Cyclone Michaung: ତାଣ୍ତବ ରଚିଲା ବାତ୍ୟା ‘ମିଗଜୋମ୍’,ଏଯାଏଁ ଗଲାଣୀ ୧୭ ଜୀବନ
Advertisement
Article Detail0/zeeodisha/odisha1996610

Cyclone Michaung: ତାଣ୍ତବ ରଚିଲା ବାତ୍ୟା ‘ମିଗଜୋମ୍’,ଏଯାଏଁ ଗଲାଣୀ ୧୭ ଜୀବନ

Cyclone Michaung: ବାତ୍ୟା ‘ମିଗଜୋମ୍’କୁ ନେଇ ଆସିଛି ବଡ଼ ଅପଡେଟ୍ (Cyclone Michaung) । ବାତ୍ୟାଟି ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି ‘ମିଗଜୋମ୍’। ଆଗାମୀ କିଛି ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ବୋଲି ଆଇଏମଡି(imd) ପକ୍ଷରୁ ସୂଚନା ମିଳିଛି। 

Cyclone Michaung: ତାଣ୍ତବ ରଚିଲା ବାତ୍ୟା  ‘ମିଗଜୋମ୍’,ଏଯାଏଁ ଗଲାଣୀ ୧୭ ଜୀବନ

Cyclone Michaung: ବାତ୍ୟା ‘ମିଗଜୋମ୍’କୁ ନେଇ ଆସିଛି ବଡ଼ ଅପଡେଟ୍ (Cyclone Michaung) । ବାତ୍ୟାଟି ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି ‘ମିଗଜୋମ୍’। ଆଗାମୀ କିଛି ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ବୋଲି ଆଇଏମଡି(imd) ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ବିଶେଷ କରି ଆନ୍ଧ୍ର ଓ ଚେନ୍ନାଇରେ ପ୍ରବଳ ବର୍ଷା ସହ ପବନ ଲାଗି ରହିଛି। ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି  ଥିବାରୁ ଛାରଖାର ହୋଇ ଯାଇଛି ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁର ରାଜ୍ୟର ଅଧିକାଂଶ ଅଞ୍ଚଳ।  

Also Read: LaccMI Bus: କୋରାପୁଟରେ ଗଡି଼ବ ‘ଲକ୍ଷ୍ମୀ ବସ୍’, ଏହି ୩ଟି ରୁଟରେ ମିଳିବ ସେବା

 

ବିଶେଷ କରି ଚେନ୍ନଇରେ ବର୍ଷାର ତାଣ୍ତବ ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ (cyclone michaung death toll rises to 17)  ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି।  ତଳିଆ ଅଞ୍ଚଳ ସମେତ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି । ରାସ୍ତାଘାଟ,  ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡରେ ପାଣି ଜମି ରହିଛି । କେବଳ ସେତିକି ନୁହେଁ,  ଲୋକମାନଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି । ଯାହା ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ଏହା ସହ ବିଜୁଳି ଓ  ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି । ଲୋକଙ୍କୁ ରିଲିଫ୍ ବଣ୍ଚାଯିବା ସହ ପାଣି ଘେରରୁ ଲୋକଙ୍କୁ ବୋଟ ଯୋଗ ଉଦ୍ଧାର କାର୍ଯ୍ୟ କରୁଛନ୍ତି ଏନଡିଆରଏଫ ଟିମ୍। 

ସେପଟେ, ତାମିଲନାଡୁରେ ସ୍ଥିତି ସଙ୍ଗୀନ ଥିବାରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଶିବ ଦାସ ମୀନା କହିଛନ୍ତି ଯେ, ଆଜି ଚେନ୍ନାଇର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି। ସେହିପରି , ୧୦୦ରୁ ଅଧିକ ଟ୍ରେନ୍ ଓ ୫୦ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଥିବା ବେଳେ  ଅନ୍ୟପଟେ ଦକ୍ଷିଣ ରେଳବାଇ ଏକ ବିବୃତ୍ତି ଜାରି କରି କହିଛି ଯେ, ଯଦି ସ୍ଥିତିରେ ସୁଧାର ଆସେ ତେବେ ଟ୍ରେନ ଚଳାଚଳକୁ ସ୍ବାଭାବିକ୍ କରାଯିବ। ସେପଟେ, ଆନ୍ଧ୍ରପ୍ରଦେଶରେ  ବାତ୍ୟା ଯୋଗୁଁ ମଙ୍ଗଳବାର ୧୪୦ ଟ୍ରେନ୍ ଏବଂ ୪୦ଟି ବିମାନ ବାତିଲ ହୋଇଥିଲା।