ଜାନୁଆରୀ ୧ରୁ ବଦଳିଯିବ ଡେବିଟ୍ ଓ କ୍ରେଡିଟ୍ କାର୍ଡର ପେମେଣ୍ଟ ପଦ୍ଧତି, ଜାଣି ନିଅନ୍ତୁ RBI ର ନୂତନ ନିୟମ ବିଷୟରେ...
Advertisement
Article Detail0/zeeodisha/odisha1054529

ଜାନୁଆରୀ ୧ରୁ ବଦଳିଯିବ ଡେବିଟ୍ ଓ କ୍ରେଡିଟ୍ କାର୍ଡର ପେମେଣ୍ଟ ପଦ୍ଧତି, ଜାଣି ନିଅନ୍ତୁ RBI ର ନୂତନ ନିୟମ ବିଷୟରେ...

ଜାନୁୟାରୀ ୧, ୨୦୨୧ରୁ ସେମାନଙ୍କ ସିଷ୍ଟମରୁ ଷ୍ଟୋର କ୍ରେଡିଟ୍ ଓ ଡେବିଟ୍ କାର୍ଡ ଡାଟା ବିଲୋପ କରିବାକୁ ଆରବିଆଇ ସମସ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲା ।

ଜାନୁଆରୀ ୧ରୁ ବଦଳିଯିବ ଡେବିଟ୍ ଓ କ୍ରେଡିଟ୍ କାର୍ଡର ପେମେଣ୍ଟ ପଦ୍ଧତି, ଜାଣି ନିଅନ୍ତୁ RBI ର ନୂତନ ନିୟମ ବିଷୟରେ...

ନୂଆଦିଲ୍ଲୀ: New Debit-Credit Card Rules: ଯଦି ଆପଣ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଜାଣି ନିଅନ୍ତୁ ଯେ ନୂଆ ବର୍ଷରୁ ଅନଲାଇନ୍ କାର୍ଡ ପେମେଣ୍ଟର ନିୟମ ବଦଳିଯିବ । ଡେବିଟ୍ ଓ କ୍ରେଡିଟ୍ କାର୍ଡର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନଗୁଡିକ କରାଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ଏହି ନିୟମ ଲାଗୁ କରିବାକୁ ଯାଉଛି ।

ଅନଲାଇନ୍ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସମସ୍ତ ୱେବସାଇଟ୍ ଓ ପେମେଣ୍ଟ ଗେଟୱେ (payment gateways) ଦ୍ୱାରା ଷ୍ଟୋର କରାଯାଇଥିବା ଗ୍ରାହକଙ୍କ ଡାଟା ହଟାଇବାକୁ ଓ ଏହା ସ୍ଥାନରେ ନେଣଦେଣ କରିବା ପାଇଁ ଏନକ୍ରିପ୍ଟ ଟୋକେନ୍ (encrypted tokens) ବ୍ୟବହାର କରିବା ପାଇଁ କହିଛି ।

ଷ୍ଟୋର ହେବ ନାହିଁ କାର୍ଡ ଡିଟେଲ୍ସ

ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ବ୍ୟବସାୟୀ ୱେବସାଇଟ୍ କିମ୍ବା ଆପ୍ ଅନଲାଇନ୍ ସପିଂ ଏବଂ ଡିଜିଟାଲ୍ ପେମେଣ୍ଟ ସମୟରେ ଆପଣଙ୍କର କାର୍ଡ ବିବରଣୀ ଷ୍ଟୋର କରିବାରେ ସମର୍ଥ ହେବ ନାହିଁ । ଯେଉଁ ମର୍ଚେଣ୍ଟ ୱେବସାଇଟ୍ କିମ୍ବା ଆପରେ ଆପଣଙ୍କର କାର୍ଡର ସବିଶେଷ ତଥ୍ୟ ଗଚ୍ଛିତ ଅଛି, ସେଗୁଡିକ ସେଠାରୁ ବିଲୋପ ହୋଇଯିବ । ଏହାର ପ୍ରଭାବ ଏହା ହେବ ଯେ ନୂତନ ବର୍ଷରୁ ଯଦି ଆପଣ ଆପଣଙ୍କର ଡେବିଟ୍-କ୍ରେଡିଟ୍ କାର୍ଡ ସହିତ ଅନଲାଇନରେ ସପିଂ କରନ୍ତି କିମ୍ବା କାର୍ଡକୁ କୌଣସି ପେମେଣ୍ଟ ଆପରେ ଡିଜିଟାଲ୍ ପେମେଣ୍ଟ ପାଇଁ ବ୍ୟବହାର କରନ୍ତି, ତେବେ କାର୍ଡର ବିବରଣୀ ଗଚ୍ଛିତ ରହିବ ନାହିଁ ।

କ’ଣ କହୁଛି ନୂତନ ନିୟମ (New Debit Credit Card Rules)

ଜାନୁୟାରୀ ୧,୨୦୨୨ରୁ ଅନଲାଇନ୍ ପେମେଣ୍ଟ୍ (Online Payment) କରିବାବେଳେ ଆପଣଙ୍କୁ ୧୬ ଅଙ୍କ ବିଶିଷ୍ଟ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ନମ୍ବର ସହିତ ସମ୍ପୂର୍ଣ୍ଣ କାର୍ଡ ବିବରଣୀ ପ୍ରବେଶ କରିବାକୁ ପଡିବ କିମ୍ବା ଏନକ୍ରିପ୍ଟ ଟୋକେନ୍ (encrypted tokens) ର ବିକଳ୍ପ ବାଛିବାକୁ ପଡିବ । ବର୍ତ୍ତମାନ ଆପଣଙ୍କର କାର୍ଡ ନମ୍ବର ପେମେଣ୍ଟ ଆପ୍ କିମ୍ବା ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଗଚ୍ଛିତ ଅଛି ଓ ଆପଣ କେବଳ CVV ଏବଂ OTP ପ୍ରବେଶ କରି ପେମେଣ୍ଟ କରିପାରିବେ ।

ଆରବିଆଇର ଗାଇଡଲାଇନ (What did RBI say)

ମାର୍ଚ୍ଚ ୨୦୨୦ରେ RBI ନିର୍ଦ୍ଦେଶାବଳୀ ଜାରି କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ଡାଟା ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସାୟୀଙ୍କୁ ସେମାନଙ୍କ ୱେବସାଇଟରେ କାର୍ଡ ସୂଚନା ସଂରକ୍ଷଣ କରିବାକୁ ଦିଆଯିବ ନାହିଁ । ସେପ୍ଟେମ୍ବର ୨୦୨୧ରେ ଆରବିଆଇ ଏହି ବିଷୟରେ ନୂତନ ନିର୍ଦ୍ଦେଶନାମା ଜାରି କରି କମ୍ପାନୀଗୁଡ଼ିକୁ ବର୍ଷ ଶେଷ ସୁଦ୍ଧା ନିୟମ ମାନିବାକୁ ଓ ସେମାନଙ୍କୁ ଟୋକେନାଇଜେସନ୍ ବିକଳ୍ପ ଦେବାକୁ କହିଥିଲା ।

ଜାନୁୟାରୀ ୧, ୨୦୨୧ରୁ ସେମାନଙ୍କ ସିଷ୍ଟମରୁ ଷ୍ଟୋର କ୍ରେଡିଟ୍ ଓ ଡେବିଟ୍ କାର୍ଡ ଡାଟା ବିଲୋପ କରିବାକୁ ଆରବିଆଇ ସମସ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲା ।

ବ୍ୟାଙ୍କ କରୁଛି ଆଲର୍ଟ  (Bank Alert)

କେତେକ ବ୍ୟାଙ୍କ ଏପରିକି ନୂତନ ନିୟମ ବିଷୟରେ ଗ୍ରାହକଙ୍କୁ ସଚେତନ କରିବା ଆରମ୍ଭ କରି ଦେଇଛନ୍ତି । HDFC ବ୍ୟାଙ୍କ (HDFC Bank) ନିଜର ଗ୍ରାହକମାନଙ୍କୁ କହିଛି ଯେ ଉନ୍ନତ କାର୍ଡ ସୁରକ୍ଷା ପାଇଁ ଆରବିଆଇର ନୂତନ ଆଦେଶ ଅନୁଯାୟୀ ମର୍ଚେଣ୍ଟ ୱେବସାଇଟ୍ / ଆପରେ ସୁରକ୍ଷିତ ଆପଣଙ୍କର HDFC ବ୍ୟାଙ୍କ କାର୍ଡ ବିବରଣୀ ଜାନୁୟାରୀ ୧, ୨୦୨୨ରୁ ଡିଲିଟ୍ ହୋଇଯିବ । ପ୍ରତ୍ୟେକ ଥର ପେମେଣ୍ଟ ପାଇଁ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ କାର୍ଡ ବିବରଣୀ ପ୍ରବେଶ କରିବାକୁ ପଡିବ କିମ୍ବା ଟୋକେନାଇଜେସନ୍ ସିଷ୍ଟମ ଅନୁସରଣ କରିବାକୁ ପଡିବ ।

ଟୋକେନାଇଜେସନ୍ କ’ଣ (What is tokenisation)

ଟୋକେନାଇଜେସନ୍ ସାହାଯ୍ୟରେ କାର୍ଡଧାରୀଙ୍କୁ ତାଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସମସ୍ତ ବିବରଣୀ ସେୟାର କରିବାକୁ ପଡିବ ନାହିଁ । ଟୋକେନାଇଜେସନ୍ ହେଉଛି ଏକ ବାସ୍ତବିକ କୋର୍ଡ ନମ୍ୱରର ଏକ ବିକଳ୍ପ କୋଡ୍ ମାଧ୍ୟମରେ ସ୍ଥାନାନ୍ତର ହୋଇଥାଏ । ଏହି କୋଡକୁ ହିଁ ଟୋକନ୍ କୁହାଯାଏ ।

ପ୍ରତ୍ୟେକ କାର୍ଡ, ଟୋକେନ୍ ଅନୁରୋଧକାରୀ ଏବଂ ମର୍ଚେଣ୍ଟ ପାଇଁ ଟୋକେନାଇଜେସନ୍ ଅନନ୍ୟ ହେବ । ଥରେ ଟୋକେନ୍ ସୃଷ୍ଟି ହୋଇଗଲେ, ଟୋକେନାଇଜଡ୍ କାର୍ଡ ବିବରଣୀଗୁଡିକ ମୂଳ କାର୍ଡ ନମ୍ବର ସ୍ଥାନରେ ବ୍ୟବହାର କରାଯାଇପାରିବ । କୁହାଯାଉଛି ଯେ ଏହି ସିଷ୍ଟମ ଅନଲାଇନ୍ ପେମେଣ୍ଟ ପାଇଁ ଅଧିକ ସୁରକ୍ଷିତ ବୋଲି ମନେ କରାଯାଉଛି ।

ବର୍ତ୍ତମାନର ନିୟମ କ’ଣ?

ଯେତେବେଳେ ଆପଣ ଏକ ନେଣଦେଣ ପାଇଁ ଆପଣଙ୍କର କାର୍ଡ, ଡେବିଟ୍ କିମ୍ବା କ୍ରେଡିଟ୍ ବ୍ୟବହାର କରନ୍ତି, ସେତେବେଳେ ଆପଣଙ୍କୁ କାର୍ଡ ନମ୍ବର, କାର୍ଡର ସମାପ୍ତି ତାରିଖ, CVV ଏବଂ ଏକ ଥର ପାସୱାର୍ଡ କିମ୍ବା ନେଣଦେଣ PIN ଭଳି ସୂଚନା ବ୍ୟବହାର କରିବାକୁ ପଡିବ । ସେତେବେଳେ ଯେକୌଣସି ନେଣଦେଣ ସଫଳ ହେବ ଯେତେବେଳେ ଏହି ସବୁ ତଥ୍ୟ ସଠିକ୍ ଭାବରେ ପ୍ରବେଶ କରାଯାଏ ।

ଏହା ବି ପଢ଼ନ୍ତୁ:-ଓମିକ୍ରନରୁ ରକ୍ଷା ପାଇବା ପାଇଁ ରହିଛି କେବଳ ଦୁଇଟି ଉପାୟ! AIIMS ନିର୍ଦ୍ଦେଶକ ଦେଲେ ଚେତାବନୀ

ଏହା ବି ପଢ଼ନ୍ତୁ:-୨ଟା ବିବାହ: ଗୋଟିଏ ସମାଜକୁ ଦେଉଛି ନିଆରା ବାର୍ତ୍ତା, ଅନ୍ୟଟି ବଖାଣୁଛି ଯୌତୁକର ବ୍ୟାଥା

ଏହା ବି ପଢ଼ନ୍ତୁ:-ରାଜ୍ୟରେ ଆଉ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୪୩୪ ସଂକ୍ରମିତ