କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
Advertisement
Article Detail0/zeeodisha/odisha765061

କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ସମଗ୍ର ବିଶ୍ୱରେ କୋରୋନା (Coronavirus Crisis) ସଙ୍କଟ ଜାରି ରହିଛି । ଏହି ସମୟରେ ପ୍ରତିଦିନ ହଜାର ହଜାର ଲୋକ କୋରୋନା ଯୋଗୁଁ ମୃତ୍ୟୁ ବରଣ କରୁଛନ୍ତି । ଏହାସହ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି । ଯାହା ଫଳରେ ସମଗ୍ର ବିଶ୍ୱବାସୀ ଅତି ଉତ୍କଣ୍ଠାର ସହ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) କୁ ଚାହିଁ ବସିଛନ୍ତି । ଏହ

କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା (Coronavirus Crisis) ସଙ୍କଟ ଜାରି ରହିଛି । ଏହି ସମୟରେ ପ୍ରତିଦିନ ହଜାର ହଜାର ଲୋକ କୋରୋନା ଯୋଗୁଁ ମୃତ୍ୟୁ ବରଣ କରୁଛନ୍ତି । ଏହାସହ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି । ଯାହା ଫଳରେ ସମଗ୍ର ବିଶ୍ୱବାସୀ ଅତି ଉତ୍କଣ୍ଠାର ସହ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) କୁ ଚାହିଁ ବସିଛନ୍ତି । ଏହା ଅନ୍ତର୍ଗତ ପ୍ରତିଦିନ କୋରୋନା ଭାଇରସ ଟୀକା (COVID-19 Vaccine) ପରୀକ୍ଷା ବିଷୟରେ ବିଭିନ୍ନ ଖବର ସାମ୍ନାକୁ ଆସୁଛି । ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଆଜି (ମଙ୍ଗଳବାର) କହିଛନ୍ତି ଯେ, ଭାରତରେ କୋଭିଡ-19 ପାଇଁ ଟୀକା ଆଗାମୀ ବର୍ଷ ଅର୍ଥାତ ୨୦୨୧ର ଆରମ୍ଭରେ ଆସିବ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ:-ପୁଣି ସଚିନ ପାଇଲଟଙ୍କୁ ବଡ଼ ଝଟକା ଦେଲେ ଗେହଲଟ୍ ସରକାର

ସେ କହିଛନ୍ତି ଯେ, ସାରା ଦେଶରେ କୋରୋନା ଟୀକାର କିପରି ବଣ୍ଟନ କରାଯିବ ସେନେଇ ବିଶେଷଜ୍ଞମାନେ ଯୋଜନା କରିବାରେ ବ୍ୟସ୍ତ ଅଛନ୍ତି । ସୂଚନାନୁସାରେ, ମନ୍ତ୍ରୀ ଦଳର ବୈଠକରେ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଆସନ୍ତା ବର୍ଷ ଆରମ୍ଭରେ ଦେଶକୁ ଏକରୁ ଅଧିକ ଉତ୍ସରୁ ଟୀକା ମିଳିବ ବୋଲି ଆମେ ଆଶା କରୁଛୁ । ଆମର ବିଶେଷଜ୍ଞ ଦେଶରେ ଟୀକା କିପରି ବିତରଣ କରାଯିବ, ଏହି ଯୋଜନା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। "

ରବିବାର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ଭାରତରେ ପାର୍ବଣ ଋତ ଆରମ୍ଭ ହେବା ମାତ୍ରେ ଶୀତ ଋତୁ ମଧ୍ୟ ଆରମ୍ଭ ହେଉଛି । ତେଣୁ କୋରୋନା ଭୂତାଣୁ ସହ ଜଡିତ ନିୟମ ପାଳନ କରା ନଗଲେ, ଏହା ଏକ ଭୟଙ୍କର ରୂପ ନେଇପାରେ । ସେ ଭିଡ଼ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ ।