କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ବରିଷ୍ଠ କଂଗ୍ରେସ ନେତା ଏ.କେ ୱାଲିଆ
Advertisement
Article Detail0/zeeodisha/odisha888388

କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ବରିଷ୍ଠ କଂଗ୍ରେସ ନେତା ଏ.କେ ୱାଲିଆ

ଡକ୍ଟର ଅଶୋକ କୁମାର ୱାଲିଆ ଲଗାତାର ଚାରି ଥର ବିଧାୟକ ରହିଥିଲେ । ସେ ଶୀଲା ଦୀକ୍ଷିତଙ୍କ ସରକାରରେ ରାଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଏବଂ ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ, ଜମି ଏବଂ ନିର୍ମାଣ ବିଭାଗ ପରିଚାଳନା କରିଥିଲେ ।

କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ବରିଷ୍ଠ କଂଗ୍ରେସ ନେତା ଏ.କେ ୱାଲିଆ

ନୂଆଦିଲ୍ଲୀ: Ashok Kumar Walia Dies Due to Covid-19: କୋରୋନା ଦେଶରେ ଆତଙ୍କ ସୃଷ୍ଟି କରିଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଖାସ୍ ଲୋକ ପର୍ଯ୍ୟନ୍ତ ସମସ୍ତେ କୋରୋନା ଭୂତାଣୁର କବଳରେ ଆସୁଛନ୍ତି । ଭାରତରେ ପ୍ରତିଦିନ ୩ ଲକ୍ଷ କୋରୋନା ମାମଲା ଆସିବା ସହ ୨,୦୦୦ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ତଥା ଦିଲ୍ଲୀ ସରକାର ପୂର୍ବତନ ମନ୍ତ୍ରୀ ଡକ୍ଟର ଏ.କେ ୱାଲିଆ ଏବଂ ସିପିଆଇ (ମାର୍କ୍ସବାଦୀ) ନେତା ସୀତାରାମ ୟେଚୁରିଙ୍କ ବଡ ପୁଅ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଡକ୍ଟର ଅଶୋକ କୁମାର ୱାଲିଆ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ଥିଲେ ଏବଂ ସେ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଅଧିକ ପଢ଼ନ୍ତୁ:-CPI(M) ନେତା ସୀତାରାମ ୟେଚୁରୀଙ୍କ ପୁଅ କୋରୋନାରେ ନିଧନ

ଡକ୍ଟର ଅଶୋକ କୁମାର ୱାଲିଆ ଲଗାତାର ଚାରି ଥର ବିଧାୟକ ରହିଥିଲେ । ସେ ଶୀଲା ଦୀକ୍ଷିତଙ୍କ ସରକାରରେ ରାଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଏବଂ ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ, ଜମି ଏବଂ ନିର୍ମାଣ ବିଭାଗ ପରିଚାଳନା କରିଥିଲେ ।

ଅଧିକ ପଢ଼ନ୍ତୁ:-ଅଫିସରେ ୩୦ ମିନିଟରୁ ଅଧିକ କାର୍ଯ୍ୟ କଲେ ମିଳିବ ଓଭରଟାଇମର ଟଙ୍କା, ମୋଦି ସରକାର ବଦଳାଇବେ କି ନିୟମ?

ସେପଟେ ଦେଶରେ କୋରୋନା ସଂକ୍ରମଣ ଯୋଗୁଁ ପରିସ୍ଥିତି ଅଧିକ ଖରାପ ହୋଇଯାଇଛି । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୧.୫ କୋଟି ଅତିକ୍ରମ କରିଛି । ମୃତକଙ୍କ ସଂଖ୍ୟା ପ୍ରାୟ ଦୁଇ ଲକ୍ଷରେ ପହଞ୍ଚିଛି ।