ଆମ୍ ଆଦମୀ ପାର୍ଟିର ୨ ବିଧାୟକ ଦୋଷୀ ସାବ୍ୟସ୍ତ, ସେପ୍ଟେମ୍ୱର ୨୧ରେ କୋର୍ଟ ଶୁଣାଇବେ ଦଣ୍ଡ; ଜାଣନ୍ତୁ ପୂରା ମାମଲା
Advertisement
Article Detail0/zeeodisha/odisha1349681

ଆମ୍ ଆଦମୀ ପାର୍ଟିର ୨ ବିଧାୟକ ଦୋଷୀ ସାବ୍ୟସ୍ତ, ସେପ୍ଟେମ୍ୱର ୨୧ରେ କୋର୍ଟ ଶୁଣାଇବେ ଦଣ୍ଡ; ଜାଣନ୍ତୁ ପୂରା ମାମଲା

AAP MLA: ୭ ବର୍ଷ ପୁରୁଣା ମାମଲାରେ ଦିଲ୍ଲୀ କୋର୍ଟ ଦୁଇ ଜଣ ଆପ୍ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଦୁଇ ଆପ୍ ବିଧାୟକଙ୍କ ଉପରେ ଦଙ୍ଗା ଓ ପୋଲିସ୍ ଷ୍ଟେସନରେ ଗଣ୍ଡଗୋଳ ଏବଂ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆପ୍ ବିଧାୟକ ଅଖିଳେଶପତି ତ୍ରିପାଠୀ, ସଞ୍ଜୀବ ଝାଙ୍କ ସମେତ ଅନ୍ୟ ୧୫ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଆମ୍ ଆଦମୀ ପାର୍ଟିର ୨ ବିଧାୟକ ଦୋଷୀ ସାବ୍ୟସ୍ତ, ସେପ୍ଟେମ୍ୱର ୨୧ରେ କୋର୍ଟ ଶୁଣାଇବେ ଦଣ୍ଡ; ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: AAP MLA: ଦିଲ୍ଲୀରେ ଅରିବିନ୍ଦ୍ର କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟିର ସଙ୍କଟ କମ୍ ହେବାର ନାମ ନେଉନାହିଁ । ଦିଲ୍ଲୀରେ ମଦ ନୀତିରେ ଗଡ଼ବଡ଼ି, ଡିଟିସି ବସ୍ ଟେଣ୍ଡର ଦୁର୍ନୀତିରେ ସିବିଆଇ ତଦନ୍ତ ଆଦେଶ ଦିଆଯାଇଛି । ଅନ୍ୟପଟେ ବର୍ତ୍ତମାନ ଆମ ଆମଦୀ ପାର୍ଟିର ୨ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବୋଧହୁଏ ଆମ୍ ଆଦମୀ ପାର୍ଟି ପାଇଁ ଦିଲ୍ଲୀରେ ସବୁକିଛି ଠିକ୍ ଚାଲୁ ନାହିଁ । ୭ ବର୍ଷ ପୁରୁଣା ମାମଲାରେ ଦିଲ୍ଲୀ କୋର୍ଟ ଦୁଇ ଜଣ ଆପ୍ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଦୁଇ ଆପ୍ ବିଧାୟକଙ୍କ ଉପରେ ଦଙ୍ଗା ଓ ପୋଲିସ୍ ଷ୍ଟେସନରେ ଗଣ୍ଡଗୋଳ ଏବଂ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆପ୍ ବିଧାୟକ ଅଖିଳେଶପତି ତ୍ରିପାଠୀ, ସଞ୍ଜୀବ ଝାଙ୍କ ସମେତ ଅନ୍ୟ ୧୫ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେପ୍ଟେମ୍ବର ୨୧ରେ ବିଧାୟକଙ୍କ ଦଣ୍ଡ ଘୋଷଣା କରାଯିବ । ୭ ବର୍ଷ ପୂର୍ବେ ବୁରାଡ଼ି ପୋଲିସ ଷ୍ଟେସନରେ କ'ଣ ଘଟିଥିଲା ଆସନ୍ତୁ ଜାଣିବା ...

୨୦୧୫ରେ ବୁରାଡ଼ି ଅଞ୍ଚଳରେ ଦୁଇ ପିଲାଙ୍କ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା । ସ୍ଥାନୀୟ ଲୋକ ଏ ସମ୍ପର୍କରେ ଅଭିଯୋଗ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଲୋକଙ୍କ ଅଭିଯୋଗ ଥିଲା ଯେ, ଦୁଷ୍କର୍ମ ଅଭିଯୁକ୍ତକୁ ବଞ୍ଚାଇବାକୁ ପୋଲିସ ଉଦ୍ୟମ କରୁଛି ।  ଲୋକମାନେ କହିଥିଲେ ଯେ, ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରୁନାହିଁ । ଲୋକମାନେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଆମ୍ ଆଦମୀ ପାର୍ଟି ବିଧାୟକ ସଞ୍ଜୀବ ଝାଙ୍କ ନିକଟରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ବିଧାୟକ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏଠାରେ ପହଞ୍ଚିବା ପରେ ପୋଲିସ ଷ୍ଟେସନରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପୋଲିସ୍ ତାଙ୍କ ଉପରକୁ ବନ୍ଧୁକ ଲଗାଇବା ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୋଲିସ ବିଧାୟକ ସଞ୍ଜୀବ ଝାଙ୍କୁ କହିଥିଲେ ଯେ ପୋଲିସ ଷ୍ଟେସନରୁ ବାହାରକୁ ଯାଆନ୍ତୁ ନଚେତ୍ ସେ ରାଇଫଲରୁ ହିଁ ବିଧାୟକ କରିଦେବ ।

ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ଫସିଲେ ସ୍ମୃତି ଇରାନୀ, କଂଗ୍ରେସ କଲା ପାଲଟା ଆକ୍ରମଣ ତ ସୋସିଆଲ ମିଡିଆ ୟୁଜର୍ସ ବି କଲେ ଟ୍ରୋଲ୍

ଅଧିକ ପଢ଼ନ୍ତୁ:-କୋଲେଷ୍ଟ୍ରଲ ବଢ଼ିଲେ ଏହି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ, ନଚେତ୍ ସିଧାସଳଖ ମୃତ୍ୟୁକୁ କରିବେ ଆମନ୍ତ୍ରଣ

ଆପ୍ ବିଧାୟକଙ୍କ ସହ ଅସଦାଚରଣ ଖବର ଉକ୍ତ ଅଞ୍ଚଳରେ ପହଞ୍ଚିବା ମାତ୍ରେ ଶହ ଶହ AAP କାର୍ଯ୍ୟକର୍ତ୍ତା ପୋଲିସ ଷ୍ଟେସନ ବାହାରେ ଏକାଠି ହୋଇଥିଲେ । ଭିଡ଼କୁ ଅଲଗା କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା । ବୁରାଡ଼ୀ ପୋଲିସ ଷ୍ଟେସନରେ AAP କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା । ଲାଠି ଚାର୍ଜରେ ଅନେକ AAP କର୍ମକର୍ତ୍ତା ଆହତ ହୋଇଥିଲେ । ଲୋକମାନେ କହିଛନ୍ତି ଯେ ଲୋକମାନେ ପଥର ଫିଙ୍ଗିଥିଲେ । ଏହା ପରେ ପୋଲିସ ଲାଠି ଚାର୍ଜ କରିବାକୁ ବାଧ୍ୟ ହୋଇଥିଲେ । ଏହି ସଂଘର୍ଷରେ ୯ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏହା ବ୍ୟତୀତ ୪-୫ ପୋଲିସ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପୋଲିସ ସେତେବେଳେ ୭ ଜଣଙ୍କୁ ଗିରଫ କରିଥିଲା ।

ଏହି ପୂରା ମାମଲାରେ ବୁରାଡ଼ୀ ବିଧାୟକ ସଞ୍ଜୀବ ଝାଙ୍କ ସହିତ ମଡେଲ ଟାଉନ ବିଧାୟକ ଅଖିଳେଶପତି ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ । ଭିଡ଼କୁ ଉସୁକାଇବା, ଦଙ୍ଗା କରାଇବା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ସରକାରୀ କର୍ମଚାରୀଙ୍କୁ ଆଘାତ କରିବା ଅଭିଯୋଗରେ ପୋଲିସ ଉଭୟ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସେତେବେଲେ ବିଏସ ବସ୍ସି ଦିଲ୍ଲୀ ପୋଲିସ କମିଶନର ଥିଲେ । ଏହା ପରେ ବସ୍ସି କହିଥିଲେ ଯେ, ଆବଶ୍ୟକ ହେଲେ ବିଧାୟକମାନଙ୍କୁ ମଧ୍ୟ ଗିରଫ କରାଯିବ । ୭ ବର୍ଷ ଧରି ଚାଲିଥିବା ମାମଲାର ଶୁଣାଣି ବେଳେ ଶେଷରେ କୋର୍ଟ ଉଭୟ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।