କୋରୋନା ନିୟନ୍ତ୍ରଣ ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ଗୃହ ମନ୍ତ୍ରଣାଳୟ, ଜାଣନ୍ତୁ କ'ଣ ରହିଛି କଟକଣା?
Advertisement
Article Detail0/zeeodisha/odisha871712

କୋରୋନା ନିୟନ୍ତ୍ରଣ ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ଗୃହ ମନ୍ତ୍ରଣାଳୟ, ଜାଣନ୍ତୁ କ'ଣ ରହିଛି କଟକଣା?

ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କାର୍ଯ୍ୟକ୍ଷେତ୍ରରେ ତଥା ଜନଗହଳି ପୂର୍ଣ୍ଣ ସ୍ଥାନରେ କୋଭିଡରୁ ସୁରକ୍ଷା ଦେବା ପାଇଁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ । 

କୋରୋନା ନିୟନ୍ତ୍ରଣ ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ଗୃହ ମନ୍ତ୍ରଣାଳୟ, ଜାଣନ୍ତୁ କ'ଣ ରହିଛି କଟକଣା?

ନୂଆଦିଲ୍ଲୀ: ବଢୁଥିବା କୋରୋନା (Coronavirus) ମାମଲା ଉପରେ ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ନୂଆ ଗାଇଡଲାଇନ୍ (COVID-19 Guidlines) ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Home Ministry) । ଯାହା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ଏବଂ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଗାଇଡଲାଇନ୍ ଦେଶର ସମସ୍ତ ଭାଗରେ ପରୀକ୍ଷା, ଟ୍ରାକିଂ ଏବଂ ଟ୍ରିଟ ପ୍ରୋଟୋକଲକୁ କଡାକଡି କାର୍ଯ୍ୟକାରୀ କରିବାକୁ ରାଜ୍ୟ ତଥା କେନ୍ଦ୍ର କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ବାଧ୍ୟ କରିଥାଏ । ଏହା ଅଧୀନରେ ସମସ୍ତ ରାଜ୍ୟକୁ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଏବଂ ନୂତନ ମାମଲାର ଯାଞ୍ଚ, ଅନୁସନ୍ଧାନ ଏବଂ ଚିକିତ୍ସା ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ଆବଶ୍ୟକ ହେଲେ ସ୍ଥାନୀୟ ନିୟନ୍ତ୍ରଣ ଲାଗୁ କରାଯାଇପାରେ, କିନ୍ତୁ ଆନ୍ତଃ ରାଜ୍ୟ ଗମନାଗମନ ଓ ଦ୍ରବ୍ୟର ଗତିବିଧି ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ । ବୈଦେଶିକ ବାଣିଜ୍ୟ ସହ ଜଡିତ ଗତିବିଧି ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ । ଏଥିପାଇଁ କୌଣସି ପୃଥକ ନିର୍ଦ୍ଦେଶାବଳୀ କିମ୍ବା ଅନୁମତି ଆବଶ୍ୟକ ହେବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ଅଧିକ ପଢ଼ନ୍ତୁ:-ଡାଇବେଟିସକୁ ପାଖ ମାଡିବାକୁ ଦେବନି ତୁଳସୀ, ନିମ୍ବ ଓ କଲରା

ଏଥିରେ କୁହାଯାଇଛି ଯେ ଯେଉଁଠାରେ RT-PCR ପରୀକ୍ଷଣର ଅନୁପାତ କମ୍ ଅଛି । ଏହାକୁ ୭୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ବୃଦ୍ଧି କରାଯିବା ଉଚିତ । ଗଭୀର ପରୀକ୍ଷଣର ଫଳାଫଳ ଭାବରେ ମିଳିଥିବା ନୂତନ ପଜିଟିଭ ମାମଲା ଯଥାଶୀଘ୍ର ଓ ଠିକ୍ ସମୟରେ ଚିକିତ୍ସା ଯୋଗାଇବା ପାଇଁ କ୍ୱାରେଣ୍ଟିନର ଆବଶ୍ୟକତା ରହିଛି । ଏଥିରେ କୁହାଯାଇଛି ଯେ କୋରୋନାର ପଜିଟିଭ ମାମଲା ଓ ସେମାନଙ୍କ ସମ୍ପର୍କର ଟ୍ରାକିଂ ଉପରେ ଆଧାର କରି ଜିଲ୍ଲା ଅଧିକାରୀଙ୍କୁ କଣ୍ଟେନ୍ ଜୋନକୁ ଚିହ୍ନଟ କରିବାକୁ ପଡ଼ିବ ଓ ସେଗୁଡ଼ିକ ୱେବସାଇଟରେ ସୂଚିତ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ଆଲର୍ଟ! ଯଦି ଏହା ନ କରିବେ, ତେବେ LIC ରେ ଅଟକି ଯିବ ଆପଣଙ୍କ ସମସ୍ତ ଟଙ୍କା

ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କାର୍ଯ୍ୟକ୍ଷେତ୍ରରେ ତଥା ଜନଗହଳି ପୂର୍ଣ୍ଣ ସ୍ଥାନରେ କୋଭିଡରୁ ସୁରକ୍ଷା ଦେବା ପାଇଁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ । ପରୀକ୍ଷା, ଟ୍ରାକ୍ ଏବଂ ଚିକିତ୍ସା ପ୍ରୋଟୋକଲ୍ ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅଧିକ ପଢ଼ନ୍ତୁ:-ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର

ଗୃହ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟଗୁଡିକୁ ଶୀଘ୍ର ପ୍ରାଥମିକତା ଦେବା ପାଇଁ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କହିଛି । ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଟିକା ଡ୍ରାଇଭରେ ଅସମାନତା ସ୍ଥିତି ଦେଖାଯାଇଛି । ଟିକାକରଣର ମନ୍ଥର ଗତି କେତେକ ରାଜ୍ୟରେ ଚିନ୍ତାର ବିଷୟ । ତେଣୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାର ଟିକାକରଣର ବେଗକୁ ଶୀଘ୍ର ବୃଦ୍ଧି କରିବା ଉଚିତ୍ ।