ଡିସେମ୍ବର ୩୧ ପୂର୍ବରୁ ସାରି ନିଅନ୍ତୁ ଏହି ଜରୁରୀ କାମ, ନଚେତ୍ ୭ ଲକ୍ଷ ଟଙ୍କାର ହେବ କ୍ଷତି
Advertisement
Article Detail0/zeeodisha/odisha1053796

ଡିସେମ୍ବର ୩୧ ପୂର୍ବରୁ ସାରି ନିଅନ୍ତୁ ଏହି ଜରୁରୀ କାମ, ନଚେତ୍ ୭ ଲକ୍ଷ ଟଙ୍କାର ହେବ କ୍ଷତି

ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି ।

ଡିସେମ୍ବର ୩୧ ପୂର୍ବରୁ ସାରି ନିଅନ୍ତୁ ଏହି ଜରୁରୀ କାମ, ନଚେତ୍ ୭ ଲକ୍ଷ ଟଙ୍କାର ହେବ କ୍ଷତି

ନୂଆଦିଲ୍ଲୀ: EPFO Alert: ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ ସ୍ଥାନରେ ନୂଆ ବର୍ଷ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏଭଳି ପରିସ୍ଥିତିରେ ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଯଦି ଆପଣଙ୍କର PF କଟା ଯାଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ । କାରଣ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ​​ଏପରି ନିୟମ କରିଛି, ଯଦି ତାହା ପାଳନ ନହୁଏ, ତେବେ ଆକାଉଣ୍ଟଧାରୀମାନଙ୍କୁ କିଛି କ୍ଷତି ସହିବାକୁ ପଡିବ ।

EPFO ସମସ୍ତ ସମସ୍ତ PF ଆକାଉଣ୍ଟଧାରୀଙ୍କ ପାଇଁ ନାମାଙ୍କନପତ୍ର ବା ନମୋନୀ ଦେବା ବାଧ୍ୟତାମୂଳକ କରିଛି । ଏହି କାମ ନ କରିବାରୁ PF ଆକାଉଣ୍ଟଧାରୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ । EPFO ର ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି PF ଆକାଉଣ୍ଟଧାରୀଙ୍କ ଆଶ୍ରିତଙ୍କୁ ସୁରକ୍ଷା ଯୋଗାଇବା ।

ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି ।

ଇପିଏଫ୍ଓ ଅନୁଯାୟୀ, ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ସମୟସୀମା ସ୍ଥିର କରାଯାଇଛି । ଇପିଏଫ୍ଓ ମଧ୍ୟ ଏହି ସୁବିଧା ଦେଇଛି ଯେ ଆକାଉଣ୍ଟଧାରୀ ଯେତେଥର ଚାହିଁବେ ନୋମିନୀ ବଦଳାଇ ପାରିବେ ।

୭ ଲକ୍ଷ ଟଙ୍କାର ମିଳିଥାଏ ସୁବିଧା 

ଇପିଏଫ୍ (EPFO) ସଦସ୍ୟଙ୍କୁ କର୍ମଚାରୀ ଜମା ଲିଙ୍କ୍ଡ ବୀମା ଯୋଜନା (EDLI  Insurance cover) ଅଧୀନରେ ବୀମା କଭରର ସୁବିଧା ମଧ୍ୟ ମିଳିଥାଏ । ଏହି ଯୋଜନାରେ ନୋମିନୀଙ୍କୁ ସର୍ବାଧିକ ୭ ଲକ୍ଷ ଟଙ୍କାର ବୀମା କଭର ପ୍ରଦାନ କରାଯାଇଛି । ଯଦି ସଦସ୍ୟ କୌଣସି ନୋମିନୀ ବିନା ମରିଯାଆନ୍ତି, ତେବେ କ୍ଲେମ୍ ପ୍ରକ୍ରିୟାକରଣରେ ଅସୁବିଧା ହୁଏ । ତେବେ ଆସନ୍ତୁ ଜାଣିବା ଅନଲାଇନରେ କିପରି ନାମାଙ୍କନ ପୂରଣ କରିବେ ।

ଇ-ନୋମିନୀ କରିବାର ପ୍ରକ୍ରିୟା

୧. ସର୍ବପ୍ରଥମେ EPFO ​​ର ଅଫିସିଆଲ୍ ୱେବସାଇଟ୍ ଖୋଲନ୍ତୁ ।

୨. ବର୍ତ୍ତମାନ ଆପଣଙ୍କୁ UAN ଓ ପାସୱାର୍ଡ ସାହାଯ୍ୟରେ ଲଗଇନ୍ କରିବାକୁ ପଡିବ ।

୩. ମ୍ୟାନେଜ୍ ସେକ୍ସନକୁ ଯାଆନ୍ତୁ ଓ ଲିଙ୍କ ଇ-ନୋମିନେସନ ଉପରେ କ୍ଲିକ୍ କରନ୍ତୁ ।

୪. ବର୍ତ୍ତମାନ ନୋମିନୀଙ୍କ ନାମ, ଫଟୋ ଏବଂ ଅନ୍ୟାନ୍ୟ ବିବରଣୀ ଦାଖଲ କରନ୍ତୁ ।

୫. ଏକରୁ ଅଧିକ ନାମିମୀ ଯୋଡିବାକୁ ଏଡ୍ ନ୍ୟୁ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୬. ଆପଣ ସେଭ୍ ଫ୍ୟାମିଲି ଡିଟେଲ୍ସ ଉପରେ କ୍ଲିକ୍ କରିବା ମାତ୍ରେ ପ୍ରକ୍ରିୟା ସମାପ୍ତ ହୋଇଯିବ ।

ମିସ୍ କଲ କରି ବାଲାନ୍ସ ଜାଣନ୍ତୁ

PF ଟଙ୍କା ଯାଞ୍ଚ କରିବାକୁ, ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ ରେ ଏକ ମିସ୍ କଲ ଦେବାକୁ ପଡିବ । ଏହା ପରେ, ଆପଣ EPFO ​​ର SMS ମାଧ୍ୟମରେ PF ର ବିବରଣୀ ପାଇବେ । ଏଠାରେ ମଧ୍ୟ ଆପଣଙ୍କର UAN, PAN ଓ ଆଧାର ସହ ଲିଙ୍କ୍ ହେବା ଆବଶ୍ୟକ । 

ଏହା ବି ପଢ଼ନ୍ତୁ:-ଟେନସନ୍ ବଢ଼ାଇଲା ଓମିକ୍ରନ, ରାଜଧାନୀରେ କୋରୋନା ଭାଙ୍ଗିଲା ୬ ମାସର ରେକର୍ଡ

ଏହା ବି ପଢ଼ନ୍ତୁ:-କୋହଲିଙ୍କ ଶନିଦଶା! ଟେଷ୍ଟ ପରେ ଟି-୨୦ରୁ ମଧ୍ୟ ଲାଗିଲା ଝଟକା

ଏହା ବି ପଢ଼ନ୍ତୁ:-ଆଉ ୪୮ ଘଣ୍ଟା ଶୀତ ଲହରି, ୧୦ ଡିଗ୍ରୀ ତଳେ ୧୭ ସ୍ଥାନର ପାରଦ

ଫର୍ଜି ବା ଫେକ୍ କଲରୁ ରୁହନ୍ତୁ ସାବଧାନ

EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ନିଜର କୋଟି କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ​​ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"