Fire Mishap: ଖାଇବା ତେଲ ଗୋଦାମରେ ଅଗ୍ନିକାଣ୍ତ , ନିଆଁ ଆୟତ୍ତ ନେଇ ନାକେଦମ ଅଗ୍ନିଶମ ବାହିନୀ
Advertisement
Article Detail0/zeeodisha/odisha1914544

Fire Mishap: ଖାଇବା ତେଲ ଗୋଦାମରେ ଅଗ୍ନିକାଣ୍ତ , ନିଆଁ ଆୟତ୍ତ ନେଇ ନାକେଦମ ଅଗ୍ନିଶମ ବାହିନୀ

Fire Mishap: ଶନିବାର ହାୱଡା ସଙ୍କରେଲ ଇଣ୍ଡଷ୍ଟ୍ର୍ରିଆଲ ପାର୍କରେ (Howrah in Sankrail Industrial Park) ଥିବା ଖାଇବା ତେଲ ଗୋଦାମରେ (Warehouse) ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ (Fire Mishap) । ଏହି ଭୟଙ୍କର ଅଗ୍ନିକାଣ୍ଡ ପରେ ଗୋଦାମରୁ କଳା ଧୂଆଁ ବାହାରୁଥିବା ଦେଖାଯାଇଛି ।

ସୌ(ସୋସିଆଲ ମିଡିଆ)

Howrah Fire Mishap: ପଶ୍ଚିମବଙ୍ଗ (West Bengal) ହାଓ୍ବଡା (Howrah) ସ୍ଥିତ ଏକ ଗୋଦାମରେ (Warehouse) ଭୟାବହ ଅଗ୍ନିକାଣ୍ତ (Fire Mishap) । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଯଥା ସମ୍ଭବ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଥିବାବେଳେ ଏହି ନିଆଁ ଲିଭା କାର୍ଯ୍ୟରେ ଦଳକଳ ବାହିନୀର (Fire Brigade) ୧୧ଟି ଗାଡ଼ି ନିୟୋଜିତ ଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଶନିବାର ଦିନ ସକାଳେ ହାୱଡା ସଙ୍କରେଲ ଇଣ୍ଡଷ୍ଟ୍ର୍ରିଆଲ ପାର୍କରେ (Howrah in Sankrail Industrial Park) ଥିବା ଖାଇବା ତେଲ ଗୋଦାମରେ (Warehouse) ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ (Fire Mishap) । ଏହି ଭୟଙ୍କର ଅଗ୍ନିକାଣ୍ଡ ପରେ ଗୋଦାମରୁ କଳା ଧୂଆଁ ବାହାରୁଥିବା ଦେଖାଯାଇଛି । ନିଆଁର ପ୍ରକୋପ ଅଧିକ ରହିଥିବାରୁ ଏହାକୁ ଆୟତ୍ତ କରିବା ନେଇ ନାକେଦମ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ । ଅଗ୍ନିକାଣ୍ତ ଘଟିଥିବା ଗୋଦାମ ଶିଳ୍ପାଞ୍ଚଳରେ ଥିବାରୁ ନିକଟରେ ଥିବା ଇଣ୍ଡଷ୍ଟ୍ରି ଓ ଗୋଦାମକୁ ଯେପରି ନିଆଁ ନ ବ୍ୟାପେ ସେଥିପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଏଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜଳିଯାଇଥିବା ଆକଳନ କରାଯାଉଛି । ତେବେ ନିଆଁ ଲିଭିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ।

Also Read-Odisha News: ମାଗଣା ଲାପଟପ୍ ପାଇଁ ଆବେଦନ ଅବଧି ବୃଦ୍ଧି, ଜାଣନ୍ତୁ କେବେ ରହିଛି Last Date?

Also Read-Israeli War: ୪୦ ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା କଲେ ହାମାସ ଆତଙ୍କବାଦୀ, ଏଭଳି ପ୍ରତିକ୍ରିୟା ରଖିଲା ଇଜ୍ରାଏଲ