ଯେତେବେଳେ ପୋଲିସ ସେମାନଙ୍କୁ ପଚରାଉଚରା କଲା ସେତେବେଳେ ଏହି ଲୋକମାନେ କହିଥିଲେ ଯେ ସେମାନେ ଇଣ୍ଡିଆ ଗେଟ୍ ଦେଖିବାକୁ ଆସିଛନ୍ତି ଏବଂ ଭଡାରେ ୟୁଲୁ ବାଇକ୍ ନେଇଥିଲେ ।
Trending Photos
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ (Delhi) ର ଖାନ ମାର୍କେଟ ନିକଟରେ 'ପାକିସ୍ତାନ ଜିନ୍ଦାବାଦ' (Pakistan Zindabad) ନାରା ଲଗାଇବାର ଘଟଣା ସାମ୍ନାକୁ ଆସିଛି । ସୂଚନାନୁସାରେ, ପିଏସ ତୁଗଲକ ରୋଡରେ ରାତି ପ୍ରାୟ ୧ଟା ସମୟରେ ଏକ PCR କଲ ଆସିଥିଲା ଯେ ଖାନ ବଜାର ମେଟ୍ରୋ ଷ୍ଟେସନ ନିକଟରେ କିଛି ଲୋକ ପାକିସ୍ତାନ ଜିନ୍ଦବାଦର ନାରା ଦେଉଥିବାର ଦେଖାଯାଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ (Delhi Police) ସେଠାରେ ଉପସ୍ଥିତ ଦୁଇଜଣ ଯୁବକ, ତିନି ଜଣ ଯୁବତୀ ଏବଂ ଜଣେ କିଶୋରଙ୍କୁ ପଚରାଉଚରା କରିଥିଲା ।
ଅଧିକ ପଢ଼ନ୍ତୁ:-କେବଳ 'ଭାରତ ମାତା କି ଜୟ' କିମ୍ୱା 'ଜନ ଗଣ ମନ' ଗାଇବା ଜାତୀୟତାବାଦ ନୁହେଁ: ଉପରାଷ୍ଟ୍ରପତି
ଯେତେବେଳେ ପୋଲିସ ସେମାନଙ୍କୁ ପଚରାଉଚରା କଲା ସେତେବେଳେ ଏହି ଲୋକମାନେ କହିଥିଲେ ଯେ ସେମାନେ ଇଣ୍ଡିଆ ଗେଟ୍ ଦେଖିବାକୁ ଆସିଛନ୍ତି ଏବଂ ଭଡାରେ ୟୁଲୁ ବାଇକ୍ ନେଇଥିଲେ । ଏହି ଲୋକମାନେ ୟୁଲୁ ବାଇକ ସହ ରେସ୍ କରୁଥିଲେ ଏବଂ ବିଭିନ୍ନ ଦେଶ ନାମରେ ପରସ୍ପରର ନାମ ରଖିଥିଲେ । ପାକିସ୍ତାନର ନାଁ ମଧ୍ୟ ଏଥିରେ ସାମିଲ ଥିଲା ।
ଅଧିକ ପଢ଼ନ୍ତୁ:-'ଭାରତର ୪ଟି କୋଣରେ ୪ଟି ରାଜଧାନୀ ହେବା ଉଚିତ୍'
ଏହି ରେସ୍ ସମୟରେ ପାକିସ୍ତାନ ନାମକରଣ କରାଯାଇଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ଜିନ୍ଦାବାଦର ନାରା ଲଗାଯାଇଥିଲା । ଏହା ପରେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଲୋକଙ୍କୁ ପଚରାଉଚରା କରିଥିଲା । ପୋଲିସ ମଧ୍ୟ ଏହି ଲୋକଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଛି । ଘଟଣାର ତଦନ୍ତ ଚାଲିଛି ।