ଏପରି ଏକ କଏନ ୧୯୯୪ ମସିହାର ରହିଛି । ଯଦି ଏହି କଏନର ପଛ ଭାଗରେ ଭାରତର ପତାକା ରହିଛି, ତେବେ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ମିଳିପାରିବ । Quikr ୱେବସାଇଟରେ ଏହି ବିରଳ ମୁଦ୍ରାର ମୂଲ୍ୟ ୫ ଲକ୍ଷ ଟଙ୍କା ଦିଆଯାଇଛି ।
Trending Photos
ନୂଆଦିଲ୍ଲୀ: ଟଙ୍କା ନେଣଦେଣ ସମୟରେ ଆପଣ କ୍ୱଚିତ୍ ଧ୍ୟାନ ଦେଇଥିବେ ଯେ ଯେଉଁ କଏନ୍ (Coin) କାହାକୁ ଦେବାକୁ ଯାଉଛନ୍ତି, ତାହା କେତେ ମୂଲ୍ୟବାନ ଓ ବହୁ ବର୍ଷ ପରେ ଏହା ଆପଣଙ୍କୁ ଧନୀ କରିପାରେ । ଆଜ୍ଞା ହଁ, ଆଜିକାଲି ଏହିପରି ପୁରୁଣା ନୋଟ୍ ଓ କଏନ (Indian Old Coin) ର ପ୍ରଚଳନ ବଢ଼ିବାରେ ଲାଗିଛି । ଶହ ଶହ ବର୍ଷ ପରେ ଏହି ୧, ୨, ୫ ଏବଂ ୧୦ ଟଙ୍କାର କଏନ ବା ନୋଟର ମୂଲ୍ୟ କ’ଣ ହୋଇପାରେ, ଆପଣ ଅନୁମାନ ମଧ୍ୟ କରିପାରିବେ ନାହିଁ । ଟଙ୍କା ଯେତେ ପୁରୁଣା ହୋଇଯାଏ ଏହାର ମୂଲ୍ୟ ମଧ୍ୟ ସେତିକି ଅଧିକ ବଢ଼ିଯାଏ । ଅନେକ ୱେବସାଇଟରେ ଏହି କଏନ୍ ଓ ନୋଟଗୁଡିକରୁ ଲକ୍ଷ ଲକ୍ଷ ଟଙ୍କା ମିଳିପାରେ ।
ଅଧିକ ପଢ଼ନ୍ତୁ:-SBI, HDFC, ICICI ଗ୍ରାହକଙ୍କ ପାଇଁ ବହୁତ ଜରୁରୀ ଖବର, ବ୍ୟାଙ୍କଗୁଡିକ ଜୁନ୍ ୩୦ରେ ବନ୍ଦ କରିବାକୁ ଯାଉଛନ୍ତି ଏହି ସୁବିଧା
ଏପରି ଏକ କଏନ ୧୯୯୪ ମସିହାର ରହିଛି । ଯଦି ଏହି କଏନର ପଛ ଭାଗରେ ଭାରତର ପତାକା ରହିଛି, ତେବେ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ମିଳିପାରିବ । Quikr ୱେବସାଇଟରେ ଏହି ବିରଳ ମୁଦ୍ରାର ମୂଲ୍ୟ ୫ ଲକ୍ଷ ଟଙ୍କା ଦିଆଯାଇଛି । ସେହିଭଳି ଭାରତର ସ୍ୱାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ଏକ ଟଙ୍କାର ରୂପା କଏନ୍ ବଦଳରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ଏଥି ସହିତ, ଜର୍ଜ ଭି କିଙ୍ଗ ସମ୍ରାଟ ୧୯୧୮ର ଏକ ଟଙ୍କାର ବ୍ରିଟିଶ ମୁଦ୍ରାର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି ।
ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ!
ଏହି ମୁଦ୍ରାଗୁଡ଼ିକ ଇ-କମର୍ସ ସାଇଟ୍ କୁଇକ୍ରେ (Quikr) ବିକ୍ରି ହେଉଛି । ଯଦିଓ ବିକ୍ରେତା ଓ କ୍ରେତା ମଧ୍ୟରେ ସେମାନେ କେଉଁ ମୂଲ୍ୟରେ ସହମତ ହେଉଛି, କିନ୍ତୁ ଏହା କହିବା ଭୁଲ୍ ହେବ ନାହିଁ ଯେ ଏହି କଏନଗୁଡ଼ିକର ବହୁତ ଚାହିଦା ରହିଛି, ଯାହା ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ତେଣୁ ଯଦି ଆପଣଙ୍କର ପାଖରେ ୧୦-୧୫ କଏନ୍ ଅଛି, ତେବେ ଆପଣ ରାତାରାତି କୋଟିପତି ହୋଇପାରିବେ ।
ଏହି ଉପାୟରେ ଆପଣ କରିପାରିବେ ରେଜିଷ୍ଟ୍ରେଶନ
ଯଦି ଆପଣ ଏହି ବିରଳ ମୁଦ୍ରା ମଧ୍ୟରୁ ଗୋଟିଏର ମାଲିକ ଅଟନ୍ତି ଏବଂ ଏହାକୁ ବିକ୍ରୟ କରିବାକୁ ଆଗ୍ରହୀ, ତେବେ ଆପଣଙ୍କୁ ପ୍ରଥମେ ସାଇଟରେ ଅନଲାଇନ୍ ବିକ୍ରେତା ଭାବରେ ପଞ୍ଜିକରଣ କରିବାକୁ ପଡିବ । କଏନର ଛବି ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ସାଇଟରେ ଅପଲୋଡ୍ କରନ୍ତୁ । ଯଦି ଆପଣ ଭାଗ୍ୟବାନ, ତେବେ କ୍ରୟକର୍ତ୍ତା ସିଧାସଳଖ ଆପଣଙ୍କ ସହିତ ଯୋଗାଯୋଗ କରିବେ । ସେଠାରୁ ଆପଣ ଆପଣଙ୍କର କଏନ ଦେୟ ଏବଂ ବିତରଣ ସର୍ତ୍ତାବଳୀ ଅନୁଯାୟୀ ବିକ୍ରି କରିପାରିବ ।
ଅଧିକ ପଢ଼ନ୍ତୁ:-ଏପ୍ରିଲ ୬ ପରେ ଆଜି ଦେଶରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, କିନ୍ତୁ କମ୍ ହେଉନି ମୃତ୍ୟୁ ସଂଖ୍ୟା
ଏଥି ସହିତ, କିଛି ୱେବସାଇଟରେ ୧୦ ଟଙ୍କାର ବିରଳ ନୋଟ୍ ପାଇଁ ବହୁତ ଚାହିଦା ଅଛି । ଆପଣଙ୍କୁ ଏକ ୧୦ ଟଙ୍କିଆ ନୋଟର ମୂଲ୍ୟ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିପାରେ । ୧୯୪୩ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସିଡି ଦେଶମୁଖଙ୍କ ଦସ୍ତଖତ ଥିବା ୧୦ ଟଙ୍କିଆ ନୋଟରୁ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିପାରେ । ଏହା ସହିତ, ଆପଣ ଏପରି ଅନେକ ଲୋକଙ୍କୁ ପାଇବେ, ଯେଉଁମାନେ 786 ଅଙ୍କ ବିଶିଷ୍ଟ ନୋଟ୍ ଖୋଜୁଛନ୍ତି । ଅନେକ ଲୋକ ଏହି ସଂଖ୍ୟାକୁ ଶୁଭ ବୋଲି ମାନନ୍ତି । ଯଦି ଆପଣଙ୍କ ପାଖରେ ଏପରି କୌଣସି ନୋଟ୍ ଅଛି ଯାହାର ଏହି ସଂଖ୍ୟା ଅଛି, ତେବେ ଆପଣ ଏହାକୁ ଅନଲାଇନରେ ବିକ୍ରି କରି ଘରେ ବସି ଲକ୍ଷ ଲକ୍ଷ ରୋଜଗାର କରିପାରିବେ ।
ଅଧିକ ପଢ଼ନ୍ତୁ:-ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା Twitter, ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲା ହଙ୍ଗମା
ପୁରୁଣା ୨ ଟଙ୍କା ନୋଟ୍ ପାଇଁ ମଧ୍ୟ ବହୁତ ଚାହିଦା ଅଛି । ବିଶେଷକରି ଗୋଲାପୀ ରଙ୍ଗର ଦୁଇ ଟଙ୍କିଆ ନୋଟ୍ ଲୋକମାନେ ବହୁତ ଅଧିକ ଖୋଜୁଛନ୍ତି । କିନ୍ତୁ ଏହି ନୋଟରେ 786 ଲେଖା ହୋଇଛି ତ କ'ଣ କହିବେ? ଲୋକମାନେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି । EBay, କଏନ୍ ବଜାର (CoinBazaar), ଇଣ୍ଡିଆନ୍ ଓଲ୍ଡ ମୁଦ୍ରା (Indian Old Coin) ଏବଂ କ୍ଲିକ୍ ଇଣ୍ଡିଆ (Click India) ଭଳି ସାଇଟ୍ ଏହି ନୋଟ୍ ଖୋଜୁଛି ଓ ଏହାର ନିଲାମ ମଧ୍ୟ ହୁଏ ।