ବିଦ୍ରୋହୀ ବିଧାୟକ ଗୁଆହାଟିର ବିଳାସପୂର୍ଣ୍ଣ ହୋଟେଲରେ ଖାଇଥିଲେ ୨୨ ଲକ୍ଷ ଟଙ୍କାର ଖାଦ୍ୟ, ଦେଖନ୍ତୁ ଖର୍ଚ୍ଚର ପୁରା ତାଲିକା
Advertisement
Article Detail0/zeeodisha/odisha1240421

ବିଦ୍ରୋହୀ ବିଧାୟକ ଗୁଆହାଟିର ବିଳାସପୂର୍ଣ୍ଣ ହୋଟେଲରେ ଖାଇଥିଲେ ୨୨ ଲକ୍ଷ ଟଙ୍କାର ଖାଦ୍ୟ, ଦେଖନ୍ତୁ ଖର୍ଚ୍ଚର ପୁରା ତାଲିକା

Maharashtra Politics: ବିଗତ ଦିନରେ ମହାରାଷ୍ଟ୍ରରେ ରୈଜନୈତିକ ସଙ୍କଟ ଦେଖାଦେଇଥିଲା । ସେହି ସମୟରେ ଶିବସେନାର ଅନେକ ବିଦ୍ରୋହୀ ବିଧାୟକ ଆସାମର ଗୁଆହାଟୀରେ ଡରା ପକାଇଥିଲା । ଗୁଆହାଟୀର ବିଳାସପୂର୍ଣ୍ଣ ରେଡିସନ୍ ବ୍ଲୁ ହୋଟେଲରେ ୮ ଦିନ ଡେରା ପକାଇଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କ ସମସ୍ତ ଖର୍ଚ୍ଚ ସେମାନଙ୍କ ନେତା ତଥା ବର୍ତ୍ତମାନ ମହାରାଷ୍ଟ୍ରର ସ

ବିଦ୍ରୋହୀ ବିଧାୟକ ଗୁଆହାଟିର ବିଳାସପୂର୍ଣ୍ଣ ହୋଟେଲରେ ଖାଇଥିଲେ ୨୨ ଲକ୍ଷ ଟଙ୍କାର ଖାଦ୍ୟ, ଦେଖନ୍ତୁ ଖର୍ଚ୍ଚର ପୁରା ତାଲିକା

ମୁମ୍ୱାଇ: Maharashtra Politics: ବିଗତ ଦିନରେ ମହାରାଷ୍ଟ୍ରରେ ରୈଜନୈତିକ ସଙ୍କଟ ଦେଖାଦେଇଥିଲା । ସେହି ସମୟରେ ଶିବସେନାର ଅନେକ ବିଦ୍ରୋହୀ ବିଧାୟକ ଆସାମର ଗୁଆହାଟୀରେ ଡରା ପକାଇଥିଲା । ଗୁଆହାଟୀର ବିଳାସପୂର୍ଣ୍ଣ ରେଡିସନ୍ ବ୍ଲୁ ହୋଟେଲରେ ୮ ଦିନ ଡେରା ପକାଇଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କ ସମସ୍ତ ଖର୍ଚ୍ଚ ସେମାନଙ୍କ ନେତା ତଥା ବର୍ତ୍ତମାନ ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେଙ୍କ ତରଫରୁ ସମ୍ପୂର୍ଣ୍ଣ ବିଲ୍ ପୈଠ କରାଯାଇଛି । ହୋଟେଲ ରେଡିସନ୍ ବ୍ଲୁ ତରଫରୁ ଏହି ସୂଚନା ଆସିଛି । ତେବେ କେତେ ବିଲ୍ ଆସିଛି ସେ ବିଷୟରେ କହିବାକୁ କେହି ପ୍ରସ୍ତୁତ ନୁହଁନ୍ତି । କିନ୍ତୁ ସୂତ୍ରରୁ ପ୍ରକାଶ ଯେ ଅତି କମରେ ୬୮ରୁ ୭୦ ଲକ୍ଷ ଟଙ୍କାର ଭଡ଼ା ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ହୋଟେଲର ବିଭିନ୍ନ ମହଲାରେ ସମୁଦାୟ ୭୦ ରୁମ୍ ବୁକ୍ କରାଯାଇଥିଲା । ଏହା ସହିତ ହୋଟେଲ ମ୍ୟାନେଜମେଣ୍ଟ ଜୁନ୍ ୨୨ରୁ ଜୁନ ୨୯ ପର୍ଯ୍ୟନ୍ତ ବାହାରୁ ଆସୁଥିବା ଲୋକଙ୍କ ପାଇଁ ରେଷ୍ଟୁରାଣ୍ଟ, ଭୋଜି ଏବଂ ସୁବିଧା ବନ୍ଦ କରିଦେଇଥିଲା । ହୋଟେଲ ସହ ଜଡିତ ଜଣେ ଅଧିକାରୀ ନାମ ନ ପ୍ରଘଟ କରିବା ସର୍ତ୍ତରେ ନ୍ୟୁଜ୍ ଏଜେନ୍ସି PTI କୁ କହିଛନ୍ତି ଯେ, ମହାରାଷ୍ଟ୍ରର ବିଧାୟକମାନେ ସାଧାରଣ ଅତିଥିଙ୍କ ପରି ଏଠାରେ ରହିଥିଲେ । ସେମାନଙ୍କ ତରଫରୁ ସଂପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଛି । ତେବେ ଏହି ଅଧିକାରୀ ବିଲ ପରିମାଣ ବିଷୟରେ କହିବାକୁ ମନା କରି ଦେଇଛନ୍ତି । ତେବେ ସୁପିରିୟର ଓ ଡିଲକ୍ସ ବର୍ଗର ରୁମରେ ବିଧାୟକମାନଙ୍କୁ ରଖାଯାଇଥିଲା ବୋଲି ସୂଚନା ଦିଆଯାଇଛି ।

ହୋଟେଲ ରେଡିସନ୍ ବ୍ଲୁ ୱେବସାଇଟ୍ ଅନୁଯାୟୀ, ବିଭିନ୍ନ ରୁମର ଭଡା ଡାୟନମିକ ହୋଇଥାଏ ଅର୍ଥାତ୍ ଫ୍ଲାଇଟ୍ ଟିକେଟ୍ ପରି ସେମାନଙ୍କର ମୂଲ୍ୟ ଉପଲବ୍ଧତା ଆଧାରରେ ସ୍ଥିର କରାଯାଇଥାଏ । ସୂତ୍ର ଅନୁଯାୟୀ, ହୋଟେଲ ରୁମର ଭଡ଼ା ସାଧାରଣତ ୭୫୦୦ରୁ ୮୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ରିହାତି ଓ ଟ୍ୟାକ୍ସ ମିଶାଇ ଏହା ପ୍ରାୟ ୬୮ ଲକ୍ଷ ଟଙ୍କା ହୋଇଥାଏ । ଏଥି ସହିତ ୮ ଦିନରେ ସେମାନଙ୍କ ଖାଦ୍ୟ ପାଇଁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଏହା ବି ପଢ଼ନ୍ତୁ:-ମୁଖ୍ୟମନ୍ତ୍ରୀ ସିନ୍ଦେ କ'ଣ ପୂର୍ବତନ ସିଏମ ଉଦ୍ଧବ ଠାକରେଙ୍କ ଏହି ଅପିଲକୁ ମାନିବେ?

ଯେତେବେଳେ ହୋଟେଲ ଅଧିକାରୀମାନଙ୍କୁ ପଚରାଗଲା ଯେ ବିଧାୟକମାନଙ୍କୁ ଅନ୍ୟ କୌଣସି ସୁବିଧା ମିଳିଥିଲା କି? ସେମାନେ କହିଛନ୍ତି ଯେ ଭଡ଼ାରେ ଉପଲବ୍ଧ ସୁବିଧା ବ୍ୟତୀତ ଅତିରିକ୍ତ ଖର୍ଚ୍ଚ ଯେପରି ସ୍ପା ଇତ୍ୟାଦି ସେବା କୌଣସି ବିଧାୟକଙ୍କୁ ମିଳି ନାହିଁ ।

ଉଲ୍ଲେଖନୀୟ କଥା ହେଉଛି, ଶିବସେନା ସହ ବିଦ୍ରୋହ ପରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏହି ବିଧାୟକମାନେ ଜୁନ୍ ୨୨ରୁ ମୁମ୍ବାଇଠାରୁ ୨୭୦୦ କିଲୋମିଟର ଦୂରରେ ଥିବା ଗୁଆହାଟୀରେ ଡେରା ପକାଇଥିଲେ । ଏହି ସମସ୍ତ ବିଧାୟକ ବୁଧବାର ଗୋଆ ଯାଇଛନ୍ତି । ଏଠାରେ କହି ରଖୁଛୁ ଯେ, ରେଡିସନ୍ ବ୍ଲୁ ହୋଟେଲ ହେଉଛି ଉତ୍ତର ପୂର୍ବର ଏକମାତ୍ର ପାଞ୍ଚ ତାରକା ହୋଟେଲ । ଏହି ଡିପୋ ବ୍ଲୁ ହ୍ରଦ ପାଖରେ ନିର୍ମିତ ହୋଇଛି । ହୋଟେଲ ଭିତରୁ ଏହାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଗୁହାହାଟି ବିଶ୍ୱବିଦ୍ୟାଳୟ ଓ ଆସାମ ଇଞ୍ଜିନିୟରିଂ କଲେଜ ହୋଟେଲ ପାଖରେ ଅବସ୍ଥିତ ।