ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ଆଜି ରୁପା ଦରରେ ୯୫୦ ଟଙ୍କାର ବୃଦ୍ଧି ଘଟିଛି ।
Trending Photos
ନୂଆଦିଲ୍ଲୀ: ଆଜି ସୁନା-ରୁପା ମୂଲ୍ୟ (Gold-Silver Price) ରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ଆଜି ମୂଲ୍ୟବାନ ଧାତୁ ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ସୋମବାର ସୁନା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପକ୍ଷେ ଆଜି (ମଙ୍ଗଳବାର) ଦେଶରେ ୧୦ ଗ୍ରାମ ସୁନା ଦର (Gold Price) ରେ ୫୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୨୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୯,୧୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୫୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୮,୨୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୪୮,୧୫୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ଆସିଯାଇଛି ଡିସେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ଆଜି ରୁପା ଦରରେ ୯୫୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୧୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୨୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୧୫ ଟଙ୍କା ରହିଛି । ଯାହା ଗତକାଲି ୬,୩୨୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ରାଜନୀତିରୁ ଅବସର ନେବେ କମଲନାଥ!
ଅନ୍ୟପକ୍ଷେ ଆଜି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Rate) ରେ କୌଣସି ପରିବର୍ତ୍ତନ ଘଟି ନାହିଁ । ସୋମବାର ଭୁବନେଶ୍ୱରରେ ସୁନା ଦରରେ ୨୩୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପକ୍ଷେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୯୬୦ ଟଙ୍କା ରହିଛି । ଯାହା ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୯୬୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୮୦୦ ଟଙ୍କା ରହିଛି । ଯାହା ଗତକାଲି ୪୫,୮୦୦ ଟଙ୍କା ରହିଥିଲା ।
ଅଧିକ ପଢ଼ନ୍ତୁ:-୬ କୋଟି କର୍ମଚାରୀଙ୍କୁ ଡିସେମ୍ୱରରେ ମିଳିବ ଉପହାର, EPFO ନେଲା ଏହି ବଡ଼ ନିଷ୍ପତ୍ତି!
ସେପଟେ ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ବୃଦ୍ଧି ଘଟିଛି । ଗତକାଲି ରୁପା ମୂଲ୍ୟରେ ୪,୨୦୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପକ୍ଷେ ଆଜି ରୁପା ମୂଲ୍ୟରେ ୪,୭୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୨୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୯୦ ଟଙ୍କା ରହିଛି । ଯାହା ଗତକାଲି ୬,୩୨୦ ଟଙ୍କା ଥିଲା ।