ଚାଷୀଙ୍କ ପାଇଁ ଖୁସି ଖବର: ମୋଦି ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଯୋଜନା, ମିଳିବ ୫୦୦୦ ଟଙ୍କା !
Advertisement
Article Detail0/zeeodisha/odisha770623

ଚାଷୀଙ୍କ ପାଇଁ ଖୁସି ଖବର: ମୋଦି ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଯୋଜନା, ମିଳିବ ୫୦୦୦ ଟଙ୍କା !

ଆୟୋଗ ଚାହୁଁଛି ଯେ, ଚାଷୀମାନଙ୍କୁ ୨,୫୦୦ ଟଙ୍କା ଦୁଇଟି କିସ୍ତିରେ ଦିଆଯାଉ । ପ୍ରଥମ କିସ୍ତି ଖରିଫ ଫସଲ ଆରମ୍ଭ ପୂର୍ବରୁ ଏବଂ ଦ୍ୱିତୀୟଟି ରବି ଫସଲ ଆରମ୍ଭରେ ଦିଆଯିବା ଉଚିତ୍ ।

ଚାଷୀଙ୍କ ପାଇଁ ଖୁସି ଖବର: ମୋଦି ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଯୋଜନା, ମିଳିବ ୫୦୦୦ ଟଙ୍କା !

ନୂଆଦିଲ୍ଲୀ: ମୋଦି ସରକାର (Modi Government) ଚାଷୀ (Farmers) ଙ୍କୁ ଆଉ ଏକ ଖୁସି ଖବର ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୬୦୦୦ ଟଙ୍କା ସହାୟତା ବ୍ୟତୀତ ୫୦୦୦ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି । ଏହି ଟଙ୍କା ସାର ପାଇଁ ଉପଲବ୍ଧ ହେବ, କାରଣ ବଡ ସାର କମ୍ପାନୀଗୁଡିକୁ ସବସିଡି ଦେବା ପରିବର୍ତ୍ତେ ସରକାର ସିଧାସଳଖ ଚାଷୀଙ୍କ ହାତରେ ଲାଭ ଦେବାକୁ ଚାହୁଁଛନ୍ତି । କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗ (CACP- Commission for Agricultural Costs and Prices) ବାର୍ଷିକ ୫୦୦୦ ଟଙ୍କା ସାର ସବସିଡି ଭାବରେ ଚାଷୀମାନଙ୍କୁ ସିଧାସଳଖ ନଗଦ ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି ।

ଅଧିକ ପଢ଼ନ୍ତୁ:-ବଡ଼ ଖବର! ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ସିନ୍ଧିଆ କ୍ୟାମ୍ପର ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା

ଆୟୋଗ ଚାହୁଁଛି ଯେ, ଚାଷୀମାନଙ୍କୁ ୨,୫୦୦ ଟଙ୍କା ଦୁଇଟି କିସ୍ତିରେ ଦିଆଯାଉ । ପ୍ରଥମ କିସ୍ତି ଖରିଫ ଫସଲ ଆରମ୍ଭ ପୂର୍ବରୁ ଏବଂ ଦ୍ୱିତୀୟଟି ରବି ଫସଲ ଆରମ୍ଭରେ ଦିଆଯିବା ଉଚିତ୍ । ଯଦି କେନ୍ଦ୍ର ସରକାର ଏହି ସୁପାରିଶକୁ ଗ୍ରହଣ କରନ୍ତି, ତେବେ ଚାଷୀଙ୍କ ପାଖରେ ଅଧିକ ନଗଦ ଟଙ୍କା ହେବ । କାରଣ ସବସିଡି ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଆସିବ । ବର୍ତ୍ତମାନ କମ୍ପାନୀମାନଙ୍କୁ ଦିଆଯାଇଥିବା ସାର ସବସିଡି ବ୍ୟବସ୍ଥା ଦୁର୍ନୀତିର ଶିକାର ହୋଇଛି । ସମବାୟ ସମିତି ତଥା ଦୁର୍ନୀତିଗ୍ରସ୍ତ କୃଷି ଅଧିକାରୀଙ୍କ ଯୋଗୁଁ ପ୍ରତିବର୍ଷ ସାରର ଅଭାବ ଦେଖାଦେଇଥାଏ ଏବଂ ଶେଷରେ ଚାଷୀମାନେ ବ୍ୟବସାୟୀ ଏବଂ ସାର ବ୍ଲାକ କରୁଥିବା ବ୍ୟକ୍ତିଙ୍କଠାରୁ ଅଧିକ ଦରରେ କିଣିବାକୁ ବାଧ୍ୟ ହୋଇଥାଆନ୍ତି ।