Imran Khan Azadi March: ଏହାପୂର୍ବରୁ 'ଦୁନିଆ' ନ୍ୟୁଜ୍ ଚ୍ୟାନେଲ ଏକ ଖବରରେ କହିଥିଲା ଯେ, ସେନାର ହସ୍ତକ୍ଷେପ ପରେ ଇସଲାମାବାଦରେ ଇମ୍ରାନ ଖାନଙ୍କ ଦଳର 'ଆଜାଦୀ ମାର୍ଚ୍ଚ' (Imran Khan Azadi March) ଆୟୋଜନ କରିବାକୁ ପାକିସ୍ତାନ ସରକାର ଅନୁମତି ଦେଇଛନ୍ତି । ଏହି ସମୟ ମଧ୍ୟରେ ଖାନଙ୍କ ଦଳର ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ପରେ ସରକାର ବିଭିନ୍ନ ସ୍ଥାନରେ କଣ୍ଟେନର ଓ ଟ୍ରକ ସହିତ ରାଜଧାନୀକୁ ଯାଉଥିବା ଅନେକ ମୁଖ୍ୟ ରାସ୍ତାକୁ ଅବରୋଧ କରିଦେଇଛନ୍ତି ।
Trending Photos
ଇସଲାମାବାଦ: Imran Khan Azadi March: ପାକିସ୍ତାନ (Pakistan) ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କ ଲଙ୍ଗ ମାର୍ଚ୍ଚ (Azadi March) ଇସଲାମାବାଦ (Islamabad) ରେ ପ୍ରବେଶ କରିସାରିଛି । ତେବେ ରାଜଧାନୀରେ ପ୍ରବେଶ ପୂର୍ବରୁ ସେଠାରେ ହିଂସା ଦେଖାଦେଇଛି । ପିଟିଆଇ (PTI) କାର୍ଯ୍ୟକର୍ତ୍ତାମାନେ ଇସଲାମାବାଦରେ ଭଙ୍ଗାରୁଜା କରି ରୋଡ ଡିଭାଇଡରରେ ନିଆଁ ଲଗାଇ ଦେଇଛନ୍ତି । କାର୍ଯ୍ୟକର୍ତ୍ତାମାନେ ଏକ ମେଟ୍ରୋ ଷ୍ଟେସନକୁ ମଧ୍ୟ ଟାର୍ଗେଟ କରିଥିବା ଖବର ଆସୁଛି । ଏଥି ସହିତ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବଳ ପ୍ରଦର୍ଶନକାରୀଙ୍କ ଉପରେ ଲାଠି ମାଡ଼ ଓ ଲୁହବୁହା ଗ୍ୟାସ ବର୍ଷା କରିଛି । ଇମ୍ରାନ ବୁଧବାର ସେହି ଖବରକୁ ଖାରଜ କରିଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ ପ୍ରଦର୍ଶନ ମାର୍ଚ୍ଚକୁ ନେଇ ସରକାରଙ୍କ ସହ ବୁଝାମଣା ହୋଇଯାଇଛି ।
ଇମ୍ରାନ ଖାନ କହିଛନ୍ତି ଯେ, ପାକିସ୍ତାନରେ ନୂଆ ନିର୍ବାଚନ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ସେ ଇସଲାମାବାଦରେ ନିଜର ବିରୋଧ ପ୍ରଦର୍ଶନ ଓ ଧାରଣା କାର୍ଯ୍ୟକ୍ରମ ଜାରି ରଖିବେ । ୬୯ ବର୍ଷୀୟ ଇମ୍ରାନ ଖାନ ଟ୍ୱିଟ କରି କହିଛନ୍ତି ଯେ, "ଗୁଜବ ପ୍ରଚାରିତ ହୋଇଛି ଓ ଜାଣିଶୁଣି ଏହାର ଅପପ୍ରଚାର କରାଯାଇଛି । କେବେ ନୁହେଁ । ଆମେ ଇସଲାମାବାଦ ଆଡକୁ ବଢ଼ୁଛୁ ଓ କୌଣସି ଆପୋଷ ବୁଝାମଣାର ପ୍ରଶ୍ନ ହିଁ ନାହିଁ । ବିଧାନସଭା ଭଙ୍ଗ ନହେବା ପର୍ଯ୍ୟନ୍ତ ଓ ନିର୍ବାଚନ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ଆମେ ଇସଲାମାବାଦରେ ରହିବୁ । ମୁଁ ଇସଲାମାବାଦ ଓ ରାୱଲପିଣ୍ଡିର ସମସ୍ତ ଲୋକଙ୍କୁ ଏହି ପଦଯାତ୍ରାରେ ଯୋଗଦେବାକୁ ଆହ୍ୱାନ କରୁଛି ।"
ଏହାପୂର୍ବରୁ 'ଦୁନିଆ' ନ୍ୟୁଜ୍ ଚ୍ୟାନେଲ ଏକ ଖବରରେ କହିଥିଲା ଯେ, ସେନାର ହସ୍ତକ୍ଷେପ ପରେ ଇସଲାମାବାଦରେ ଇମ୍ରାନ ଖାନଙ୍କ ଦଳର 'ଆଜାଦୀ ମାର୍ଚ୍ଚ' (Imran Khan Azadi March) ଆୟୋଜନ କରିବାକୁ ପାକିସ୍ତାନ ସରକାର ଅନୁମତି ଦେଇଛନ୍ତି । ଏହି ସମୟ ମଧ୍ୟରେ ଖାନଙ୍କ ଦଳର ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ପରେ ସରକାର ବିଭିନ୍ନ ସ୍ଥାନରେ କଣ୍ଟେନର ଓ ଟ୍ରକ ସହିତ ରାଜଧାନୀକୁ ଯାଉଥିବା ଅନେକ ମୁଖ୍ୟ ରାସ୍ତାକୁ ଅବରୋଧ କରିଦେଇଛନ୍ତି ।
ଶାସକ ଦଳ ପାକିସ୍ତାନ ମୁସଲିମ ଲିଗ-ନୱାଜର ଉପାଧ୍ୟକ୍ଷା ମରିୟମ ନୱାଜ ମଧ୍ୟ ଖାନଙ୍କ ଦଳ ସହିତ କୌଣସି ବୁଝାମଣା ଖବରକୁ ଖାରଜ କରିଦେଇଛନ୍ତି । ଜଣେ ସାମ୍ବାଦିକ ଟ୍ୱିଟ୍ କରି କହିଥିଲେ ଯେ, ପିଟିଆଇ ନେତାଙ୍କ ଇସଲାମାବାଦରେ ରାଲି କରିବାକୁ ଅନୁମତି ଦିଆଯାଏ ପରେ ସେମାନଙ୍କର ପ୍ରତିବାଦ ମାର୍ଚ୍ଚ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦିଆଯାଇଛି । ଯାହା ଜବାବରେ ମରିୟମ ନୱାଜ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରକୃତ ସତ୍ୟ ହେଉଛି - ମାର୍ଚ୍ଚ ବିଫଳ ହେବା ଦେଖି ସେ ଦୁଇ ଦିନ ଧରି ପଳାୟନର ରାସ୍ତା ଖୋଜୁଛନ୍ତି । ଆଜି ଯେତେବେଳେ ଲଙ୍ଗ ମାର୍ଚ୍ଚ ଦୁର୍ଭାଗ୍ୟଜନକ ଭାବରେ ବିଫଳ ହେଲା, ସେତେବେଳେ ସେ ଧାରଣା ଦେବା ପରିବର୍ତ୍ତେ ଏକ ରାଲି କରିବାକୁ ପ୍ରସ୍ତାବ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ:-ସଙ୍କଟରେ ସବୁଠୁ ବଡ଼ ସାମରିକ ମେଣ୍ଟ! ଏହି ୨ ଦେଶ ବାହାନାରେ ନାଟୋ ଠାରୁ ପ୍ରତିଶୋଧ ନେଉଛି ତୁର୍କୀ
ଏହା ବି ପଢ଼ନ୍ତୁ:-ପ୍ରତିଦିନ ପିଅନ୍ତୁ କାକୁଡି ପାଣି, ମିଳିବ ଏସବୁ ଜବରଦସ୍ତ ଲାଭ
ଖାନ ତାଙ୍କ ଶତାଧିକ ସମର୍ଥକଙ୍କ ସହ ଏକ ଟ୍ରକରେ ମାର୍ଚ୍ଚର ନେତୃତ୍ୱ କରୁଛନ୍ତି । ଖୈବର-ପାଖ୍ତୁନଖୱାସ୍ଥିତ ଏମ-୨ ମୋଟରୱେରେ ସ୍ୱାବି ଛକ ଠାରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି ଖାନ କହିଛନ୍ତି ଯେ, ଚୋର ଓ ଆମେରିକୀୟ ଚାକରମାନେ ଇସଲାମାବାଦରେ ଶାସନ କରୁଛନ୍ତି । ସେ ନିଜ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ଓ ମାର୍ଚ୍ଚ ଇସଲାମାବାଦର ଡି-ଚକ୍ ଠାରେ ରାଲି ଆୟୋଜନ କରିବା ଯୋଜନା ଅନୁସାରେ ଆଗକୁ ବଢ଼ିବ ।
ଯେଉଁଠାରେ ରାଲି ଆୟୋଜନ କରିବା କଥା କୁହାଯାଉଛି, ସେଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଭବନ ରହିଛି । ଏଥିମଧ୍ୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସଂସଦ ଏବଂ ସୁପ୍ରିମକୋର୍ଟ ସାମିଲ ରହିଛି । ବୁଧବାର ବିଭିନ୍ନ ସହରରେ କଟକଣା ଜାରି କରାଯାଇଥିଲା ଓ ଶହ ଶହ ପିଟିଆଇ କାର୍ଯ୍ୟକର୍ତ୍ତା ତଥା ଏହାର କିଛି ନେତାଙ୍କୁ "ଆଜାଦୀ ମାର୍ଚ୍ଚ" ରେ ଅଂଶଗ୍ରହଣ ନକରିବା ପାଇଁ ପୋଲିସ ଗିରଫ କରିଥିଲା । ଲାହୋର, ରାୱଲପିଣ୍ଡି, ଇସଲାମାବାଦ ଏବଂ କରାଚି ସମେତ ପ୍ରମୁଖ ସହରରେ ବଡ଼ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ଧାରା ୧୪୪ ଲାଗୁ କରିଛନ୍ତି । ଲଙ୍ଗ ମାର୍ଚ୍ଚରେ କାରଣରୁ ହୋଇଥିବା ହିଂସା, ଗୁଜବ ପ୍ରଚାରକୁ ରୋକିବା ପାଇଁ ଅନେକ ସହରରେ ଇଣ୍ଟରନେଟ୍ ବନ୍ଦ କରିଦେଇଛି । ୧୧ଟି ସହରରେ ଇଣ୍ଟରନେଟ୍ ସଂପୂର୍ଣ୍ଣ ବ୍ୟାହତ ହୋଇଛି ।