'ଯଦି କୋରୋନା ଭ୍ୟାକ୍ସିନର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ଅଧିକ ରଖାଯାଏ ତେବେ ବଢିପାରେ ବିପଦ'
Advertisement
Article Detail0/zeeodisha/odisha919090

'ଯଦି କୋରୋନା ଭ୍ୟାକ୍ସିନର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ଅଧିକ ରଖାଯାଏ ତେବେ ବଢିପାରେ ବିପଦ'

ଗତ ମାସରେ କେନ୍ଦ୍ର ସରକାର କୋଭିଶିଲ୍ଡ ନାମରେ ଦିଆଯାଉଥିବା ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରି ୧୨ରୁ ୧୬ ସପ୍ତାହ କରିଦେଇଥିଲେ । ଏହାପୂର୍ବରୁ କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ଛଅରୁ ଆଠ ସପ୍ତାହ ରହିଥିଲା ​​। ଏହା ପୂର୍ବରୁ ଏହି ବ୍ୟବଧାନ ଚାରିରୁ ଛଅ ସପ୍ତାହ ଥିଲା ।

'ଯଦି କୋରୋନା ଭ୍ୟାକ୍ସିନର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ଅଧିକ ରଖାଯାଏ ତେବେ ବଢିପାରେ ବିପଦ'

ନୂଆଦିଲ୍ଲୀ: ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ରାଷ୍ଟ୍ରପତିଙ୍କ ସର୍ବୋଚ୍ଚ ଉପଦେଷ୍ଟା ଡକ୍ଟର ଆନ୍ଥୋନୀ ଫାଉସି (Dr. Anthony Fauci) କହିଛନ୍ତି ଯେ, ଯଦି କୋଭିଡ ଟିକା (COVID-19 Vaccine) ର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ଅଧିକ ରଖାଯାଏ, ତେବେ ଏହା କୋରୋନାର କୌଣସି ଭାରିଏଣ୍ଟ (Coronavirus Variant) ରୁ ସଂକ୍ରମଣର ଆଶଙ୍କା ବଢାଇପାରେ । ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଡକ୍ଟର ଫାଉଚି କହିଛନ୍ତି ଯେ, ଆଦର୍ଶ ଭାବେ ଫାଇଜର mRNA କୋରୋନା ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ତିନି ସପ୍ତାହ ହେବା ଆବଶ୍ୟକ । ମଡର୍ନାର mRNA ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ଚାରି ସପ୍ତାହ ହେବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ଲଘୁଚାପ ଓ ମୌସୁମୀ ସକ୍ରିୟ, ଆସନ୍ତା ତିନି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ସେ କହିଛନ୍ତି, "ଯଦି ଆପଣ ଟିକାକରଣର ମାତ୍ରା ମଧ୍ୟରେ ବ୍ୟବଧାନ ବଢ଼ାନ୍ତି, ତେବେ ଏଥିରୁ ଆପଣଙ୍କୁ କୌଣସି କୋରୋନା ଭୂତାଣୁ ଭାରିଏଣ୍ଟରୁ ସଂକ୍ରମିତ ହେବାର ଆଶଙ୍କା ବଢିଯାଇଥାଏ । ଏହା ଆମେ ବ୍ରିଟେନରେ ଦେଖିଛୁ, ସେଠାରେ ଟିକା ଡୋଜ ମଧ୍ୟରେ ବ୍ୟବଧାନ ବଢାଯାଇଥିଲା । ଫଳରେ ସେଠାରେ ନୂତନ ଭାରିଏଣ୍ଟର ବିପଦ ବଢିଯାଇଥିଲା । ମୋର ମତ ଏହା ଯେ ଆପଣ ଟିକା ସଠିକ ସମୟରେ ଟିକା ଲଗାନ୍ତୁ।" ଏଥିସହ ସେ କହିଛନ୍ତି ଯେ, ଯଦି ଟିକା ଯୋଗାଣ ସ୍ୱଳ୍ପ ହୁଏ ତେବେ ଟିକାର ମାତ୍ରା ମଧ୍ୟରେ ବ୍ୟବଧାନ ବଢାଇବା ଆବଶ୍ୟକ ହୋଇପାରେ । 

ଗତ ମାସରେ କେନ୍ଦ୍ର ସରକାର କୋଭିଶିଲ୍ଡ ନାମରେ ଦିଆଯାଉଥିବା ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରି ୧୨ରୁ ୧୬ ସପ୍ତାହ କରିଦେଇଥିଲେ । ଏହାପୂର୍ବରୁ କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ଛଅରୁ ଆଠ ସପ୍ତାହ ରହିଥିଲା ​​। ଏହା ପୂର୍ବରୁ ଏହି ବ୍ୟବଧାନ ଚାରିରୁ ଛଅ ସପ୍ତାହ ଥିଲା ।

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେବେ ମୋଦି ସରକାର! ମହଙ୍ଗା ଭତ୍ତା, TA ଏବଂ Appraisal ର ମିଳିବ ଉପହାର

ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଇଥିଲା । ଅନେକ କହିଛନ୍ତି ଯେ, ଟିକାକରଣର ତୀବ୍ର ଅଭାବ ହେତୁ ସରକାର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ବୃଦ୍ଧି କରିଛନ୍ତି । ତେବେ ଏହା ଉପରେ NITI ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପାଲ କହିଛନ୍ତି ଯେ ଏହି ନିଷ୍ପତ୍ତି ବିଜ୍ଞାନ ଉପରେ ଆଧାରିତ ।

ଅଧିକ ପଢ଼ନ୍ତୁ:-ବିଜେପିରେ ଯୋଗଦେବା ମାତ୍ରେ ଜିତିନ ପ୍ରସାଦଙ୍କୁ ମିଳିବାକୁ ଯାଉଛି ଏହି ବଡ଼ ଉପହାର!

ଏହାପୂର୍ବରୁ, ମାର୍ଚ୍ଚ ମାସରେ ମେଡିକାଲ ଜର୍ଣ୍ଣାଲ ଦ ଲାନସେଟରେ ପ୍ରକାଶିତ ଏକ ଅନୁସନ୍ଧାନ ମଧ୍ୟ ନିଶ୍ଚିତ କରିଛି ଯେ, ଦୁଇ ଡୋଜ ମଧ୍ୟରେ ୧୨ ସପ୍ତାହର ବ୍ୟବଧାନ ରଖିଲେ ଟିକା ପ୍ରଭାବ ବଢିଥାଏ । ଡାକ୍ତର ଫାଉଚି କହିଛନ୍ତି ଯେ, କୋରୋନା ଭୂତାଣୁର ନୂତନ ପ୍ରକାରକୁ ପରାସ୍ତ କରିବାକୁ ହେଲେ ଲୋକଙ୍କୁ ଯଥାଶୀଘ୍ର ଟିକା ଦିଆଯିବା ଆବଶ୍ୟକ । ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଭାଇରସର ଡେଲଟା ଭାରିଆଣ୍ଟକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଥିଲେ ଓ କହିଥିଲେ ଯେ ଯଦି ଟିକା ଦିଆଯାଇ ନ ଥିବା ଲୋକଙ୍କ ମଧ୍ୟରେ ଡେଲଟା ଭାରିଆଣ୍ଟ ବ୍ୟାପିବା ଆରମ୍ଭ କରେ, ତେବେ ଏହା ଖୁବ ଶୀଘ୍ର ବ୍ୟାପିଥାଏ ।