ଉଲ୍ଲେଖନୀୟ ବିଷୟ ହେଉଛି, କୋରୋନା ଭାଇରସ୍ ସଙ୍କଟ ଦେଖାଦେବା ମାତ୍ରେ ଭାରତ ସତର୍କ ହୋଇଯାଇଥିଲା । ଗତ ବର୍ଷ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପରେ ଅନ୍ୟ ଦେଶ ପରି ଦେଶରେ ମଧ୍ୟ ଲକଡାଉନ୍ ଲାଗୁ କରାଯିବ ବୋଲି ଆଶା କରାଯାଉଥିଲା । ମାର୍ଚ୍ଚ ୨୫ରେ ଲକଡାଉନ୍ କରାଯାଇଥିଲା ।
Trending Photos
ନୂଆଦିଲ୍ଲୀ: ରେଳ ଯାତ୍ରୀ (Train Passengers) ଙ୍କ ପାଇଁ ଏକ ଖୁସି ଖବର ଅଛି । ଯାତ୍ରୀମାନଙ୍କୁ ରିହାତି ପ୍ରଦାନ କରି ଭାରତୀୟ ରେଳ (Indian Railways) ଫେବୃଆରୀ ୨୨ରୁ ୩୫ଟି ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ରେଳ ମନ୍ତ୍ରୀ ପୀୟୁଷ ଗୋୟଲ (Railway Minister Piyush Goyal) ଟ୍ରେନ୍ ଚାର୍ଟ ସେୟାର କରି ଟ୍ୱିଟ୍ କରି କହିଛନ୍ତି ଯେ, ଯାତ୍ରୀ ସେବାରେ କ୍ରମାଗତ ବୃଦ୍ଧି ସହିତ ଭାରତୀୟ ରେଳବାଇ ଫେବୃଆରୀ ୨୨ରୁ ୩୫ଟି ଅଣସଂରକ୍ଷିତ ମେଲ୍ ବା ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିବାକୁ ଯାଉଛି ।
ଅଧିକ ପଢ଼ନ୍ତୁ:-ସଙ୍କଟରେ ଖଟ୍ଟର ସରକାର! ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ
यात्री सेवाओं में निरंतर बढ़ोत्तरी करते हुए भारतीय रेल 35 अनारक्षित मेल व एक्सप्रेस स्पेशल ट्रेनों की शुरुआत आगामी 22 फरवरी से करने जा रही है। pic.twitter.com/MDZwxBG5D6
— Piyush Goyal (@PiyushGoyal) February 16, 2021
ଏହି ୩୫ଟି ଟ୍ରେନରେ ପ୍ରତାପଗଡରୁ ବାରାଣାସୀ, ଫୈଜାବାଦରୁ ଲକ୍ଷ୍ନୌ, ଲକ୍ଷ୍ନୌରୁ କାନପୁର, ଅମ୍ବାଲାରୁ ଲୁଧିଆନା, ସାହାରନପୁରରୁ ଉନା ହିମାଚଳ, ସାହାରନପୁରରୁ ଦିଲ୍ଲୀ, ହଜରତ ନିଜାମୁଦ୍ଦିନରୁ କୁରୁକ୍ଷେତ୍ର, ପଲୱଲରୁ ଗାଜିଆବାଦ, ଶକୁରବସ୍ତିରୁ ପଲୱଲ, ମୁରାଦାବାଦରୁ ସହାରନପୁର, ବରେଲୀରୁ ଦିଲ୍ଲୀ, ବଲାମୁରୁ ଶାହାଜାହାନପୁର, ପଠାନକୋଟରୁ ଜୋଗିନ୍ଦରନଗର, ଭଟିଣ୍ଡାରୁ ଫିରୋଜପୁର କ୍ୟାଣ୍ଟ, ଅମୃତସରରୁ ପଠାନକୋଟ, ବାନିହାଲରୁ ବାରାମୁଲା ଏବଂ ପଠାନକୋଟରୁ ଉଧମପୁର ମାର୍ଗରେ ଚାଲୁଥିବା ଏକ୍ସପ୍ରେସ ଟ୍ରେନ ସାମିଲ ରହିଛି ।
ଅଧିକ ପଢ଼ନ୍ତୁ:-SBI ଆଲର୍ଟ! କରି ନିଅନ୍ତୁ ଏହି ଅସମ୍ପୂର୍ଣ୍ଣ କାମ ନଚେତ୍ ବଢ଼ିପାରେ ସମସ୍ୟା
ଉଲ୍ଲେଖନୀୟ ବିଷୟ ହେଉଛି, କୋରୋନା ଭାଇରସ୍ ସଙ୍କଟ ଦେଖାଦେବା ମାତ୍ରେ ଭାରତ ସତର୍କ ହୋଇଯାଇଥିଲା । ଗତ ବର୍ଷ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପରେ ଅନ୍ୟ ଦେଶ ପରି ଦେଶରେ ମଧ୍ୟ ଲକଡାଉନ୍ ଲାଗୁ କରାଯିବ ବୋଲି ଆଶା କରାଯାଉଥିଲା । ମାର୍ଚ୍ଚ ୨୫ରେ ଲକଡାଉନ୍ କରାଯାଇଥିଲା । କୋରୋନା କଳାରେ ମଧ୍ୟ ଭାରତୀୟ ରେଳବାଇର ଚକ ଥମି ଯାଇଥିଲା । ବର୍ତ୍ତମାନ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ।