ପେଟ ସମ୍ବନ୍ଧୀୟ ରୋଗ ପାଇଁ ଲାଭଦାୟକ ହୋଇଥାଏ ମେଥି ସେବନ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରିତା
Advertisement
Article Detail0/zeeodisha/odisha949094

ପେଟ ସମ୍ବନ୍ଧୀୟ ରୋଗ ପାଇଁ ଲାଭଦାୟକ ହୋଇଥାଏ ମେଥି ସେବନ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରିତା

ମେଥିର ବ୍ୟବହାର ମେଟାବୋଲିକ୍ ହାରକୁ ବଢାଇଥାଏ, ଯାହା ମୋଟାପଣକୁ ହ୍ରାସ କରିଥାଏ । ଏଥିପାଇଁ ଆପଣ ଗଜା ମେଥିର କିମ୍ବା ମେଥିର ଚା' ପିଇପାରିବେ ।

ପେଟ ସମ୍ବନ୍ଧୀୟ ରୋଗ ପାଇଁ ଲାଭଦାୟକ ହୋଇଥାଏ ମେଥି ସେବନ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରିତା

ପ୍ରତ୍ୟେକ ଘରେ ବର୍ଷ ବର୍ଷ ଧରି ମେଥି (Fenugreek) ର ବ୍ୟବହାର ହୋଇଆସୁଛି ।  ଅନେକ ବ୍ୟଞ୍ଜନରେ ମେଥି ବ୍ୟବହୃତ ହୁଏ, ଯେଉଁ କାରଣରୁ ଖାଦ୍ୟର ସ୍ୱାଦ ବହୁଗୁଣରେ ବଢ଼ିଯାଇଥାଏ । ଏହାର ମଞ୍ଜି ପନିପରିବାରେ ମଧ୍ୟ ବ୍ୟବହୃତ ହେବା ସହିତ ଏହାର ପତ୍ର ସବୁଜ ଶାଗ ଭାବରେ ମଧ୍ୟ ବ୍ୟବହୃତ ହୁଏ ।  କିନ୍ତୁ, ଆମେ ଆଜି ଆପଣଙ୍କୁ ମେଥି ମଞ୍ଜିର ଏପରି ଅନେକ ଗୁଣ ବିଷୟରେ କହିବୁ, ଯାହା ଆମକୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ବିରୁଦ୍ଧରେ ଲଢିବାରେ ସାହାଯ୍ୟ କରେ । ମେଥିର ବୀଜ ମସଲା ବ୍ୟତୀତ ଔଷଧ ଭାବରେ ପ୍ରସ୍ତୁତ କରାଯାଇଥାଏ । ମେଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ୍, ଫସଫରସ୍, ଫୋଲିକ୍ ଏସିଡ୍, ଆଇରନ୍, ସୋଡିୟମ୍ ପରି ଅନେକ ଖଣିଜ ପଦାର୍ଥ ମିଳିଥାଏ । 

ମେଥିର ଉପକାରିତା:

ମେଥିର ବ୍ୟବହାର ମେଟାବୋଲିକ୍ ହାରକୁ ବଢାଇଥାଏ, ଯାହା ମୋଟାପଣକୁ ହ୍ରାସ କରିଥାଏ । ଏଥିପାଇଁ ଆପଣ ଗଜା ମେଥିର କିମ୍ବା ମେଥିର ଚା' ପିଇପାରିବେ ।

ମେଥିର ନିୟମିତ ବ୍ୟବହାର ଦ୍ୱାରା ଆପଣ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣ ମେଥି ହେୟାର ମାସ୍କ ମଧ୍ୟ ବ୍ୟବହାର କରିପାରିବେ, କିନ୍ତୁ ଗଜା ମେଥିକୁ ଖାଇବା ଦ୍ୱାରା କେଶ ଝଡ଼ିବା ସମସ୍ୟା ମଧ୍ୟ ଦୂର ହୋଇପାରେ ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଯେଉଁମାନେ ସର୍ବଦା କୋଷ୍ଠକାଠିନ୍ୟରେ ପୀଡିତ ରହନ୍ତି । ସେମାନଙ୍କ ପାଇଁ ମେଥି ମଞ୍ଜି କୌଣସି ରାମବାଣ ଚିକିତ୍ସାଠାରୁ କମ୍ ନୁହେଁ । ଏହି ମଞ୍ଜି ହଜମ କରିବାରେ ସାହାଯ୍ୟ କରେ । ଏଥିପାଇଁ ଆପଣଙ୍କୁ ୧ ଚାମଚ ମେଥିକୁ ୨ ଗ୍ଲାସ ଗରମ ପାଣିରେ ଫୁଟାଇବାକୁ ପଡିବ । ଏହି ପାଣିକୁ ସେତେଯାଏ ଫୁଟାନ୍ତୁ ଯେତେ ଯାଏ ମେଥିର ରଙ୍ଗ ଭଲ ଭାବେ ପାଣିରେ ନ ମିଶି ଯାଉଛି । ଏହା ପରେ ଏହି ଜଳକୁ ଫିଲ୍ଟର୍ କରନ୍ତୁ ଏବଂ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ପରେ ପାଣି ଉଷ୍ମ ହେଲେ ଏହାକୁ ସେବନ କରନ୍ତୁ ।

ଅଧିକ ପଢ଼ନ୍ତୁ:-ଅଗଷ୍ଟ ୧ରୁ ଲାଗୁ ହେବ ଦରମା, ପେନସନ୍ ଏବଂ EMI ପେମେଣ୍ଟ ପାଇଁ ନୂଆ ନିୟମ!

ମେଥି ମଞ୍ଜି ଜଳର ଉପଯୋଗରୁ କୋଲେଷ୍ଟ୍ରଲକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ଏହା କିଡନୀ ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ସଫଳ ଅଟେ ।

ଯଦି ମେଥି ମଞ୍ଜି ଏହି ରୂପରେ ସେବନ କରାଯାଏ, ତେବେ ଏହା ମଧୁମେହ ହେବାର ଆଶଙ୍କା ବହୁ ପରିମାଣରେ ହ୍ରାସ କରିବାକୁ ସାହାଯ୍ୟ କରିଥାଏ ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୪୮୩ ସଂକ୍ରମିତ