ଦକ୍ଷିଣ ଆଫ୍ରିକା ଦେଶ ଏସୱାଟିନିରେ ଶାସନ ପ୍ରଣାଳୀ ହେଉଛି ରାଜତନ୍ତ୍ର । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ସେଠାରେ ଥିବା ସରକାର ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଘୋଷଣା କରିଛନ୍ତି ।
Trending Photos
ନୂଆଦିଲ୍ଲୀ: କୋରୋନା ସଂକ୍ରମଣରେ ଆକ୍ରାନ୍ତ ହେବା ପରେ ଦକ୍ଷିଣ ଆଫ୍ରିକା ଦେଶ ଏସୱାଟିନି (Eswatini) ର ପ୍ରଧାନମନ୍ତ୍ରୀ ମୃତ୍ୟୁ ବରଣ କରିଛନ୍ତି । ଏସୱାଟିନିର ପ୍ରଧାନମନ୍ତ୍ରୀ ଅମ୍ବରୋସେ ଡାଲାମିନି (Ambrose Dlamini) ୧ ମାସ ପୂର୍ବେ କୋରୋନା ପଜିଟିଭ୍ ହୋଇଥିଲେ । ୫୨ ବର୍ଷିୟ ପ୍ରଧାନମନ୍ତ୍ରୀ ଡାଲାମିନି ଦକ୍ଷିଣ ଆଫ୍ରିକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।
ଅଧିକ ପଢ଼ନ୍ତୁ:-ଇମ୍ରାନ ଖାନଙ୍କୁ ନ ହଟାଇ ମାନିବେନି ବିରୋଧୀ!
ଦକ୍ଷିଣ ଆଫ୍ରିକା ଦେଶ ଏସୱାଟିନିରେ ଶାସନ ପ୍ରଣାଳୀ ହେଉଛି ରାଜତନ୍ତ୍ର । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ସେଠାରେ ଥିବା ସରକାର ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଘୋଷଣା କରିଛନ୍ତି ।
ଏସୱାଟିନି ଉପ-ପ୍ରଧାନମନ୍ତ୍ରୀ ଥାବା ମାସୁକୁ ଏକ ବୟାନ ଜାରି କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଅମ୍ବରୋସେ ଡାଲାମିନିଙ୍କ ଦୁଃଖଦ ତଥା ଅକାଳ ବିୟୋଗ ବିଷୟରେ ଦେଶକୁ ଅବଗତ କରାଇବା ପାଇଁ ସେ ରାଜ ପରିବାର ଠାରୁ ନିର୍ଦ୍ଦେଶ ପାଇଛନ୍ତି । ଉପ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରବିବାର ଅପରାହ୍ନରେ ଦକ୍ଷିଣ ଆଫ୍ରିକାର ଏକ ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-'ଜାନୁଆରୀରୁ ଭାରତରେ କୋରୋନା ଟିକାକରଣ ଆରମ୍ଭ ହେବ, ଅକ୍ଟୋବର ସୁଦ୍ଧା ସମସ୍ତଙ୍କୁ ମିଳିପାରେ ଡୋଜ'
ପ୍ରଧାନମନ୍ତ୍ରୀ ଅମ୍ବରୋସେ ଡାଲାମିନିଙ୍କୁ ଡିସେମ୍ବର ୧ରେ ଦକ୍ଷିଣ ଆଫ୍ରିକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କାରଣ ସେ କୋରୋନାରେ ଆକ୍ରାନ୍ତ ଥିଲେ ଓ ତାଙ୍କୁ ଭଲ ଚିକିତ୍ସାର ଆବଶ୍ୟକତା ଥିଲା ଏବଂ ଶୀଘ୍ର ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ବୟାନ ଅନୁଯାୟୀ, ସେହି ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସ୍ଥିତି ସ୍ଥିର ଥିଲା ଏବଂ ଚିକିତ୍ସା ପରେ ସେ ଭଲ ପ୍ରତିକ୍ରିୟା ଦେଉଥିଲେ ।