ବଜ୍ରପାତ ଘଟି ୫୪ ଜଣଙ୍କ ମୃତ୍ୟୁ, ୪୨ ଛେଳିଙ୍କ ଗଲା ଜୀବନ
Advertisement
Article Detail0/zeeodisha/odisha940291

ବଜ୍ରପାତ ଘଟି ୫୪ ଜଣଙ୍କ ମୃତ୍ୟୁ, ୪୨ ଛେଳିଙ୍କ ଗଲା ଜୀବନ

ଫିରୋଜାବାଦ ଜିଲ୍ଲାରେ ପ୍ରବଳ ଗରମ ପରେ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ସେତେବେଳେ ଲୋକମାନେ ଜାଣି ନଥିଲେ ଯେ ଏହି ବର୍ଷା ବିପର୍ଯ୍ୟୟ ଘଟାଇବାକୁ ଯାଉଛି, ଗାଁରେ ତାଣ୍ଡବ ସୃଷ୍ଟି କରିବ । ଫିରୋଜାବାଦର ତିନୋଟି ଗାଁରେ ବଜ୍ରପାତ ଯୋଗୁଁ ତିନି ଜଣ ପ୍ରାଣ ହରାଇଛନ୍ତି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ବଜ୍ରପାତ (Heavy lightning) ର ତାଣ୍ଡବ ଦେଖିବାକୁ ମିଳିଛି । ୟୁପିର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୧୮ ଜଣ ପ୍ରାଣ ହରାଇଛନ୍ତି । ପ୍ରୟାଗରାଜ ହେଉ ଅବା ଫିରୋଜାବାଦ, କେବଳ ସ୍ଥାନ ବଦଳିଛି କିନ୍ତୁ ବଜ୍ରପାତର ତାଣ୍ଡବ ସମାନ ରହିଥିଲା ।

ଉତ୍ତର ପ୍ରଦେଶରେ ବଜ୍ରପାତର ତାଣ୍ଡବ

ଫିରୋଜାବାଦ ଜିଲ୍ଲାରେ ପ୍ରବଳ ଗରମ ପରେ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ସେତେବେଳେ ଲୋକମାନେ ଜାଣି ନଥିଲେ ଯେ ଏହି ବର୍ଷା ବିପର୍ଯ୍ୟୟ ଘଟାଇବାକୁ ଯାଉଛି, ଗାଁରେ ତାଣ୍ଡବ ସୃଷ୍ଟି କରିବ । ଫିରୋଜାବାଦର ତିନୋଟି ଗାଁରେ ବଜ୍ରପାତ ଯୋଗୁଁ ତିନି ଜଣ ପ୍ରାଣ ହରାଇଛନ୍ତି ।

ଅଧିକ ପଢ଼ନ୍ତୁ:-ଚୀନ ନେଲା ଚଳିତ ବର୍ଷର ସବୁଠାରୁ ବଡ଼ ନିଷ୍ପତ୍ତି, କେବଳ ଭାରତ ନୁହେଁ ସମଗ୍ର ଦୁନିଆ ହେବ ପ୍ରଭାବିତ

ଶିକୋହାବାଦର ନଗଲା ଉମର ଗ୍ରାମରେ ଦୁଇ କୃଷକ ରାମସେବକ୍ ଓ ହେମରାଜ ନିଜ ଜମିରେ କାମ କରୁଥିଲେ । ହଠାତ ସେତେବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା ଏବଂ ଦୁହେଁ ନିମ୍ ଗଛ ତଳେ ବସିଥିଲେ । ସେହି ସମୟରେ ବିଜୁଳି ଗଛ ଉପରେ ପଡ଼ିଲା ଏବଂ ଦୁହେଁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ଅନ୍ୟ ଏକ ଗାଁ ନଗଲା ଚାଟରେ ବଜ୍ରପାତ ହେତୁ ଜଣେ କୃଷକ ଅମର ସିଂଙ୍କର ମୃତ୍ୟୁ ଘଟିଛି । ତୃତୀୟ ଗାଁ ବିଷୟରେ କହିବାକୁ ଗଲେ, ପ୍ରକୃତିର ବିପର୍ଯ୍ୟୟ ମଧ୍ୟ ଏଠାରେ ଦେଖିବାକୁ ମିଳିଛି । ଏଠାରେ ଜଣେ କୃଷକ କ୍ଷେତରେ ନିଜ ୪୨ଟି ଛେଳି ଏବଂ ଗୋଟିଏ ଗାଈ ଚରାଉଥିଲେ, ସେତେବେଳେ ବର୍ଷା ସମୟରେ ବଜ୍ରପାତ ହୋଇଥିଲା ଏବଂ ୪୨ ଛେଳି ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ:-ନୀତିଶ କୁମାରଙ୍କ ମନ୍ତ୍ରୀ ଜାମା ଖାନ ନିଜକୁ କହିଲେ ହିନ୍ଦୁ, 'ପୂର୍ବପୁରୁଷମାନେ ଗ୍ରହଣ କରିଥିଲେ ଇସଲାମ'

ଅନ୍ୟପକ୍ଷରେ ପ୍ରୟାଗରାଜରେ ବଜ୍ରପାତରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ସୋରାଓନ୍ ଅଞ୍ଚଳରେ ୬ ଜଣଙ୍କର ମୃତ୍ୟୁ, କରଛନା ଅଞ୍ଚଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାରା ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । କୌଶାମ୍ବୀରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାନପୁର ଗ୍ରାମାଞ୍ଚଳରେ ବଜ୍ରପାତରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ।

ରାଜସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି ବଜ୍ରପାତର ପ୍ରକୋପ

ଜୟପୁରରେ ପ୍ରବଳ ବର୍ଷା ହେତୁ ମଧ୍ୟ ଏକ ବଡ଼ ଦୁର୍ଘଟଣା ଘଟିଛି । ଆଜମେରରେ ବଜ୍ରପାତ ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅତିରିକ୍ତ କମିଶନର ରାହୁଲ ପ୍ରକାଶ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଜୟପୁରରେ ବଜ୍ରପାତ ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ରାଜସ୍ଥାନରେ ୬ ଜଣ ପିଲା ମଧ୍ୟ ବଜ୍ରପାତ ଯୋଗୁଁ ପ୍ରାଣ ହରାଇଛନ୍ତି । 

ଅଧିକ ପଢ଼ନ୍ତୁ:-କୋରୋନା ପରୀକ୍ଷା ପାଇଁ ୧୫୧ ନମୁନା ପଠାଇଥିଲା ଏହି ରାଜ୍ୟ, ୯୦ରୁ ଅଧିକରେ ମିଳିଲା ଡେଲଟା ପ୍ଲସ୍ ଭାରିଆଣ୍ଟ

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପ୍ରତ୍ୟେକଙ୍କୁ ୪-୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗେହଲୋଟ୍ ମଧ୍ୟ ପୀଡ଼ିତାଙ୍କ ପରିବାର ପାଖକୁ ଶୀଘ୍ର ସହାୟତା ରାଶି ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସିଏମ୍ ଗେହଲୋଟ୍ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ବୈଠକ ଡାକିଛନ୍ତି । 

ଝାଡଖଣ୍ଡର ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ 

ଏହାପୂର୍ବରୁ ଝାଡଖଣ୍ଡରୁ ମଧ୍ୟ ଏଭଳି ଘଟଣା ଘଟିଥଲା । ଯେଉଁଠାରେ ବଜ୍ରପାତ ହେତୁ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ୬୦ ବର୍ଷୀୟ ମଙ୍ଗଳା ମୁଣ୍ଡା ଖୁଣ୍ଟି ଜିଲ୍ଲାର ପରିବାର ସହିତ ଚାଷ ଜମିକୁ ଯାଇଥିଲେ । କିନ୍ତୁ ହଠାତ୍ ବର୍ଷା ଆରମ୍ଭ ହେବା ପରେ ସେମାନେ ଘରକୁ ଫେରିବା ଆରମ୍ଭ କଲେ । ଘରକୁ ଫେରୁଥିବାବେଳେ ବର୍ଷା ତୀବ୍ର ହେବାପରେ ପରିବାର ସଦସ୍ୟମାନେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଏକ ଗଛ ତଳେ ବସିଥିଲେ ଓ ବର୍ଷା ବନ୍ଦ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । କିନ୍ତୁ ସେହି ସମୟରେ ବଜ୍ରପାତ ଘଟି ଚାରି ଜଣଙ୍କର ମୃତ୍ୟୁ ଘଟିଛି ।