକାନ ଦେଶଗୁଡ଼ିକରେ ଏହା ୨ କୋଟି ଅତିକ୍ରମ କରିସାରିଛି, ସେଥିମଧ୍ୟରୁ କେବଳ ୯୦ ଲକ୍ଷରୁ ଅଧିକ କୋରୋନା ମାମଲା ଆମେରିକାରେ ରହିଛି । ନିକଟରେ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ସ୍ପେନରେ ଆରମ୍ଭ ହୋଇଥିବା କୋରୋନା ଭୂତାଣୁର ମ୍ୟୁଟେସନ୍ (ପରିବର୍ତ୍ତନ) ୟୁରୋପରେ ସଂକ୍ରମଣର ଭୟଙ୍କର ଦ୍ୱିତୀୟ ତରଙ୍ଗ ପଛରେ କାରଣ ହୋଇପାରେ । ଭୂତାଣୁ ବିସ୍ତାର ଏବଂ ବିବର୍ତ୍ତନ ଉପରେ ନଜର ରଖିଥିବା ଏକ ଆନ୍ତର୍ଜାତୀୟ ବୈଜ୍ଞାନିକ ଦଳ କହିଛି ଯେ, ଭାଇରସର 20AEU1 ନାମକ ସଂସ୍କରଣ, ଗ୍ରୀଷ୍ମ ଋତୁ ପରେ ବ୍ରିଟେନରେ ୯୦ ପ୍ରତିଶତ ରୋଗର କାରଣ ।

ବୈଜ୍ଞାନିକମାନେ ମନେ କରନ୍ତି ଯେ ଭାଇରସର ଏହି ମ୍ୟୁଟେଶନ ସ୍ପେନରେ ୮୦ ପ୍ରତିଶତ, ଆୟର୍ଲାଣ୍ଡରେ ୬୦ ପ୍ରତିଶତ ଏବଂ ସ୍ୱିଜରଲ୍ୟାଣ୍ଡ ଓ ଫ୍ରାନ୍ସରେ ୪୦ ପ୍ରତିଶତ ଯାଏ ସଂକ୍ରମଣ ପଛର କାରଣ । ଏଥି ସହିତ ବ୍ରିଟେନରେ କୋରୋନା ଭୂତାଣୁ ମାମଲା ବୃଦ୍ଧି ଘଟୁଥିବା ଦୃଷ୍ଟିକୁ ରଖି ଦେଶରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇପାରେ । ଆସନ୍ତା ସପ୍ତାହରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଗାମୀ ସପ୍ତାହରୁ ଦେଶବ୍ୟାପୀ ଲକଡାଉନ୍ ଲାଗୁ କରିବେ ବୋଲି ଆଶା କରାଯାଉଛି । ଜନସନଙ୍କ ବୈଜ୍ଞାନିକ ପରାମର୍ଶଦାତା କହିଛନ୍ତି ଯେ, ଦେଶକୁ ଭୂତାଣୁଠାରୁ ରକ୍ଷା କରିବାର ଏହା ହେଉଛି ଏକମାତ୍ର ଉପାୟ ।