Ganesh Visarjan 2022: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବଡ଼ ଅଘଟଣ, ୧୫ ମୃତ
Advertisement
Article Detail0/zeeodisha/odisha1344702

Ganesh Visarjan 2022: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବଡ଼ ଅଘଟଣ, ୧୫ ମୃତ

Ganesh Visarjan 2022: ଏଠାରେ କହି ରଖୁଛୁ ଯେ, ହରିୟାଣା ଓ ଉତ୍ତର ପ୍ରଦେଶରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ୫ଟି ସ୍ଥାନରେ ବଡ଼ ଦୁର୍ଘଟଣା ଘଟିଛି । ହରିୟାଣାର ମହେନ୍ଦ୍ରଗଡ଼ର ଝଗଡୋଲି କେନାଲରେ ଗଣେଶ ଭଗବାନଙ୍କର ମୂର୍ତ୍ତି ସହିତ ୮ ଜଣ ଭାସି ଯାଇଥିଲା, ସେଥିମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: Ganesh Visarjan 2022: ହରିୟାଣା ଓ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବଡ଼ ଧରଣର ଅଘଟଣ ଘଟିଛି । ଶୁକ୍ରବାର ଏହି ୨ ରାଜ୍ୟରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ପାଣି ବୁଡ଼ି ୪ ଶିଶୁ ସମେତ ଅତି କମରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାରେ କେନାଲରେ ବୁଡ଼ିଯିବା କାରଣରୁ ୪ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ରାଜ୍ୟର ସୋନିପତ ଜିଲ୍ଲାରେ ମୂର୍ତ୍ତି ବିସର୍ଜନ ସମୟରେ ଯମୁନା ନଦୀରେ ୨ ଜଣ ଯୁବକ ଭାସି ଯାଇଛନ୍ତି । ସେପଟେ ୟୁପିର ଉନ୍ନାଓ ଓ ସନ୍ଥ କବୀର ନଗରରେ ବୁଡ଼ିଯିବା କାରଣରୁ ୭ ଜଣଙ୍କର ମୃତ୍ୟୁ ଘଟିଛି ।

ଏଠାରେ କହି ରଖୁଛୁ ଯେ, ହରିୟାଣା ଓ ଉତ୍ତର ପ୍ରଦେଶରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ୫ଟି ସ୍ଥାନରେ ବଡ଼ ଦୁର୍ଘଟଣା ଘଟିଛି । ହରିୟାଣାର ମହେନ୍ଦ୍ରଗଡ଼ର ଝଗଡୋଲି କେନାଲରେ ଗଣେଶ ଭଗବାନଙ୍କର ମୂର୍ତ୍ତି ସହିତ ୮ ଜଣ ଭାସି ଯାଇଥିଲା, ସେଥିମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ସୋନିପତରେ ଯମୁନା ନଦୀରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି । ହରିୟାଣାର ମହେନ୍ଦ୍ରଗଡରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ୮ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । ୪ ଶିଶୁ ସନ୍ଥ କବୀର ନଗରରେ ବୁଡ଼ି ଯାଇଛନ୍ତି । ୪ ଜଣ ଭାଇ ଓ ଭଉଣୀ ଥିଲେ । ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇଛି । ଏଥିସହିତ ଲଲିତପୁର ଓ ଉନ୍ନାଓରେ ୨-୨ ଜଣଙ୍କ ମୃତ୍ୟୁ ଘଟିଛି ।

ମହେନ୍ଦ୍ରଗଡ଼ରେ ଘଟିଥିବା ଘଟଣା ସମ୍ପର୍କରେ ସିଭିଲ ସର୍ଜନ ଡକ୍ଟର ଅଶୋକ କୁମାର କହିଛନ୍ତି ଯେ, ୪ ଜଣଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନା ଅଣାଯାଇଛି । ସୂଚନାନୁସାରେ, ମହେନ୍ଦ୍ରଗଡ଼ରେ ୭ ଫୁଟର ମୂର୍ତ୍ତି ବିସର୍ଜନ ପାଇଁ ନିଆଯାଉଥିଲା । ଏହି ସମୟରେ ୯ ଜଣ ଯୁବକ ପାଣିର ପ୍ରବଳ ସ୍ରୋତରେ ଭାସି ଯାଇଥିଲେ । ଜିଲ୍ଲା ପ୍ରଶାସନ ଏନଡିଆରଏଫର ସହାୟତା ନେଇ ଉଦ୍ଧାର କାର୍ଯ୍ୟ କରାଯାଇଛି । ଉଦ୍ଧାର କାର୍ଯ୍ୟ ସମୟରେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ବି ପଢ଼ନ୍ତୁ:-ରକ୍ତରେ ଦ୍ରୁତ ଗତିରେ କୋଲେଷ୍ଟ୍ରଲ ବଢ଼ାଇଥାଏ ଏହି ୪ଟି ଖାଦ୍ୟ, ହୃଦଘାତକୁ ଏଡ଼ାଇବା ପାଇଁ ଆଜି ହିଁ ଛାଡ଼ନ୍ତୁ

ଏହା ବି ପଢ଼ନ୍ତୁ:-ଋଷ ସହ ମିଶି ଚୀନର ସ୍ୱପ୍ନକୁ ଭାଙ୍ଗି ଚୂରମାର କରିବ ଭାରତ, ଜାଣନ୍ତୁ କ'ଣ ରହିଛି ପ୍ଲାନ୍

ଏହା ବି ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ୨୦୨୩ରେ ବଢ଼ିବ ଦରମା!

ସେପଟେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟ୍ୱିଟ୍ କରି କହିଛନ୍ତି ଯେ, "ମହେନ୍ଦ୍ରଗଡ଼ ଓ ସୋନିପତ ଜିଲ୍ଲାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଅନେକ ଲୋକଙ୍କର ଅକାଳ ମୃତ୍ୟୁ ଖବର ହୃଦୟ ବିଦାରକ । ଆମେ ସମସ୍ତେ ଏହି କଠିନ ସମୟରେ ମୃତକଙ୍କ ପରିବାର ସହିତ ଛିଡ଼ା ଅଛୁ । ଏନଡିଆରଏଫ୍ ଟିମ୍ ଅନେକ ଲୋକଙ୍କୁ ବୁଡ଼ିଯିବାରୁ ରକ୍ଷା କରିଛି, ମୁଁ ସେମାନଙ୍କ ଶୀଘ୍ର ସୁସ୍ଥ କାମନା କରୁଛି ।"