ଏହି କର୍ମଚାରୀଙ୍କ ହାତରେ ଆସିବ ଅଧିକ ଦରମା! ଜାଣନ୍ତୁ କେମିତି...
Advertisement
Article Detail0/zeeodisha/odisha930878

ଏହି କର୍ମଚାରୀଙ୍କ ହାତରେ ଆସିବ ଅଧିକ ଦରମା! ଜାଣନ୍ତୁ କେମିତି...

ସେ (Finance Minister Nirmala Sitharaman) ଗତ ବର୍ଷ ପ୍ରଥମ ଥର ପାଇଁ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା ଅଧୀନରେ ଏହି ସ୍କିମର ଘୋଷଣା କରିଥିଲେ । କେବଳ ଏତିକି ନୁହେଁ, କମ୍ପାନୀମାନେ ମଧ୍ୟ ଏହି ଯୋଜନାରୁ ଲାଭବାନ ହେବେ । 

ଏହି କର୍ମଚାରୀଙ୍କ ହାତରେ ଆସିବ ଅଧିକ ଦରମା! ଜାଣନ୍ତୁ କେମିତି...

ନୂଆଦିଲ୍ଲୀ: EPFO Latest Update: ଯଦି ଆପଣଙ୍କୁ ନୂଆ ନୂଆ ଚାକିରି ମିଳିଛି ଏବଂ ଆପଣ ଚଳିତ ବର୍ଷ ଜୁନ୍ ୩୦ ପରେ ଯୋଗ ଦେବାକୁ ଯାଉଛନ୍ତି । ତେବେ ଆପଣଙ୍କ ହାତରେ ଅଧିକ ଦରମା ଆସିବ । କାରଣ EPF ସବସିଡି ସ୍କିମରେ ନୂତନ ଚାକିରି ପାଇଥିବା ବ୍ୟକ୍ତିଙ୍କ ଇପିଏଫ୍ ଯୋଗଦାନ ପୁରା ଦୁଇ ବର୍ଷ ଧରି ଦେବାକୁ କେନ୍ଦ୍ର ସରକାର (Central Govt) ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ଆକାଉଣ୍ଟରେ ଆସୁନାହିଁ LPG ସବସିଡିର ଟଙ୍କା, ତେବେ କରନ୍ତୁ ଏହି କାମ

ଏହି କର୍ମଚାରୀଙ୍କୁ ମିଳିବ ଏହି ଯୋଜନାର ଲାଭ

ଅର୍ଥାତ୍ ୧୨ ପ୍ରତିଶତ PF ଯାହା ଆପଣଙ୍କ ଆୟରୁ କାଟିବା କଥା ତାହା ସରକାର ନିଜେ ଦେବେ । ଫ୍ରେଶ୍ କର୍ମଚାରୀଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲାଭ ମଧ୍ୟ ସେହି କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନଙ୍କର କୋରୋନା  ମହାମାରୀ ହେତୁ ମାର୍ଚ୍ଚ ୧, ୨୦୨୦ ପରେ ଚାକିରି ଚାଲିଯାଇଥିଲା ଏବଂ ବର୍ତ୍ତମାନ ସେମାନେ ପୁନର୍ବାର ଚାକିରି ପାଇଛନ୍ତି । ବାସ୍ତବରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ନୂତନ ନିଯୁକ୍ତି ତଥା ପୁନ-ନିଯୁକ୍ତ କର୍ମଚାରୀଙ୍କ ପାଇଁ PF ରିଲିଫ ପଞ୍ଜୀକରଣ ସମୟସୀମାକୁ ୨୮ ଜୁନ୍ ୨୦୨୧ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଯାହା ଜୁନ୍ ୩୦, ୨୦୨୧ରେ ଶେଷ ହେଉଥିଲା ।

ଅଧିକ ପଢ଼ନ୍ତୁ:-ଦେଶରେ ୧୦୩ ଦିନ ପରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ

୨ ବର୍ଷ ପର୍ଯ୍ୟନ୍ତ ମିଳିବା ଜାରି ରହିବ ସବସିଡି

ସେ ଗତ ବର୍ଷ ପ୍ରଥମ ଥର ପାଇଁ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା ଅଧୀନରେ ଏହି ସ୍କିମର ଘୋଷଣା କରିଥିଲେ । କେବଳ ଏତିକି ନୁହେଁ, କମ୍ପାନୀମାନେ ମଧ୍ୟ ଏହି ଯୋଜନାରୁ ଲାଭବାନ ହେବେ । କାରଣ ସରକାର ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ PF ଅବଦାନର ସେମାନଙ୍କ ଅଂଶ ମଧ୍ୟ ଭରିବେ । ଅର୍ଥାତ୍ ସରକାର ଉଭୟ କର୍ମଚାରୀ ଓ ନିଯୁକ୍ତିଦାତାର ୧୨-୧୨ ପ୍ରତିଶତ, ଅର୍ଥାତ୍ ୨୪ ପ୍ରତିଶତ ମୋଟ ଅବଦାନ ଦୁଇ ବର୍ଷ ପାଇଁ ନିଜେ ପ୍ରଦାନ କରିବେ । ଏହି ଯୋଜନା ଅଧୀନରେ, ୧ ଅକ୍ଟୋବର ୨୦୨୦ ପରେ ଏବଂ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ନୂତନ କର୍ମଚାରୀଙ୍କ କ୍ଷେତ୍ରରେ ସରକାର ଦୁଇ ବର୍ଷ ସବସିଡି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ, ବର୍ତ୍ତମାନ ଏହି ଯୋଜନାର ଲାଭ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମିଳିପାରିବ ।

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର: ହାଇଦ୍ରାବାଦ ସମେତ ଏସବୁ ବଡ ସହରରେ ୧୦୦ ଟଙ୍କା ପାର କଲା ପେଟ୍ରୋଲ

ସବସିଡି ପାଇଁ ସର୍ତ୍ତ

ତେବେ, ଏହି ଯୋଜନାର ଲାଭ କେବଳ ସେହି ନୂତନ କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯାହାର ଦରମା ମାସକୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା କେବଳ ନୂତନ କର୍ମଚାରୀଙ୍କ ପାଇଁ ହେବ ଯେଉଁମାନେ ଅକ୍ଟୋବର ୧, ୨୦୨୦ ପରେ ନିଯୁକ୍ତି ପାଇଛନ୍ତି । ଏହା ବ୍ୟତୀତ, ଏହି ଯୋଜନାର ଲାଭ ସେହି କର୍ମଚାରୀମାନଙ୍କୁ ମଧ୍ୟ ଦିଆଯିବ ଯେଉଁମାନେ ମାର୍ଚ୍ଚ ୧, ୨୦୨୦ ପରେ ଚାକିରି ହରାଇଛନ୍ତି ଏବଂ ଅକ୍ଟୋବର ୧, ୨୦୨୦ ପରେ ପୁନଃ ନିଯୁକ୍ତି ପାଇଛନ୍ତି । ଏହିପରି କମ୍ପାନୀଗୁଡିକରେ ଯେଉଁଥିରେ ୧୦୦୦ ପର୍ଯ୍ୟନ୍ତ କର୍ମଚାରୀ କାର୍ଯ୍ୟ କରନ୍ତି, ସରକାର ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ନିଜେ PF ଯୋଗଦାନ ଦେବେ । କିନ୍ତୁ ଯଦି କର୍ମଚାରୀ ୧୦୦୦ରୁ ଅଧିକ ହୁଅନ୍ତି, ତେବେ କେବଳ କର୍ମଚାରୀଙ୍କ ଯୋଗଦାନ ସରକାର ପ୍ରଦାନ କରିବେ ।