India Railway: ବୁଲେଟ୍ ଟ୍ରେନ୍ ପୂର୍ବରୁ ଭାରତକୁ ଆସିବ ହାଇଡ୍ରୋଜେନ୍ ଟ୍ରେନ୍
Advertisement
Article Detail0/zeeodisha/odisha1354384

India Railway: ବୁଲେଟ୍ ଟ୍ରେନ୍ ପୂର୍ବରୁ ଭାରତକୁ ଆସିବ ହାଇଡ୍ରୋଜେନ୍ ଟ୍ରେନ୍

Hydrogen Train In India: ୨୦୨୩ ସୁଦ୍ଧା ହାଇଡ୍ରୋଜେନ ଟ୍ରେନ୍ ଭାରତରେ ପ୍ରସ୍ତୁତ ହଇସାରିଥି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

India Railway: ବୁଲେଟ୍ ଟ୍ରେନ୍ ପୂର୍ବରୁ ଭାରତକୁ ଆସିବ ହାଇଡ୍ରୋଜେନ୍ ଟ୍ରେନ୍

Hydrogen Train In India: ଗତ ଅଗଷ୍ଟ ୨୭ ତାରିଖରେ ଜର୍ମାନୀ (Germany) ବିଶ୍ୱର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନର (Hydrogen Train) ଉଦଘାଟନ କରିଥିଲା। ହାଇଡ୍ରୋଜେନ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଚାଳିତ ୧୪ଟି ଟ୍ରେନର ଜର୍ମାନର ଲୋୟର ସାକ୍ସୋନିରେ (Lower Saxony) ସଫଳତାର ସହ ଲଞ୍ଚ କରାଯାଇଥିଲା। ବାୟୁମଣ୍ଡଳରେ କାର୍ବନ ଗ୍ୟାସ ହ୍ରାସ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଶ୍ୱାସ କରାଯାଏ। ଏହି ପଦକ୍ଷେପ ସହିତ ଜର୍ମାନ ସରକାର ପରିବେଶକୁ ଏକ ସୁସ୍ଥ ବାତାବରଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥିବା କହିଥିଲେ। 

ଆଉ ଏବେ ଭାରତ ସେହି ତାଲିକାରେ ସାମିଲ ହେବାକୁ ଯାଉଛି। ବନ୍ଦେ ଭାରତ, ତେଜସ୍ ଏକ୍ସପ୍ରେସ ଭଳି ଟ୍ରେନ୍ ଭାରତୀୟ ରେଳର ଗୋଟିଏ ଗୋଟିଏ ସଫଳ ପ୍ରୋଜେକ୍ଟ। ୨୦୨୩ ସୁଦ୍ଧା ହାଇଡ୍ରୋଜେନ ଟ୍ରେନ୍ (Hydrogen Train) ଭାରତ (India)ରେ ପ୍ରସ୍ତୁତ ହଇସାରିଥି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ସୋଆ ବିଶ୍ବବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦ ବର୍ଷର ନେତୃତ୍ବ ବିଷୟରେ 'Modi@20' ଶୀର୍ଷକ ବକ୍ତୃତା ରାକର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଗତି ଶକ୍ତି ଟର୍ମିନାଲ ନୀତି ମାଧ୍ୟମରେ ଭାରତୀୟ ରେଳ ଦ୍ରୁତ ଗତିରେ ଆଗକୁ ବଢୁଛି। ଏହି ଯୋଜନା ଦ୍ବାରା ଭାରତୀୟ ରେଳକୁ ଦେଶର କୋଣ ଅନୁକୋଣ ଓ ସମସ୍ତ ଉପାନ୍ତ ଅଞ୍ଚଳ ସହିତ ଯୋଡିବା କାର୍ଯ୍ୟ ଆରମ୍ଭ ହୋଇଛି। ଗତ ଦୁଇ ବର୍ଷ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଦେଶରେ ଠିକ ଭାବରେ ଚାଲିଛି। ସେପରି କୌଣସି ବଡ ଧରଣର ଦୁର୍ଘଟଣା ଘଟିନାହିଁ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବନ୍ଦେ ଭାରତ ଏକ୍ସପ୍ରେସ୍ ନିର୍ମାଣ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛି। 

ଏଠାରେ କହିରଖୁଛୁ ଯେ, ହାଇଡ୍ରୋଜେନ ଟ୍ରେନ ଚଳାଇବାରେ ଜର୍ମାନୀ ଥିଲା ବିଶ୍ବର ପ୍ରଥମ ଦେଶ। ଫ୍ରାନ୍ସିସ କମ୍ପାନୀ ଏଲ୍ସଟାମ ଦ୍ବାରା ନିର୍ମିତ ୧୪ଟି ଟ୍ରେନ୍ ମଧ୍ୟରୁ ପାଞ୍ଚଟି କେବଳ ବୁଧବାର ଦିନ ଚାଲିବା ଆରମ୍ଭ କରିଥିଲା ଏବଂ ଆଗାମୀ ଦିନରେ ଏହି ଟ୍ରାକରେ ଚାଲୁଥିବା ୧୫ଟି ଡିଜେଲ ଟ୍ରେନର ସ୍ଥାନ ନେବ ବୋଲି କୁହାଯାଇଥିଲା। ଏଲ୍ସଟାମ ସିଇଓ ହେନରୀ ପୋପାର୍ଟ-ଲାଫାର୍ଜ ଏକ ବିବୃତ୍ତିରେ କହିଥିଲେ ଯେ, ମାତ୍ର ୧ କିଲୋଗ୍ରାମ୍ ହାଇଡ୍ରୋଜେନରେ ପ୍ରାୟ ୪.୫ କିଲୋଗ୍ରାମ ଡିଜେଲ ସହିତ ସମକକ୍ଷ।

ଏହି ଟ୍ରେନ୍ ବାୟୁମଣ୍ଡଳକୁ ପ୍ରଦୂଷିତ କରିବ ନାହିଁ। ଏଥିସହିତ ଅଳ୍ପ ଶବ୍ଦ ସୃଷ୍ଟି କରିବା ସହ ବାଷ୍ପୀଭୂତ ଜଳ ନିର୍ଗତ କରିଥାଏ। ହାଇଡ୍ରୋଜେନରେ ଭର୍ତ୍ତି ଟ୍ୟାଙ୍କରୁ ପାଖାପାଖି ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହି ଟ୍ରାକର ପାଖରେ ଏକ ହାଇଡ୍ରୋଜେନ୍ ଫିଲିଂ ଷ୍ଟେସନ୍ ମଧ୍ୟ ସ୍ଥାପନ ହୋଇସାରିଛି। ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟର ରହିଛି।