ED Raid: ଇଡିର ଏହି ଚଢ଼ାଉ ମନି ଲଣ୍ଡରିଂ ଆକ୍ଟ (PMLA), 2002 ର ପ୍ରାବଧାନ ଅନୁଯାୟୀ କରାଯାଇଥିଲା । ଫେଡରାଲ ବ୍ୟାଙ୍କର ଅଧିକାରୀମାନଙ୍କ ଦ୍ୱାରା ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଦାଖଲ ଏକ ଅଭିଯୋଗ ଆଧାରରେ ଆମୀର ଖାନ ଓ ଅନ୍ୟମାନଙ୍କ ବିରୋଧରେ ଗତ ବର୍ଷ ଫେବୃଆରୀ ୧୫ରେ କୋଲକାତାର ପାର୍କ ଷ୍ଟ୍ରିଟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ।
Trending Photos
ନୂଆଦିଲ୍ଲୀ: ED Raid: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ର ଟିମ୍ ଚଢ଼ାଉ କରି ବହୁ ପରିମାଣର ଟଙ୍କା ଜବତ କରିଛି । କୋଲକାତା (Kolkata) ର ଜଣେ ବ୍ୟବସାୟୀ ଆମୀର ଖାନ (Aamir Khan) ଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଇଡି (ED) ର ଏହି ଚଢ଼ାଉରେ ତାଙ୍କ ଘରୁ ୧୭ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ଘରେ ୧୦ଟି ଟ୍ରଙ୍କ୍ ମିଳିଛି, କିନ୍ତୁ ୫ଟି ଟ୍ରଙ୍କରେ ପୁଳା ପୁଳା ୨୦୦-୫୦୦ ଓ ୨୦୦୦ ଟଙ୍କା ଭର୍ତ୍ତି ହୋଇଥିଲା । ଏହି ଚଢ଼ାଉ ଆମୀର ଖାନଙ୍କ ଗାର୍ଡେନ ରିଚ ସ୍ଥିତ ଘରେ କରାଯାଇଥିଲା । ଶନିବାର ସକାଳେ ଏହି ଚଢ଼ାଉ ଆରମ୍ଭ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ନଗଦ ଗଣନା ଜାରି ରହିଥିଲା । ଇଡି ଟିମ୍ ସହିତ ବ୍ୟାଙ୍କ ଅଧିକାରୀ ଓ କେନ୍ଦ୍ରୀୟ ବାହିନୀ ସାମିଲ ଥିଲେ ।
ଇଡିର ଏହି ଚଢ଼ାଉ ମନି ଲଣ୍ଡରିଂ ଆକ୍ଟ (PMLA), 2002 ର ପ୍ରାବଧାନ ଅନୁଯାୟୀ କରାଯାଇଥିଲା । ଫେଡରାଲ ବ୍ୟାଙ୍କର ଅଧିକାରୀମାନଙ୍କ ଦ୍ୱାରା ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଦାଖଲ ଏକ ଅଭିଯୋଗ ଆଧାରରେ ଆମୀର ଖାନ ଓ ଅନ୍ୟମାନଙ୍କ ବିରୋଧରେ ଗତ ବର୍ଷ ଫେବୃଆରୀ ୧୫ରେ କୋଲକାତାର ପାର୍କ ଷ୍ଟ୍ରିଟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ।
ତଦନ୍ତକାରୀ ସଂସ୍ଥା କହିଛି ଯେ, "ଆମୀର ଖାନ ଇ-ନଗେଟ ନାମକ ଏକ ମୋବାଇଲ୍ ଗେମିଂ ଆପ୍ଲିକେସନ୍ ଲଞ୍ଚ କରିଥିଲେ, ଯାହା ଜାଲିଆତି କରିବା ପାଇଁ ଗଢ଼ାଯାଇଥିଲା । ଏହି ଆପ୍ ମାଧ୍ୟମରେ ପ୍ରଥମେ ୟୁଜର୍ସଙ୍କୁ କମିଶନ ସହ ରିୱାର୍ଡ ଦିଆଯାଇଛି ପରେ ସେମାନଙ୍କ ୱାଲେଟରେ ଟଙ୍କା ପଠାଯାଇଥିଲା । ଯେତେବେଳେ ୟୁଜର୍ସଙ୍କୁ ଭରସା ହୋଇଯାଇଥିଲା ସେମାନେ ଏହି ଗେମିଂ ଆପ୍ଲିକେସନ ମାଧ୍ୟମରେ ଅଧିକ ଅର୍ଥ ଜିତିବା ପାଇଁ ଟଙ୍କା ନିବେଶ କରିବା ଆରମ୍ଭ କଲେ ।"
ଯାଞ୍ଚ ଏଜେନ୍ସି କହିଛି ଯେ, ଉପଭୋକ୍ତାମାନେ ଟଙ୍କା ଲଗାଇବା ପରେ ମୋବାଇଲ୍ ଗେମିଂ ଆପ୍ ଜରିଆରେ ବହୁ ପରିମାଣର ଟଙ୍କା ସଂଗ୍ରହ କରିବା ପରେ ହଠାତ୍ ଆପରୁ ଟଙ୍କା ବାହାର କରିବାର ରାସ୍ତା ବନ୍ଦ କରିଦିଆଯାଇଥିଲା । କମ୍ପାନୀ ତରଫରୁ ବାହାନ ଦିଆଯାଇଥିଲା ଯେ ସିଷ୍ଟମ ଅପ୍ ଗ୍ରେଡେସନ୍ ଅଛି, ଆଇନର ମାମଲା ରହିଛି ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳ ଦ୍ୱାରା ଯାଞ୍ଚ କରାଯାଉଛି । ଏହା ପରେ ପ୍ରୋଫାଇଲରୁ ସମସ୍ତ ସୂଚନା ସହିତ ସମସ୍ତ ତଥ୍ୟ ଆପ୍ ସର୍ଭରରୁ ଡିଲିଟ୍ କରାଯାଇଥିଲା । ତା’ପରେ ୟୁଜର୍ସମାନେ ଏହାର କ ଚାଲ୍ ବୁଝିପାରିଥିଲେ ଯେ ଠକେଇ ହୋଇଛି ।
ଅଧିକ ପଢ଼ନ୍ତୁ:-ଲୁଣ ଖାଇବାକୁ ନେଇ ଗାଇଡଲାଇନ ଜାରି କଲା WHO, ଆପଣ ଯଦି ଦିନରେ ୫ ଗ୍ରାମରୁ ଅଧିକ ଖାଉଛନ୍ତି ତେବେ ଶରୀରର ଏହି ଅଙ୍ଗ ହୋଇଯିବ ନଷ୍ଟ
ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ପୂର୍ବରୁ ବଦଳିଯିବ ଭାରତୀୟ ଅଧିନାୟକ, ଏହି ଖେଳାଳିଙ୍କୁ ମିଳିବ ବଡ଼ ଦାୟିତ୍ୱ
ଅଧିକ ପଢ଼ନ୍ତୁ:-ଶରଦ ପାୱାର ହେବେ ୨୦୨୪ରେ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ? ଏନସିପି ନେତା ଦେଲେ ବଡ଼ ବୟାନ
ଏହାପୂର୍ବରୁ ଶନିବାର କେନ୍ଦ୍ରୀୟ ଏଜେନ୍ସି କୋଲକାତାର ୬ଟି ସ୍ଥାନରେ ମୋବାଇଲ୍ ଗେମିଂ ଆପ୍ଲିକେସନ୍ ସମ୍ବନ୍ଧୀୟ ଅନୁସନ୍ଧାନ ସଂପର୍କରେ ସର୍ଚ୍ଚ ଅପରେସନ କରିଥିଲା । ଇଡି କହିଛି ଯେ, ସର୍ଚ୍ଚ ଅପରେସନ୍ ସମୟରେ ଏହି ମାମଲା ସହ ଜଡିତ ସଂସ୍ଥା ଫର୍ଜି ଆକାଉଣ୍ଟ ବ୍ୟବହାର କରୁଥିଲା ଓ ୟୁଜର୍ସଙ୍କୁ ଧୋକା ଦେଇ କୋଟି କୋଟି ଟଙ୍କା ରୋଜଗାର କରିଥିଲା ।